Health Tips / ଅଧିକ ରାତି ଯାଏଁ ଚାହୁଁଛନ୍ତି କି ? ଏବେଠୁ ହୋଇଯାଆନ୍ତୁ ସାବଧାନ ନଚେତ୍...

Key Points
ବର୍ତ୍ତମାନର ଜୀବନ ଶୈଳୀର ପରିବର୍ତ୍ତନ ଯୋଗୁଁ ସମସ୍ତଙ୍କ ପାଖରେ କିଛି ନା କିଛି ରୋଗ ଦେଖାଯାଇଥାଏ । ତା' ଭିତରୁ ଗୋଟାଏ ହେଲା ଠିକ୍ ଭାବରେ ନିଦ ନ ହେବା । ଭାରତୀୟ ଲକଙ୍କ ଆଖିରେ ହଜିଯାଇଛି ନିଦ । ପ୍ରତି ୫ ଜଣ ଭାରତୀୟଙ୍କ ମଧ୍ୟରୁ ତିନି ଜଣଙ୍କୁ ରାତିରେ ଠିକ୍ ଭାବେ ନିଦ ହେଉନାହିଁ । ଏକ ରିପୋର୍ଟର ତଥ୍ୟ ଅନୁଯାୟୀ, ୬୦% ଭାରତୀୟ ପ୍ରତିଦିନ ରାତିରେ ୬ ଘଣ୍ଟାରୁ କମ ଶୁଅନ୍ତି । ଆସନ୍ତୁ ଜାଣିବା ନିଦ ଅଭାବ ଯୋଗୁଁ ସ୍ୱାସ୍ଥ୍ୟରେ କିପରି କ୍ଷତି ହୋଇପାରେ।
ରୋଗ ପ୍ରତିରୋଧକ ଶକ୍ତି ଉପରେ ନକାରାତ୍ମକ ପ୍ରଭାବ
ଯଦି ଆପଣ ପ୍ରତିଦିନ ୬ ରୁ ୭ ଘଣ୍ଟାର ନିଦ ପୂରା କରିପାରୁ ନାହାନ୍ତି, ତେବେ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବହୁତ ଖରାପ ଭାବେ ପ୍ରଭାବିତ ହୋଇପାରେ। ନିଦ ଅଭାବ ମୋଟାପଣର କାରଣ ହୋଇପାରେ, ଯାହା ଅନେକ ଗମ୍ଭୀର ରୋଗର ଆଶଙ୍କାକୁ ବଢ଼ାଇଥାଏ। ନିଦ ସମସ୍ୟା ଦୂର କରିବା ପାଇଁ ଆପଣ ଧ୍ୟାନ ବା ମେଡିଟେସନର ସାହାଯ୍ୟ ନେଇପାରନ୍ତି।
ଅହୁରି ପଢ଼ନ୍ତୁ: ବ୍ରଣ ଦୂର କରିବାର ସହଜ ଘରୋଇ ଉପଚାର ଜାଣନ୍ତୁ...
ଗମ୍ଭୀର ରୋଗର ଆଶଙ୍କା
ନିଦ ଅଭାବ ହେଲେ ଡାଇବେଟିସ ଭଳି ମାରାତ୍ମକ ରୋଗର ଆଶଙ୍କା ବଢିଯାଏ । ଏହା ସହ, ନିଦର ଅଭାବ, ହାର୍ଟାକୁ ମଧ୍ୟ ଦୁର୍ବଳ କରିପାରେ, ଯାହା ହୃଦ୍ରୋଗ ଭଳି ଗମ୍ଭୀର ରୋଗର କାରଣ ହୋଇପାରେ। ଯଦି ଆପଣ ଏହି ରୋଗଗୁଡ଼ିକରୁ ନିଜକୁ ରକ୍ଷା କରିବାକୁ ଚାହୁଁଛନ୍ତି, ତେବେ ନିଦ ସମସ୍ୟାକୁ ଯଥାଶୀଘ୍ର ଦୂର କରନ୍ତୁ।
ମାନସିକ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ
ନିଦ ଅଭାବ କେବଳ ଶାରୀରିକ ସ୍ୱାସ୍ଥ୍ୟ ଉପରେ ନୁହେଁ, ବରଂ ଆପଣଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ମଧ୍ୟ ନକାରାତ୍ମକ ପ୍ରଭାବ ପକାଇପାରେ। ଏହା କେବଳ ଷ୍ଟ୍ରେସର କାରଣ ହେବ ନାହିଁ, ବରଂ ଏଂଜାଇଟି, ପାନିକ ଆଟାକ ଓ ଡିପ୍ରେସନ ଭଳି ଗମ୍ଭୀର ମାନସିକ ସ୍ୱାସ୍ଥ୍ୟ ସମସ୍ୟାର ଆଶଙ୍କାକୁ ମଧ୍ୟ ବଢ଼ାଇପାରେ।
କିପରି ସୁଧାରିବେ ନିଦ?
ନିଦ ସମସ୍ୟା ଦୂର କରିବା ପାଇଁ ନିୟମିତ ଜୀବନଶୈଳୀକୁ ଠିକ୍ କରନ୍ତୁ, ସନ୍ତୁଳିତ ଖାଦ୍ୟ, ଧ୍ୟାନ ଓ ନିୟମିତ ବ୍ୟାୟାମ କରନ୍ତୁ । ଯଦି ଏହିପରି କରିବା ପରେ ମଧ୍ୟ ନିଦ ସମସ୍ୟା ଠିକ୍ ହେଉନାହିଁ, ତେବେ ଡାକ୍ତରୀ ପରାମର୍ଶ ନେବା ଆବଶ୍ୟକ। ସୁସ୍ଥ ଜୀବନ ପାଇଁ ପର୍ଯ୍ୟାପ୍ତ ନିଦ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ତେଣୁ ଏହାକୁ ଅଣଦେଖା କରନ୍ତୁ ନାହିଁ।
ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର...
📱 Get Argus News App
✨Related Topics
Explore more stories