ଧୂମ୍ରପାନ ସ୍ୱାସ୍ଥ୍ୟ ପାଇଁ ହାନୀକାରକ, ଖୁବଶୀଘ୍ର ଫାଷ୍ଟଫୁଡରେ ବି ବୈଧାନିକ ଚେତାବନୀ

Key Points
ଯେପରି ସିଗାରେଟ୍ ପ୍ୟାକେଟରେ ଲେଖାଯାଉଛି ଚେତାବନୀ। ଧୂମ୍ରପାନ ସ୍ବାସ୍ଥ୍ୟ ପାଇଁ ହାନୀକାରକ। ଧୂମ୍ରପାନ ଦ୍ବାରା ହୋଇଥାଏ କ୍ୟାନସର। ଠିକ୍ ସେହିପରି ଆପଣଙ୍କର ପ୍ରିୟ ତଥା ସ୍ବାଦିଷ୍ଟ ଫାଷ୍ଟଫୁଡରେ ବି ଖୁବଶୀଘ୍ର ଲେଖାହୋଇଥିବା ଦେଖିବାକୁ ମିଳିବ ବୈଧାନିକ ଚେତାବନୀ।
ଯେପରି ସିଗାରେଟ୍ ପ୍ୟାକେଟରେ ଲେଖାଯାଉଛି ଚେତାବନୀ। ଧୂମ୍ରପାନ ସ୍ବାସ୍ଥ୍ୟ ପାଇଁ ହାନୀକାରକ। ଧୂମ୍ରପାନ ଦ୍ବାରା ହୋଇଥାଏ କ୍ୟାନସର। ଠିକ୍ ସେହିପରି ଆପଣଙ୍କର ପ୍ରିୟ ତଥା ସ୍ବାଦିଷ୍ଟ ଫାଷ୍ଟଫୁଡରେ ବି ଖୁବଶୀଘ୍ର ଲେଖାହୋଇଥିବା ଦେଖିବାକୁ ମିଳିବ ବୈଧାନିକ ଚେତାବନୀ। ସିଙ୍ଗଡ଼ା ହେଉକି, ଜିଲାପି, ବର୍ଗର ହେଉକି ପିଜା ସବୁ ଫାଷ୍ଟଫୁଡ୍ ଉପରେ ସ୍ବାସ୍ଥ୍ୟ ପାଇଁ ହାନୀକାରକ ଟ୍ୟାଗ୍ ଏଣିକି ଦେଖିବାକୁ ମିଳିବ। ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଖୁବଶୀଘ୍ର ଏ ସମ୍ପର୍କିତ ନିର୍ଦ୍ଦେନାମା ଜାରି ହୋଇପାରେ। ନିଜ ଅନୁଷ୍ଠାନରେ ତେଲ ଓ ଚିନୀ ସମ୍ପର୍କିତ ସତର୍କତା ବୋର୍ଡ ଲାଗଇବାକୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଦେଶର ସରକାରୀ ସଂସ୍ଥା ଓ ସ୍କୁଲ, କଲେଜଗୁଡ଼ିକୁ ନିର୍ଦ୍ଦେଶ ଦେଇଛି। ଶିକ୍ଷାନୁଷ୍ଠାନମାନଙ୍କରେ ଯେଉଁ ଖାଦ୍ୟ ସାମଗ୍ରୀ ବିକ୍ରି ହେଉଛି ସେଥିରେ କେତେ ତେଲ ବ୍ୟବହାର କରାଯାଉଛି, କେତେ ଚିନି ମିଶାଯାଇଛି ତାର ସୂଚନା ଲଗାଇବାକୁ ପଡ଼ିବ। ଯାହା ଫଳରେ ଜଣାପଡ଼ିବ କେଉଁ ଜିନିଷ ଖାଇଲେ କେତେ କ୍ଷତି ପହଞ୍ଚିବ। ତେଲ ଓ ଚିନିର ବ୍ୟବହାର କମ କରିବା ଉଦ୍ଦେଶ୍ୟରେ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏହି ଯୋଜନା କରାଯାଉଛି। ତେଲ ଓ ଚିନିର ମାତ୍ରାଧିକ ବ୍ୟବହାର ଯୋଗୁଁ ଆମ ଦେଶରେ ମୋଟାପଣ ଏକ ମହାମାରୀର ରୂପ ନେବାକୁ ଯାଉଛି। କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ମୋଦି ବି ତେଲ ଓ ଚିନି ବ୍ୟବହାର ୧୦ ପ୍ରତିଶତ କମ୍ କରିବାକୁ ଦେଶବାସୀଙ୍କୁ ଅପିଲ କରିଥିଲେ।
