Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଖୁସି ରହିବାର ସହଜ ଉପାୟ କଣ ?

Lifestyle

ଖୁସି ରହିବାର ସହଜ ଉପାୟ କଣ ?

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଖୁସି ରହିବାର ସହଜ ଉପାୟ କଣ ?

Key Points

ଖୁସି... ଏମିତି ଏକ ଶବ୍ଦ ଯାହାକୁ ପାଇବା ପାଇଁ ସମସ୍ତେ ଚେଷ୍ଟା କରନ୍ତି। କେହି କେହି ତ ଦୁଃଖରେ ଥାଇ ବି ହସିବାକୁ ଚେଷ୍ଟା କରନ୍ତି। ଧନସମ୍ପତ୍ତି ଥାଇ ମଧ୍ୟ କିଛି ବ୍ୟକ୍ତି ଖୁସି ନ ଥାନ୍ତି। ତେବେ ପ୍ରକୃତ ଖୁସି ମିଳିଥାଏ ଅନ୍ୟ ସହ ଖୁସି ବାଣ୍ଟିବାରେ। ଏଭଳି ଅନେକ ରାସ୍ତା ଅଛି, ଯାହାକୁ ନିଜ ଜୀବନରେ ସାମିଲ କରି ଆପଣ ପ୍ରକୃତ ଖୁସି ପାଇପାରିବେ। ଜୀବନରେ ଖୁସି ନିହାତି ଜରୁରୀ। ଖୁସିରେ ରହିବାକୁ ହେଲେ ନିଜକୁ ସକାରାତ୍ମକ ରଖିବା ଜରୁରୀ। ଅନେକ ଥର ଚାହୁଁ ନ ଥିଲେ ବି ନକାରାତ୍ମକ ଚିନ୍ତାଧାରା ଘେରି ବସେ। ମନରେ ନକାରାତ୍ମକ ଚିନ୍ତାଧାର ଆସିଲେ ଖୁସି ଗାଏବ ହୋଇଯାଏ। ଅଧିକାଂଶ ସମୟରେ ଜାଣତରେ ହେଉ ଅବା ଅଜଣାତରେ ଆମେ ଏଭଳି ଅଭ୍ୟାସରେ ପଡ଼ିଯାଉ, ଯାହା ଆମକୁ ନକାରାତ୍ମକ ଚିନ୍ତା ଆଡ଼କୁ ନେଇ ଯାଏ।

କଥା କଥାରେ ଅଭିଯୋଗ:- ଯଦି ଆପଣଙ୍କୁ ପ୍ରତି ଛୋଟ-ଛୋଟ ଜିନିଷରେ ଅଭାବ ନଜର ଆସୁଛି,ଆପଣ କଥା କଥାରେ ଅଭିଯୋଗ କରୁଛନ୍ତି। ତେବେ ଆପଣ ଖୁସିଠାରୁ ଦୂରେଇ ଯାଇପାରନ୍ତି । ଏଣୁ ଏଭଳି ଅଭ୍ୟାସ ପରିବର୍ତ୍ତନ କରନ୍ତୁ। ଅଭିଯୋଗ କରିବା ବଦଳରେ ସମସ୍ୟାର ସମାଧାନ ଖୋଜନ୍ତୁ। ଫଳରେ ଆପଣ ଚିନ୍ତା ମୁକ୍ତ ହୋଇ ଖୁସି ଅନୁଭବ କରିବେ।

ଅନ୍ୟ ସହ କରନ୍ତୁ ନାହିଁ ନିଜର ତୁଳନା:- ଅନ୍ୟ ସହ ନିଜର ତୁଳନା କରିବା ଠିକ୍‌ ନୁହେଁ। ସବୁବେଳେ ଆପଣ ଏଭଳି ଅଭ୍ୟାସ ରଖିଥିଲେ ଜୀବନରେ କେବେହେଲେ ଖୁସିରେ ରହିପାରିବେ ନାହିଁ। ଏହା ଅଧିକ ଚିନ୍ତା ବଢ଼ାଇବା ସହ ଆପଣଙ୍କ ମୁହଁରୁ ହସ ଛଡ଼ାଇ ନେଇପାରେ।

କୁସଙ୍ଗ ଛାଡ଼ନ୍ତୁ: ଜୀବନରେ ପ୍ରତିଟି ଜିନିଷର ପ୍ରଭାବ ପନିଥାଏ। ସେଥିରୁ ଗୋଟିଏ ହେଲା ଆପଣ କାହାସହ ବସାଉଠା କରୁଛନ୍ତି। ନିଜକୁ ନକାରାତ୍ମକ ଚିନ୍ତାଠାରୁ ଦୂରରେ ରଖିବା ଲାଗି ନିଜେ କୁସଙ୍ଗରୁ ଦୂରେଇ ରୁହନ୍ତୁ। ଅନ୍ୟର ଚୁଗୁଲି ନଚେତ କଥା କଥାରେ ଭୁଲ ଖୋଜୁଥିବା ଲୋକଙ୍କ ସହ ସମୟ ବିତାନ୍ତୁ ନାହିଁ।

ଯଦି ଆପଣ ଏହି ସମସ୍ତଙ୍କ ଜିନିଷକୁ ଆପଣାଇବେ ତେବେ ନିଶ୍ଚୟ ଜୀବନରେ ଖୁସି ପାଇବେ। ଏହାସହ ସମସ୍ତଙ୍କ ସହ ଆପଣଙ୍କ ସମ୍ପର୍କ ଅତୁଟ ହୋଇ ରହିବ।


ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Some of the easiest ways to stay happy include | Argus News