ଖରାଦିନେ ତ୍ୱଚା ପାଇଁ ଉପଯୋଗୀ ଡାଳିମ୍ବ

ଅର୍ଗସ ବ୍ୟୁରୋ: ଖରାଦିନେ କିପରି ତ୍ୱଚାର ଯତ୍ନ ନେବେ । ଖରାଦିନେ ସୂର୍ଯ୍ୟଙ୍କ ପ୍ରଖର କିରଣ ହେତୁ ତ୍ୱଚା ମଳିନ ଦେଖାଯିବା ସାଧାରଣ ଘଟଣା । ଯଦି ଆପଣଙ୍କ ତ୍ଵଚାର ସଠିକ ଯତ୍ନ ନେବାକୁ ଚାହୁଁଛନ୍ତି ତେବେ ଡାଳିମ୍ଵ ସହିତ କିଛି ଜିନିଷ ଵ୍ୟଵହାର କରନ୍ତୁ । ଚର୍ମ ସମସ୍ୟା ଦୂର ହେଵା ସହ ମୁହଁ ଚିକ୍କଣ ଦିଶିଥାଏ ।
ଡାଳିମ୍ବରେ ଆଣ୍ଟିଅକ୍ସିଡାଣ୍ଟ, ଭିଟାମିନ୍ ଏବଂ ପୋଷକ ତତ୍ତ୍ୱ ଭରପୂର ରହିଛି ଯାହା ମୁଁହକୁ ଭାଙ୍ଗ ନପଡିଵାରେ ସାହାଯ୍ୟ କରେ । ଭଲ ସ୍ୱାସ୍ଥ୍ୟ ପାଇଁ ଡାକ୍ତରମାନେ ଫଳ ଖାଇଵାକୁ ପରାମର୍ଶ ଦିଅନ୍ତି । ସେଥିମଧ୍ୟରୁ ଡାଳିମ୍ଵ ଏମିତି ଏକ ଫଳ ଯେଉଁଥିରେ ମ୍ୟାଗ୍ନେସିୟମ୍, ପୋଟାସିୟମ୍, ଫସଫରସ୍, ସେଲେନିୟମ୍ ଏବଂ ଜିଙ୍କ୍ ଭଳି ପୋଷକ ଭରପୂର ରହିଛି ।
ଏହା କେଵଳ ଖାଇଵା ପାଇଁ ନୁହେଁ ଵରଂ ମୁହଁରେ ଲଗାଇଵା ଦ୍ଵରା ଅନେକ ଚର୍ମ ସମସ୍ୟା ଦୂର ହେଵା ସହ ଚେହେରା ଗୋଲାପୀ ଓ ଚିକ୍କଣ ଦେଖାଯାଏ । ଆପଣ ଏହି ଡାଳିମ୍ବ ରସକୁ ଏକ ଟୋନର ଭାବରେ ମଧ୍ୟ ବ୍ୟବହାର କରିପାରିବେ ।
ଏପରି ଵ୍ୟଵହାର କରିଵା ଦ୍ଵାରା ତ୍ଵଚା ପୃଷ୍ଟିକର ହୋଇଥାଏ । ମୁହଁର ଶୁଖିଲା ଦେଖାଯିଵାରୁ ଦୂର କରେ । ଖରାରେ କିପରି ଭାଵେ ନିଜ ଚେହେରାର ଯତ୍ନ ନେବେ ଜାଣନ୍ତୁ...
1 - ଡାଳିମ୍ଵ ଏଵଂ ଘି କୁଆଁରୀ ଜେଲ୍ ପ୍ୟାକ୍
📱 Get Argus News App
✨ଡାଳିମ୍ବ ରସ ବାହାର କରି ସେଥିରେ ଆଲୋଵେରା ମିଶାଇ ଭଲଭାବରେ ଗୋଳାନ୍ତୁ । ଏହି ପ୍ୟାକ୍ କୁ ମୁହଁରେ ଲଗାନ୍ତୁ ଏଵଂ କିଛି ସମୟ ଭଲରେ ମସାଜ କରନ୍ତୁ । ଏହି ପ୍ୟାକ୍ କୁ ସପ୍ତାହରେ ଦୁଇ- ତିନିଥର ଵ୍ୟଵହାର କରନ୍ତୁ । ଆପଣ ଡାଳିମ୍ଵକୁ ଏକ ଉତ୍ତମ କ୍ଲିନର ଭାବରେ ବ୍ୟବହାର କରିପାରିବେ । ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣ ଥିଵାରୁ ସ୍କିନ୍ କୁ ଜୀଵାଣୁ ମୁକ୍ତ କରିଥାଏ । ମୁହଁର ଦାଗ ଦୂର ହେଵା ସହ ବ୍ରଣ ସମସ୍ୟା ଦୂର ହୋଇଥାଏ।
2- ଦହି ଓ ଡାଳିମ୍ବ ରସ ପ୍ୟାକ୍
ମୁହଁ ଉଜ୍ଜ୍ୱଳ ଏବଂ ସୁନ୍ଦର କରିବାକୁ ଚାହୁଁଛନ୍ତି କି । ତେବେ ଆପଣ ଡାଳିମ୍ବ ରସ ସହିତ ଦହି ବ୍ୟବହାର କରିପାରିବେ । ଏକ ଛୋଟ ପାତ୍ରରେ 5 ଚାମଚ ଡାଳିମ୍ବ ରସ ଏଵଂ ଏଥିରେ ଦୁଇ ଚାମଚ ଦହି ମିଶାଇ ଭଲ ଭାବରେ ମିଶାନ୍ତୁ । ଏହି ପ୍ୟାକ୍ କୁ ମୁହଁରେ ଲଗାଇ ୫ମିନିଟ୍ ରଖନ୍ତୁ । ଦେଖିଵେ ମୁହଁ ଚିକ୍କଣ ସହ ଉଜ୍ଜ୍ୱଳ ଏବଂ ସୁନ୍ଦର ହୋଇଯିବ ।
3- ଚାଉଳ ଏବଂ ଡାଳିମ୍ବ ସ୍କ୍ରବ୍
ଯଦି ଆପଣ ମୁହଁ ସଫା କରିବାକୁ ଚାହାଁନ୍ତି ତେବେ ଡାଳିମ୍ବ ଏବଂ ଚାଉଳ ସ୍କ୍ରବ୍ ଲଗାନ୍ତୁ । ପ୍ରଥମେ କିଛି ଡାଳିମ୍ବ ମଞ୍ଜିକୁ ଭଲ ଭାବରେ ଗ୍ରାଇଣ୍ଡ୍ କରନ୍ତୁ । ସେଥିରେ ଚାଉଳକୁ ପକାଇ ଏହାକୁ ଭଲ ଭାବରେ ଗ୍ରାଇଣ୍ଡ୍ କରି ଏକ ମୋଟା ପେଷ୍ଟ ପ୍ରସ୍ତୁତ କରି ମୁହଁରେ ଲଗାନ୍ତୁ । ତା ପରେ ମୁହଁକୁ ଧୀରେ ଧୀରେ ମସାଜ କରନ୍ତୁ । ଏହି ଘରୋଇ ସ୍କ୍ରବ୍ ଲଗାଇଲେ ମୁହଁରେ ଥିବା ସମସ୍ତ ମଇଳାକୁ ଦୂର କରିବା ସହ ଚେହେରାକୁ ସଫା ଏବଂ ଦାଗଦୂର କରିଥାଏ ।
