Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Lifestyle

ହୋଲି ଖୋଳିବା ପରେ ଏଭଳି ନିଅନ୍ତୁ କେଶ-ତ୍ବଚାର ଯତ୍ନ, ହେବନି କୌଣସି ସମସ୍ୟା

Rashmita Mishra
Browse all articles by Rashmita Mishra
·1 year ago·2 min read
ହୋଲି ଖୋଳିବା ପରେ ଏଭଳି ନିଅନ୍ତୁ କେଶ-ତ୍ବଚାର ଯତ୍ନ, ହେବନି କୌଣସି ସମସ୍ୟା

ରଙ୍ଗର ପର୍ବ ହୋଲି । ଏହିଦିନ ପରସ୍ପର ପରସ୍ପରକୁ ନାନା ପ୍ରକାରର ରଙ୍ଗ ଲଗାଇ ହୋଲିର ଶୁଭକାମନା ଜଣାଇଥାନ୍ତି ସମସ୍ତେ। ହୋଲି ହେଉଛି ରଙ୍ଗର ପର୍ବ ଏବଂ ଅଧିକାଂଶ କ୍ଷେତ୍ରରେ ଏହି ରଙ୍ଗଗୁଡ଼ିକ କଠିନ ରାସାୟନିକ ପଦାର୍ଥରୁ ତିଆରି ହୋଇଥାଏ। ଯାହା ଆପଣଙ୍କ ତ୍ୱଚା ପାଇଁ ଅତ୍ୟନ୍ତ କ୍ଷତିକାରକ ହୋଇପାରେ । ଯାହାଦ୍ୱାରା ଆଲର୍ଜି, ଜଳିବା ଏବଂ କେଶ ଝଡ଼ିବା ଭଳି ସମସ୍ୟା ଦେଖାଦେଇଥାଏ । ତେବେ ଆସନ୍ତୁ ଜାଣିବା କିପରି ଏହିସବୁ ସମସ୍ୟାକୁ ରୋକାଯାଇପାରିବ?

ତେବେ ଏହି ଖୁସିର ପର୍ବରେ କିଛି ସାବଧାନତା ଅବଲମ୍ବନ ନକଲେ ଏହା ଦୁଃଖରେ ପରିଣତ ହୋଇଯାଏ। ହୋଲିର କେମିକାଲ ରଙ୍ଗ ଛଡ଼ାଇବା ପାଇଁ ପ୍ରଥମେ ଶୁଖିଲା ରଙ୍ଗକୁ ଝାଡିଦିଅନ୍ତୁ। ଚର୍ମକୁ ଜୋରରେ ନ ଘଷି ଧୀରେ ଧୀରେ ସଫା କରନ୍ତୁ । ରଙ୍ଗକୁ ଧୀରେ ଧୀରେ ଛଡ଼ାଇବା ପାଇଁ ଏକ ହାଲୁକା ହର୍ବାଲ କ୍ଲିଞ୍ଜର କିମ୍ବା ବେସନ, କ୍ଷୀର ଏବଂ ହଳଦୀର ଏକ ଘରୋଇ ପ୍ୟାକ୍ ବ୍ୟବହାର କରନ୍ତୁ । ଜୋରରେ ଘଷିବା ଦ୍ଵାରା ଚର୍ମ ଅଧିକ ଜଳିବା ଏବଂ ତ୍ୱଚାକୁ ଅଧିକ କ୍ଷତି ପହଞ୍ଚାଇପାରେ।

