Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଶ୍ରାବଣ ମାସରେ ସର୍ପ ସ୍ୱପ୍ନ, ଭଲ ନା ଖରାପ...

Lifestyle

ଶ୍ରାବଣ ମାସରେ ସର୍ପ ସ୍ୱପ୍ନ, ଭଲ ନା ଖରାପ...

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଶ୍ରାବଣ ମାସରେ ସର୍ପ ସ୍ୱପ୍ନ, ଭଲ ନା ଖରାପ...

ଅର୍ଗସ ବ୍ୟୁରୋ: ସ୍ୱପ୍ନରେ ସାପ ଆସୁଛି କି । ଡରୁଛନ୍ତି କି, ଏଭଳି ସ୍ୱପ୍ନ ଆସିବା ଭଲ କି ଖରାପ ଜାଣିବାକୁ ଚାହୁଁଛନ୍ତି। ଶ୍ରାବଣ ମାସରେ ସ୍ୱପ୍ନରେ କିଛି ଜିନିଷ ଦେଖିବା ବେଶ୍ ଶୁଭ ହୋଇଥାଏ । ସେହିପରି କିଛି ସ୍ୱପ୍ନରେ ଦେବୀ-ଦେବତାଙ୍କ ତରଫରୁ ସଂକେତ ମଧ୍ୟ ମିଳିଥାଏ । ଦେବାଦେବୀ ଆପଣଙ୍କୁ ପୂଜା ସ୍ୱୀକାର କରି ନେଇଥିବା କିଛି ସ୍ୱପ୍ନ ସଂକେତ ଦେଇଥାଏ । ସେହିପରି ସ୍ୱପ୍ନରେ ଆଉ କିଛି ଜିନିଷ ଦେଖିବା ଅଶୁଭ ସଂକେତ ବୋଲି ମଧ୍ୟ କୁହାଯାଇଛି । ଶ୍ରାବଣ ମାସରେ ସ୍ୱପ୍ନରେ ସର୍ପ ଦେଖିବା ଏକ ଅଶୁଭ ଲକ୍ଷଣ ବୋଲି ସ୍ୱପ୍ନ ଶାସ୍ତ୍ରରେ କୁହାଯାଇଛି । ହିନ୍ଦୁ ଶାସ୍ତ୍ରରେ ଶ୍ରାବଣ ମାସକୁ ବହୁତ ଶୁଭ ଏବଂ ପବିତ୍ର ବୋଲି ବିଶ୍ୱାସ ରହିଛି । ଆଷାଢ ମାସ ପରେ ଶ୍ରାବଣ ମାସର ଶୁଭାରମ୍ଭ ହୋଇଥାଏ । କୈଳାସବାସୀ ଭଗବାନ ଶିବଙ୍କୁ ଏହି ମାସ ସମର୍ପଣ କରାଯାଇଛି ।

ସ୍ୱପ୍ନ ଶାସ୍ତ୍ର ଅନୁସାରେ, କୌଣସି ରାଶିର ବ୍ୟକ୍ତିଙ୍କୁ ଶ୍ରାବଣ ମାସରେ ଜୀବିତ ସର୍ପ ଦେଖା ଦେଇଥାଏ । ଏହା ବେଶ୍ ଶୁଭ ବୋଲି କୁହାଯାଇଛି । ଏହାର ଅର୍ଥ ହେଉଛି ଆପଣଙ୍କ ପୂଜା କିମ୍ବା ଭକ୍ତିରେ ଦେବାଦେବୀ ପ୍ରସନ୍ନ ହୋଇଛନ୍ତି ଏବଂ ଆପଣଙ୍କ ପ୍ରାର୍ଥନାକୁ ସ୍ୱୀକାର କରିଛନ୍ତି । ଖୁବଶୀଘ୍ର ଆପଣଙ୍କ ଇଚ୍ଛା ପୂରଣ ମଧ୍ୟ ହୋଇପାରେ ବୋଲି ଏହି ସ୍ୱପ୍ନ ଦ୍ୱାରା ସଂକେତ ମିଳିଥାଏ । ଜ୍ୟୋତିଶ ଶାସ୍ତ୍ରରେ ଶ୍ରାବଣ ମାସରେ କଳା ରଙ୍ଗର ସାପ ଆପଣଙ୍କ ରାସ୍ତା କାଟୁଥିବାର ସ୍ୱପ୍ନ ଦେଖନ୍ତି, ତେବେ ଏହାକୁ ମଧ୍ୟ ଶୁଭ ସଂକେତ ବୋଲି ବିଚାର କରାଯାଏ ।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Snake dreams in the month of Shravana, good or bad | Argus News