Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ୫୦ ପ୍ରତିଶତ ମୃତ୍ୟୁର କାରଣ ମଦ୍ୟପାନ ଏବଂ ଧୂମ୍ରପାନ

Lifestyle

୫୦ ପ୍ରତିଶତ ମୃତ୍ୟୁର କାରଣ ମଦ୍ୟପାନ ଏବଂ ଧୂମ୍ରପାନ

Rashmita Mishra
Browse all articles by Rashmita Mishra
·2 years ago·2 min read
୫୦ ପ୍ରତିଶତ ମୃତ୍ୟୁର କାରଣ ମଦ୍ୟପାନ ଏବଂ ଧୂମ୍ରପାନ

ଅର୍ଗସ ବ୍ୟୁରୋ:  ଜୀବନଶୌଳୀ ଖରାପ ହେତୁ ଯକୃତ, କିଡନୀ ଏବଂ ଫୁସଫୁସ ରୋଗ ଦ୍ରୁତ ଗତିରେ ବଢିବାରେ ଲାଗିଛି। ମଦ୍ୟପାନ ଏବଂ ଧୂମପାନ କରିବାର ଅଭ୍ୟାସ ଏଥିପାଇଁ ଅଧିକ ଦାୟୀ । ଏହି ଦୁଇଟି ଅଭ୍ୟାସ ହେତୁ ଅଧାରୁ ଅଧିକ ରୋଗ  ଵଢିଥାଏ । 

ଆଜିକାଲିର ଖରାପ ଖାଦ୍ୟ ଏବଂ ଖରାପ ଜୀବନଶୌଳୀ ରୋଗର ପ୍ରମୁଖ କାରଣ ପାଲଟିଛି । ଗତ କିଛିବର୍ଷ ମଧ୍ୟରେ କିଡନୀ, ଯକୃତ ଏବଂ ଫୁସଫୁସ  ରୋଗ ଦ୍ରୁତ ଗତିରେ ଵଢିଵାରେ ଲାଗିଛି। କମ ଵୟସର ଲୋକଙ୍କ ପାଖରେ ଏହି ରୋଗ ଵଢିଵାରେ ଲାଗିଛି।  ଶରୀରର ଏହି ପ୍ରମୁଖ ଅଙ୍ଗଗୁଡ଼ିକରେ ରୋଗର ଵଢି ଆପଣଙ୍କ ଜୀବନକୁ ଵିପଦରେ ପକାଉଛି । ତେଣୁ ପ୍ରଥମେ ଆପଣଙ୍କର ଜୀବନଶୌଳୀକୁ ଠିକ କରିଵା ଆଵଶ୍ୟକ । ଆସନ୍ତୁ ଜାଣିବା କେଉଁ ଅଭ୍ୟାସ ଯାହା ଯକୃତ, କିଡନୀ ଏବଂ ଫୁସଫୁସକୁ ଅସୁସ୍ଥ କରିଥାଏ ।

ଯକୃତ, କିଡନୀ ଏବଂ ଫୁସଫୁସ ରୋଗରେ ଅନେକ ଲୋକ ମୃତ୍ୟୁ ବରଣ କରୁଛନ୍ତି। ଆପଣଙ୍କର କିଛି ଖରାପ ଅଭ୍ୟାସ ହେତୁ ଏହି ଅଙ୍ଗଗୁଡ଼ିକୁ ଅଧିକ କ୍ଷତି ପହଞ୍ଚାଉଛି । ୫୦ ପ୍ରତିଶତ ମୃତ୍ୟୁର କାରଣ ମଦ୍ୟପାନ ଏବଂ ଧୂମ୍ରପାନର ଅଭ୍ୟାସ ।ଏହି ଉଭୟ ଅଭ୍ୟାସ ଶରୀରରେ ଅନେକ ପ୍ରକାରର ରୋଗ ସୃଷ୍ଟି କରିପାରେ 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଧୂମ୍ରପାନ ଏହି ଅଙ୍ଗ ଉପରେ ପ୍ରଭାଵ ପକାଇଥାଏ :-
ଧୂମ୍ରପାନ  ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ।ଧୂମ୍ରପାନ  ଫୁସଫୁସ ଏବଂ କିଡନୀରେ ଅଧିକ କ୍ଷତି କରାଇଥାଏ । ଧୂମ୍ରପାନରୁ ନିର୍ଗତ ଧୂଆଁ ଫୁସଫୁସର ମାଂସପେଶୀକୁ କ୍ଷତି ପହଞ୍ଚାଏ ।ଧୂମ୍ରପାନ କରୁଥିବା ଲୋକଙ୍କ କ୍ଷେତ୍ରରେ କର୍କଟ ରୋଗର ଆଶଙ୍କା ମଧ୍ୟ ଅଧିକ ଵଢିଥାଏ । ଧୂମ୍ରପାନ କରିବା କିଡନୀକୁ ମଧ୍ୟ କ୍ଷତି ପହଞ୍ଚାଏ ।ଏହି କାରଣରୁ ରକ୍ତ କିଡନୀରେ ସଠିକ୍ ଭାବରେ ପହଞ୍ଚେ ନାହିଁ ଏବଂ କିଡନୀ ସମ୍ବନ୍ଧୀୟ ରୋଗ ହେବାର ଆଶଙ୍କା ବଢିଯାଏ ।

ମଦ୍ୟପାନ ଏହି ଅଙ୍ଗ ଉପରେ ପ୍ରଭାଵ ପକାଇଥାଏ :-
ଯେପରି ଧୂମ୍ରପାନ  ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ସେହିପରି ମଦ୍ୟପାନ ମଧ୍ୟ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଅଥାଏ । ଅତ୍ୟଧିକ ପରିମାଣର ମଦ ପିଇଵା ଦ୍ଵରା ଯକୃତ ସମସ୍ୟା ଦେଖାଦେଇଥାଏ ଏହା ଯକୃତରେ ହେପାଟାଇଟିସ୍ ହେବାର ଆଶଙ୍କା ବଢାଇଥାଏ। ଅତ୍ୟଧିକ ମଦ ପିଇଵା ଦ୍ଵାରା ଯକୃତରେ କର୍କଟ ହେବାର ଆଶଙ୍କା ମଧ୍ୟ ହୋଇଥାଏ । ଅତ୍ୟଧିକ ପରିମାଣର ମଦ୍ୟପାନ କରିବା ଦ୍ୱାରା ଯକୃତ ନଷ୍ଟ ମଧ୍ୟ ହୋଇପାରେ

Sponsored
smocking and alcohol these two habits major cause of liver kidney and lungs disease | Argus News