କେମିକାଲ ରଙ୍ଗ, ସୂର୍ଯ୍ୟକିରଣ ଏବଂ ପାଣିର ସଂସ୍ପର୍ଶରୁ ରକ୍ଷା ପାଇବା ପାଇଁ ଆପଣଙ୍କ ଚର୍ମକୁ ଅଧିକ ଯତ୍ନ ଏବଂ ପୋଷଣର ଆବଶ୍ୟକତା ଅଛି । ତେଣୁ ମୁହଁକୁ ଏକ ନ୍ୟାଚୁରାଲ କ୍ଳୀଞ୍ଜରରେ ସଫା କରିବା ପରେ । ଅଧିକ ପରିମାଣରେ କେମିକାଲ ଫ୍ରି ମଇଶ୍ଚରାଇଜର କିମ୍ବା ବାଦାମ ତେଲ ଲଗାଇବା ଉଚିତ । ହୋଲି ପରେ ତ୍ୱଚାକୁ ହାଇଡ୍ରେଟ୍ କରିବା ପାଇଁ ଆପଣ ଆଲୋଭେରା ଜେଲ୍ କିମ୍ବା ଦହି ଏବଂ ମହୁର ଘରୋଇ ମାସ୍କ ବ୍ୟବହାର କରିପାରିବେ ଯାହା ଆପଣଙ୍କ ସ୍କିନକୁ ଏକ ନ୍ୟାଚୁରାଲ ଗ୍ଲୋ ଦେବ ।

ହୋଲିରେ ଆପଣଙ୍କର ସ୍କିନ କେୟାର ରୁଟିନ୍ ଫଲୋ କରିବାକୁ ଭୁଲନ୍ତୁ ନାହିଁ । ତେବେ ହୋଲିରେ କେବଳ ତ୍ୱଚା ନୁହେଁ ଆମ କେଶ ମଧ୍ୟ ବହୁତ ଡ୍ରାଏ ଏବଂ ଖରାପ ହୋଇଯାଇଥାଏ । ଏପରି ପରିସ୍ଥିତିରେ କେଶକୁ ନରମ ଏବଂ ସିଲ୍କ କରିବା ପାଇଁ ହେୟାର ମାସ୍କ ବ୍ୟବହାର କରନ୍ତୁ । ଫ୍ରିଜ୍ ଏବଂ ଡ୍ରାଏ ହେୟାର ସମସ୍ୟାକୁ ଦୂର କରିବା ପାଇଁ ଆପଣ କଦଳୀ ଏବଂ ନଡିଆ ତେଲ ସହିତ ହେୟାର ମାସ୍କ ତିଆରି କରି ଲଗାଇପାରିବେ । ଏହି ହେୟାର ମାସ୍କ ତିଆରି କରିବା ପାଇଁ ୧ ପାଚିଲା କଦଳୀ ଏବଂ ୨ ରୁ ୩ ଚାମଚ ନଡ଼ିଆ ତେଲକୁ ଭଲ ଭାବେ ମିଶାନ୍ତୁ ।

ଏହାକୁ କେଶରେ ଭଲ ଭାବରେ ଲଗାନ୍ତୁ ଏବଂ ଏହାକୁ ପ୍ରାୟ ଅଧ ଘଣ୍ଟା ଛାଡିଦିଅନ୍ତୁ । ତା’ପରେ କେଶକୁ ପାଣିରେ ଧୋଇ ଦିଅନ୍ତୁ । ଏହି ହେୟାର ମାସ୍କ ବ୍ୟବହାର କରିବା ଦ୍ୱାରା ଆପଣଙ୍କ କେଶ ସଂପୂର୍ଣ୍ଣ ନରମ ହୋଇଯିବ । ସେହିଭଳି ହୋଲିରେ ଅଧିକ ମେକଅପ୍ ଏବଂ ହେୟାର ଷ୍ଟାଇଲିଂ ଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି ହେଲ୍ଥ ଏକ୍ସପର୍ଟ । ଶରୀରରେ ତେଲ କିମ୍ବା ମଶ୍ଚରାଇଜର ବ୍ୟବହାର କରନ୍ତୁ ଯାହା ଚର୍ମକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ହାଇଡ୍ରେଟ୍ ରଖିବାରେ ସାହାଯ୍ୟ କରିବ । ହୋଲି ଖେଳିବାକୁ ଯିବା ପୂର୍ବରୁ ନିଶ୍ଚୟ ଭାବରେ ସନସ୍କ୍ରିନ୍ ବ୍ୟବହାର କରନ୍ତୁ ଏବଂ ନିଜ ମୁହଁ ଓ ଆଖି ପ୍ରତି ଧ୍ୟାନ ଦିଅନ୍ତୁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Take this hair care after Holi, there will be no problems | Argus News