Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Lifestyle

food delivery / ସ୍ୱିଗିର ୨୦୨୫ ବାର୍ଷିକ ରିପୋର୍ଟ: ସବୁଠୁ ଆଗରେ ବିରିୟାନି

Rashmita Mishra
Browse all articles by Rashmita Mishra
·6 months ago·2 min read
ସ୍ୱିଗିର ୨୦୨୫ ବାର୍ଷିକ ରିପୋର୍ଟ: ସବୁଠୁ ଆଗରେ ବିରିୟାନି
food delivery

Key Points

ସ୍ୱିଗିର ୨୦୨୫ ବାର୍ଷିକ ରିପୋର୍ଟ ଅନୁଯାୟୀ, ବିରିୟାନି ପୁଣି ଥରେ ଭାରତର ସର୍ବାଧିକ ଅର୍ଡର ହୋଇଥିବା ଖାଦ୍ୟ ପାଲଟିଛି ।

ବିରିୟାନି... ଏହି ନାଁ ଶୁଣିବା ମାତ୍ରେ ସମସ୍ତଙ୍କ ମୁହଁରେ ପାଣି ଆସିଯାଏ । ପିଲାଠୁ ବୁଢ଼ା ସମସ୍ତଙ୍କୁ ବିରିୟାନି ଖାଇବା ପାଇଁ ଖୁବ୍ ପସନ୍ଦ । ଆଉ ବର୍ତ୍ତମାନ ବିରିୟାନିକୁ ନେଇ ଏମିତି ଏକ ତଥ୍ୟ ସାମ୍ନାକୁ ଯାହା ଶୁଣିଲେ ଆପଣ ବି ଆଶ୍ଚଯ୍ୟ ହୋଇଯିବେ ।

ସ୍ୱିଗିର ୨୦୨୫ ବାର୍ଷିକ ରିପୋର୍ଟ ଅନୁଯାୟୀ, ବିରିୟାନି ପୁଣି ଥରେ ଭାରତର ସର୍ବାଧିକ ଅର୍ଡର ହୋଇଥିବା ଖାଦ୍ୟ ପାଲଟିଛି । ଏହି ବର୍ଷ ମଧ୍ୟ ଭାରତୀୟଙ୍କ ବିରିୟାନି ପ୍ରତି ଭଲପାଇବା କମ୍ ହୋଇନାହିଁ । ଲଗାତାର ୧୦ମ ବର୍ଷ ପାଇଁ, ଅର୍ଡର ତାଲିକାରେ ବିରିୟାନି ଏହାର ପ୍ରଥମ ସ୍ଥାନ ବଜାୟ ରଖିଛି । ରିପୋର୍ଟ ଅନୁଯାୟୀ, ୨୦୨୫ରେ ସ୍ୱିଗିରେ ପ୍ରାୟ ୯୩ ନିୟୁତ ବିରିୟାନି ଅର୍ଡର କରାଯାଇଥିଲା । ଏହାର ଅର୍ଥ ହେଉଛି ଭାରତରେ ପ୍ରତି ତିନି ସେକେଣ୍ଡରେ ଗୋଟିଏ ବିରିୟାନି ଅର୍ଡର କରାଯାଇଥିଲା, ଯାହାକି ପ୍ରତି ମିନିଟରେ ପ୍ରାୟ ୧୯୪ ବିରିୟାନି ବିକ୍ରି କରାଯାଇଥିଲା ।

ଲୋକଙ୍କ ପ୍ରଥମ ପସନ୍ଦ ଚିକେନ୍ ବିରିୟାନି
ଲୋକଙ୍କ ପ୍ରଥମ ପସନ୍ଦ ପାଲଟିଛି ଚିକେନ୍ ବିରିୟାନି । କେବଳ ଗୋଟିଏ ବର୍ଷର ୫୭.୭ ନିୟୁତ ଅର୍ଡର ସହିତ ବିରିୟାନି । ମଧ୍ୟରାତିରେ ଇଚ୍ଛା ହେଉ କି ପରିବାରର ସହିତ ଖାଇବା କିମ୍ବା କୌଣସି ବିଶେଷ ଅବସର ହେଉ, ବିରିୟାନି ସବୁଠି ଏକ ଲୋକପ୍ରିୟ ପସନ୍ଦ ।

ଆଉ ଏହିପରି ଚାହିଦା ପୂରଣ କରିବାରେ ଡେଲିଭରି ପାର୍ଟନରମାନେ ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ବେଙ୍ଗାଲୁରୁର ଜଣେ ଡେଲିଭରି ପାର୍ଟନର ମହମ୍ମଦ ରାଜିକ କେବଳ ୨୦୨୫ ମସିହାରେ ୧୧,୭୧୮ ଅର୍ଡର ଯୋଗାଇଛନ୍ତି । ସେହି ସମୟରେ, ଚେନ୍ନାଇର ପୁଙ୍ଗୋଡି ୮୧୬୯ ଡେଲିଭରି ସହିତ ମହିଳା ଡେଲିଭରି ପାର୍ଟନରମାନଙ୍କ ମଧ୍ୟରେ ନେତୃତ୍ୱ ନେଇଥିଲେ ।

ବିରିୟାନି ୪୪.୨ ନିୟୁତ ଅର୍ଡର ପରେ ବର୍ଗର ଦ୍ୱିତୀୟ ସର୍ବାଧିକ ଅର୍ଡର ହୋଇଥିଲା । ଯେତେବେଳେ ପିଜା ତୃତୀୟ ସ୍ଥାନରେ ଥିଲା ଯାହା ୪୦.୧ ନିୟୁତ ଅର୍ଡର । କିଛି ଅର୍ଡର ଏତେ ବଡ଼ ଥିଲା ଯେ ସେଗୁଡ଼ିକ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ।

ମୁମ୍ବାଇର ଜଣେ ଗ୍ରାହକ ଏକ ପାର୍ଟି ପାଇଁ ବିଭିନ୍ନ ପ୍ରକାରର ଖାଇବା ଯାଥା ବିରିୟାନି, କବାବ ଏବଂ ଏପରିକି ୧୦୦ଟି ଗୁଲାବ ଜାମୁନ ଅର୍ଡର କରିଥିଲେ । ଏହା ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ ବିରିୟାନି ଏବେ ବି ଭାରତରେ ଯେକୌଣସି ଉତ୍ସବର ଏକ ପ୍ରମୁଖ ଭୁମିକା ଗ୍ରହଣ କରୁଛି । ମୋଟାମୋଟି ଭାବେ ଦେଖିବାକୁ ଗଲେ ଖାଦ୍ୟ ଧାରା ପରିବର୍ତ୍ତନ ହେଉଥିଲେ ମଧ୍ୟ, ଭାରତରେ ବିରିୟାନି ପ୍ରତି କ୍ରେଜ୍ ଅଜି ଯାଏଁ କମିନାହିଁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
food delivery | Swiggy Annual Report 2025: Biryani Emerges as the Most Ordered Dish | Argus News