Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Lifestyle

ରାତିରେ ଶୋଇବା ପୂର୍ବରୁ ମୁହଁର ନିଅନ୍ତୁ ଏପରି ଯତ୍ନ

Rashmita Mishra
Browse all articles by Rashmita Mishra
·1 year ago·2 min read
ରାତିରେ ଶୋଇବା ପୂର୍ବରୁ ମୁହଁର ନିଅନ୍ତୁ ଏପରି ଯତ୍ନ

ଅର୍ଗସ ବ୍ୟୁରୋ: ତ୍ୱଚାର ସଠିକ୍ ଯତ୍ନ ନେବା ପାଇଁ ସକାଳେ ଏବଂ ରାତିରେ ଉଭୟ ସମୟରେ ତ୍ୱଚାରେ କିଛି ନା କିଛି ଲଗାଇବା ଆବଶ୍ୟକ। ଯେପରି ସକାଳେ ତ୍ୱଚାର ଯତ୍ନ ନେଇଥାନ୍ତି ସେହିପରି ରାତିରେ ମଧ୍ୟ ତ୍ୱଚାର ଯତ୍ନ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ରାତିରେ ରାସାୟନିକ ଉତ୍ପାଦ ବ୍ୟବହାର କରିବା ପରିବର୍ତ୍ତେ କିଛି ଘରୋଇ ଜିନିଷ ବ୍ୟବହାର କରାଯାଇପାରିବେ।ଏହା ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧି କରିବା ସହିତ ଘରୋଇ ଜିନିଷଗୁଡ଼ିକ ବ୍ୟବହାର କରିବା ଦ୍ଵାରା ଅନେକ ପ୍ରକାରର ଚର୍ମ ସମ୍ବନ୍ଧୀୟ ସମସ୍ୟା ଦୂର କରିବାରେ ମଧ୍ୟ ପ୍ରଭାବଶାଳୀ। ଜାଣନ୍ତୁ ରାତିରେ ଚର୍ମରେ କେଉଁ ଜିନିଷ ଲଗାଯାଇପାରିବ।


ନଡ଼ିଆ ତେଲ

ଯଦି ଆପଣଙ୍କ ଚର୍ମ ଅତ୍ୟଧିକ ଶୁଖିଲା ତେବେ ଆପଣ ଶୋଇବା ପୂର୍ବରୁ ନଡ଼ିଆ ତେଲ ଲଗାଇ ପାରିବେ। ନଡ଼ିଆ ତେଲ ଚର୍ମର ଶୁଷ୍କତା ଦୂର କରେ ଏବଂ ଲଗାଇଲେ ଚର୍ମକୁ ନରମ କରିଥାଏ। ନଡ଼ିଆ ତେଲ ଚର୍ମ କଟା ଏବଂ ଫାଟିବା ସମସ୍ୟାରୁ ମୁକ୍ତି ପାଇବାରେ ମଧ୍ୟ ଲାଭଦାୟକ ହୋଇଥାଏ ।


ଭିଟାମିନ୍ ଇ କ୍ୟାପସୁଲ୍

ଭିଟାମିନ୍ ଇ କ୍ୟାପସୁଲ୍ ମଧ୍ୟ ମୁହଁରେ ଲଗାଯାଇପାରିବ। ଭିଟାମିନ୍ ଇ କ୍ୟାପସୁଲ୍ ଚର୍ମର ସ୍ୱାସ୍ଥ୍ୟ ଚିକ୍କଣ ରଖିବାରେ ସାହାଯ୍ୟ କରେ। ଆପଣ ଏହି କ୍ୟାପସୁଲକୁ ମୁହଁରେ ଖାଲି ଲଗାଇପାରିବେ କିମ୍ବା ଏହାକୁ ବାଦାମ ତେଲ କିମ୍ବା ଆଲୋଭେରା ସହିତ ମିଶାଇ ମୁହଁରେ ଲଗାଇପାରିବେ। ଏହାକୁ ଲଗାଇବା ଦ୍ଵାରା ଚର୍ମ ଉଜ୍ଵଳ ଦେଖାଯାଇଥାଏ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଆଲୋଭେରା ଜେଲ୍

ଆଲୋଭେରା ଜେଲ ଲଗେଇବା ଦ୍ଵାରା ତ୍ୱଚାକୁ କେବଳ ଗୋଟିଏ ନୁହେଁ ବରଂ ଅନେକ ଫାଇଦା ମିଳିଥାଏ। ଆଲୋଭେରା ଜେଲ୍ କେବଳ ଚର୍ମ ଭଲ ରଖେ ନାହିଁ ବରଂ ଚର୍ମକୁ ନରମ କରିଥାଏ । ଶୀତଦିନେ ଶୁଖିଲା ପବନ ଯୋଗୁଁ ଚର୍ମ ଟାଣ ହୋଇଯାଏ। ଏପରି ପରିସ୍ଥିତିରେ ଆଲୋଭେରା ବ୍ୟବହାର ଏହି ଚର୍ମ ସମସ୍ୟାରୁ ମୁକ୍ତି ମିଳିଥଏ ।


କଞ୍ଚା କ୍ଷୀର

ଦିନସାରା ଆମ ମୁହଁରେ ବିଭିନ୍ନ ପ୍ରକାରର ମଇଳା ଲାଗି ରହିଥାଏ। ଏହାକୁ ଦୂର କରିବା ପାଇଁ କଞ୍ଚା କ୍ଷୀର ମୁହଁରେ ଲଗାଯାଇପାରିବ। ଏକ ପାତ୍ରରେ କଞ୍ଚା କ୍ଷୀର ନିଅନ୍ତୁ ଏବଂ ସେଥିରେ ତୁଳା ବୁଡ଼ାଇ ମୁହଁରେ ଘଷନ୍ତୁ। କଞ୍ଚା କ୍ଷୀର ବ୍ୟବହାର କରିବା ଦ୍ୱାରା ମୁହଁର ଚର୍ମ ଉଜ୍ଜ୍ୱଳ ହୁଏ ଏବଂ ମୁହଁରେ ଜମା ହୋଇଥିବା ମଇଳା ,ଶୁଖୁଲା ଚର୍ମ କୋଷଗୁଡ଼ିକ ଦୂର ହୋଇଯାଏ।

Sponsored
take-care-of-your-face-before-going-to-bed-at-night | Argus News