ନ୍ୟାସନାଲ ଫ୍ୟାମିଲ ହେଲଥ୍ ସର୍ଭେ ୨୦୧୯-୨୧ର ଏକ ରିପୋର୍ଟ ଅନୁଯାୟୀ ସହରମାନଙ୍କରେ ପ୍ରତି ୫ ଜଣରେ ଜଣେ ବ୍ୟକ୍ତି ମୋଟାପଣର ଶିକାର। ଲନସେଟର ସର୍ଭେ ଅନୁଯାୟୀ ୨୦୫୦ ସୁଦ୍ଧା ଭାରତର ପ୍ରାୟ ୪୫ କୋଟି ଲୋକ ମୋଟାପଣର ଶିକାର ହୋଇଥିବେ । ସ୍ବାସ୍ଥ୍ୟ ମନ୍ତ୍ରାଳୟ ଲୋକଙ୍କୁ ଚେତାବନୀ ଦେଇଛି ମୋଟାପଣ, ଡାଇବେଟିସ୍, ହୃଦରୋଗ, ହାଇପୋଟେନସନ୍ ଆଦି ରୋଗ ଯୋଗୁଁ ଏକ ସ୍ବତନ୍ତ୍ର ଧରଣର କ୍ୟାନସରର ଆଶଙ୍କା ଦେଖାଦେଉଛି। ଏଥିପାଇଁ ଖାଦ୍ୟପାନୀୟକୁ ନେଇ ସାବଧାନ ହେବା ଜରୁରୀ। ସେଥିପାଇଁ ସ୍ବାସ୍ଥ୍ୟ ମନ୍ତ୍ରାଳୟ ସ୍କୁଲ, କଲେଜ ଓ ସରକାରୀ ସଂସ୍ଥାଗୁଡ଼ିକରେ ତେଲ ଓ ଚିନିର ବ୍ୟବହାର ନେଇ ସତର୍କତା ବୋର୍ଡ ଲଗାଇବାକୁ ନିର୍ଦ୍ଦେଶ ଦେଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ତେଲ ଓ ଚିନିର ବ୍ୟବହାର କମାଇବାକୁ ନିକଟରେ ଦେଇଥିଲେ ଆହ୍ବାନ।
ଜଣେ ବ୍ୟକ୍ତିରୁ ଦିନକ ଭିତରେ ଅଧିକରୁ ଅଧିକ ୩୦ ଗ୍ରାମ ତେଲ ଖାଇବା ଉଚିତ। ଯଦି ଆପଣ ଗୋଟିଏ ସିଙ୍ଗଡ଼ା ଖାଉଛନ୍ତି ପ୍ରାୟ ୧୭ ଗ୍ରାମ ତେଲ ଆପଣଙ୍କ ଶରୀରକୁ ଯାଉଛି। ସେହିପରି ପିଜାର ୪ଟି ସ୍ଲାଇସ୍ ଖାଇଲେ ୪୦ ଗ୍ରାମ୍ ଫ୍ୟାଟ୍ ଶରୀରରକୁ ଯାଏ। ଏହାଛଡ଼ା ଗୋଟିଏ ବର୍ଗର ଖାଇଲେ ୩୧ ଗ୍ରାମ୍। ଅର୍ଥାତ ଗୋଟିଏ ପିଜା କିମ୍ବା ବର୍ଗର ଖାଇଲେ ଦୈନିକ ତେଲ ଖାଇବାର ସୀମାରୁ ଅଧିକ ଆପଣଙ୍କ ଦେହ ଭିତରକୁ ଯାଉଛି। ସେହିପରି ଜଣେ ବ୍ୟକ୍ତି ଦିନକରେ ସର୍ବାଧିକ ୨୫ ଗ୍ରାମ ଚିନି ଖାଇବା ଆବଶ୍ୟକ। କିନ୍ତୁ ଗୋଟିଏ ଗୋଲାପଜାମୁ ଖାଇଲେ ୩୨ ଗ୍ରାମ, ୧୦୦ ଗ୍ରାମ ଜିଲାପି ଖାଇଲେ ୪୦ ଗ୍ରାମ, ଗୋଟିଏ ଆଇସକ୍ରିମ୍ କୋନ୍ ଖାଇଲେ ୧୫ ଗ୍ରାମ ଚିନି ଆପଣଙ୍କ ଶରିରକୁ ଯାଇଥାଏ। ସେଥିରୁ ଅନୁମାନ କରାଯାଇପାରେ ଯେଉଁମାନେ ପ୍ରତିଦିନ ଏ ସବୁ ଖାଉଛନ୍ତି କେତେ ଫ୍ୟାଟ୍ ନିଜ ଭିତରକୁ ନେଉଛନ୍ତି। ଯାହା କେତେ ମାରାତ୍ମକ ଆପଣ ନଭୋଗିଲା ଯାଏ ବିଶ୍ବାସ କରିପାରିବେ ନାହିଁ। ସେଥିପାଁ ସ୍ବାସ୍ଥ୍ୟମନ୍ତ୍ରାଳୟ ଏସବୁ ଫାଷ୍ଟ ଫୁଡ୍ ଓ ମିଠା ଉପରେ ବୈଧାନିକ ସତର୍କାତା ଲଗାଇବାକୁ ନିଷ୍ପତି ନେଇଥିବା ଜଣାପଡ଼ିଛି।