Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Lifestyle

ହୋଟେଲ ସ୍ୱାଦ ଭୂଲିଯିବେ, ଘରେ ବନାନ୍ତୁ ଆଫଗାନୀ ପନୀର

Smruti Parija
Browse all articles by Smruti Parija
·1 year ago·2 min read
ହୋଟେଲ ସ୍ୱାଦ ଭୂଲିଯିବେ, ଘରେ ବନାନ୍ତୁ ଆଫଗାନୀ ପନୀର

Key Points

ଥରେ ଖାଆନ୍ତୁ ଟେଷ୍ଟି ଟେଷ୍ଟି ଆଫଗାନୀ ପନୀର

ଆମିଷ ଭୂଲି ଯିବେ

ପନୀରରେ ଆପଣ ବିଭିନ୍ନ ପ୍ରକାରର ରେସିପି ବନାଇଥିବେ । ହେଲେ ଥରେ ଘରେ ବନାନ୍ତୁ ଆଫଗାନୀ ପନୀର । ହୋଟେଲ ସ୍ୱାଦ ଭୁଲିଯିବେ । ଆଉ ବାରମ୍ବାର ବନେଇବାକୁ ଇଚ୍ଛା କରିବେ । କେମିତି ବନେଇବେ ଆଫଗାନୀ ପନୀର ଆସନ୍ତୁ ଜାଣିବା...


ସାମଗ୍ରୀ:-


ପିଆଡ, କଞ୍ଚା ଲଙ୍କା, କଞ୍ଚା ହଦଳୀ, ଅଦା, ଭିଜା ଯାଇଥିବା କାଜୁ, ଧନିଆ ପତ୍ର, ଦହି, ପନୀର, ମଲେଇ


ପ୍ରସ୍ତୁତି ପ୍ରଣାଳୀ:-


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପନୀରକୁ ବଡ ବଡ ଖଣ୍ଡ କରି କାଟିନେବେ । ଟିକେ ହଳଦୀ, ସାମନ୍ୟ ଲୁଣ, ଧନିଆ ପତ୍ର ପକେଇ ଗୋଳେଇ କିଛି ସମୟ ପାଇଁ ରଖି ଦିଅନ୍ତୁ ।


ଅନ୍ୟ ଏକ ପାତ୍ରରେ ପିଆଜ ଛୋଟ ଛୋଟ ଖଣ୍ଡ କଟିନେବେ, ଧନିଆ ପତ୍ର ଅଧିକ ପରିମାଣରେ ପକାଇବେ, ଭିଜା ଯାଇଥିବା କାଜୁ , କଞ୍ଚା ହଳଦୀ, କଞ୍ଚା ଲଙ୍କା, ଅଦାକୁ ମିଶାଇ ଏକ ପେଷ୍ଟ ବନେଇ ନେବେ । ଆଉ ଗୋଟିଏ ପାତ୍ରରେ ଦହି, ଅଳ୍ପ ଲୁଣ, ମଲେଇ ପକାଇ ଭଲ ଭାବରେ ଗୋଳେଇ ଦିଅନ୍ତୁ । ସେଥିରେ ଆଗରୁ ବନେଇ ଥିବା ପେଷ୍ଟ ମିଶାଇ ଦେବେ ।


ପ୍ୟାନ୍ ରେ ବଟର୍ ପକାଇବେ । ଏହାପରେ ସେଥିରେ ପନୀର ପକାଇ ଭଲ ଭାବରେ ଭାଜି ନେବେ । ଏହାପରେ ସେଗୁଡିକୁ କାଢି ନେଇ ସେଥିରେ ଆଉ ଟିକେ ବଟର୍ କିମ୍ବା ରିଫାଇନ ତେଲ ପକାଇବେ । ସେଥିରେ ଜିରା, ଗରମ ମସଲା(ଡାଲଚିନି, ଗୋଲମରିଚ,ତେଜପତ୍ର,ଗୁଜୁରାତି) ପକାଇ ହାଲକା ଭାଜିବେ । ସେଥିରେ ଆଗରୁ ପ୍ରସ୍ତୁତ କରି ରଖିଥିବା ସମସ୍ତ ପେଷ୍ଟ ପକାଇ ନେବେ । ସେହି ମିଶ୍ରଣରେ ଲୁଣ ପକାଇବେ , ଲଙ୍କାଗୁଣ୍ଡ, ଧନିଆ ଗୁଣ୍ଡ, ତନ୍ଦୁରୀ ମସଲା ପକାଇ ଭଲ ଭାବରେ ଗୋଳେଇ ନେବେ । ଏହାସହ ସେଥିରେ ଅଳ୍ପ ପାଣି ଦେଇ 5 ମିନିଟ୍ ଫୁଟାଇବା ପାଇଁ ଛାଡି ଦେବେ । ଶେଷରେ ଭଜା ହୋଇଥିବା ପନୀର, ଗରମ ମସଲା ଗୁଣ୍ଡ, ଧନିଆ ପତ୍ର ପକାଇ ଗୋଳାଇନେବେ ।


ଏହାକୁ ଆପଣ ରୁଟି, ପରଟା, କିମ୍ବା ଭାତ ସହ ଖାଇ ପାରିବେ । ଘରକୁ କୁଣିଆ ଆସିଥିଲେ ଏମିତି ବନାନ୍ତୁ ପନୀର । ଆପଣଙ୍କ ସମୟ ବଞ୍ଚାଇବା ସହ ଖୁବ ଜଲଦି ଝଟ୍ ପଟ୍ ତିଆରି ହୋଇଯିବ ଏହି ସୁଆଦିଆ ରେସିପି ।   


Sponsored
tasty-afgani-paneer-know-recipe | Argus News