Videos
|
Lifestyle

ନଗାଧୋଇଲେ ବଢ଼ିବ ଆୟୁଷ, ସତ ନା ମିଛ...

Banajyotshna Ray
Browse all articles by Banajyotshna Ray
·1 year ago·2 min read
ନଗାଧୋଇଲେ ବଢ଼ିବ ଆୟୁଷ, ସତ ନା ମିଛ...

Key Points

ଗାଧୋଇବାକୁ କାହାକୁ ବା ଭଲ ଲାଗେ

୧୦୦ ରୁ ୮୦ ପ୍ରତିଶତ ଲୋକେ ଗାଧୋଇବାକୁ ଭଲ ପାଆନ୍ତିନାହିଁ

ନଗାଧୋଇଲେ ବଢ଼ିବ ଆୟୁଷ

ଗାଧୋଇବାକୁ କାହାକୁ ବା ଭଲ ଲାଗେ। ଯଦି ଆମେ ରିପୋର୍ଟରେ ଦେଖିବା ତେବେ ୧୦୦ ରୁ ୮୦ ପ୍ରତିଶତ ଲୋକେ ଗାଧୋଇବାକୁ ଭଲ ପାଆନ୍ତି ନାହିଁ। ତେବେ ଶୀତ ଦିନରେ ତ ଏମିତିରେ କାହାକୁ ବି ଗାଧୋଇବାକୁ ଭଲ ଲାଗେ ନାହିଁ। କିନ୍ତୁ ଆପଣ ଜାଣନ୍ତି କି ଶୀତ ଦିନେ ନଗାଧୋଇଲେ ଆୟୁଷ ବଢ଼ିଥାଏ। ସାଧାରଣତଃ ଗାଧୋଇବା ଆମର ଦୈନନ୍ଦିନ ନିତ୍ୟକର୍ମର ଅଂଶବିଶେଷ। ଯଦିଓ ଆମେ ପ୍ରତିଦିନ ଗାଧୋଇବା ଜରୁରୀ ବୋଲି ଭାବିଥାଉ, କିନ୍ତୁ ସ୍ୱଚ୍ଛତାର ମାନ ବିଭିନ୍ନ ସଂସ୍କୃତିରେ ଭିନ୍ନ ହୋଇଥାଏ। ଥଣ୍ଡା ଜଳବାୟୁରେ, ଲୋକମାନେ ସପ୍ତାହରେ ସବୁଦିନ ନଗାଧୋଇବା ସାଧାରଣ କଥା। ତଥାପି, ଆପଣ ଏକ ସନ୍ତୁଳନ ରକ୍ଷା କରିବା ସହ ସ୍ୱାସ୍ଥ୍ୟକର ଓ ପରିଷ୍କାର ପରିଚ୍ଛନ୍ନତା ବଜାୟ ରଖିବା ଉଚିତ।


କାରଣ ଗାଧୋଇବାରେ ମଧ୍ୟ ଆପଣଙ୍କ ଶରୀର ପାଇଁ ଅନେକ ଲାଭ ଅଛି। ହେଲେ ଅନେକ ଏହାକୁ ମାନନ୍ତି ନାହିଁ। ଶୀତ ଦିନରେ ଗାଧୋଇବାକୁ ସମସ୍ତେ ପସନ୍ଦ କରନ୍ତିନି। ଆଉ ଯେଉଁମାନେ ଶୀତଦିନେ ଗାଧୋଇନଥାନ୍ତି, ସେମାନେ ଏକଥା କାହା ଆଗରେ କହିବାକୁ ବି ସଂକୋଚ କରିଥାଆନ୍ତି। କାରଣ ଏହାକୁ ଅସ୍ୱାସ୍ଥ୍ୟକର ବୋଲି କୁହାଯାଏ। ହେଲେ ଏଭଳି ଲୋକଙ୍କ ପାଇଁ ସୋସିଆଲ ମିଡିଆରେ ଏକ ଖୁସି ଖବର ଆସିଛି। ଶୀତ ଦିନେ ଗାଧୋଉନଥିବା ଲୋକଙ୍କ ଆୟୁଷ ବଢ଼ିଥାଏ ବୋଲି ଇନଷ୍ଟାଗ୍ରାମରେ ଏକ ଭିଡିଓରେ ହୋଇଥିବା ଦାବିକୁ ନେଇ ଏବେ ନାନା ଚର୍ଚ୍ଚା ଓ ଆଲୋଚନା ଆରମ୍ଭ ହୋଇଛି । ସୋସିଆଲ ମିଡିଆରେ ଜଣେ ଡକ୍ଟର ଶେୟାର କରିଥିବା ଭିଡିଓରେ ପରାମର୍ଶ ଦେଇଛନ୍ତି ଯେ ଶୀତ ଦିନରେ ନଗାଧୋଇବା ଏତେ ବି ଖରାପ ନୁହେଁ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କାରଣ ଏହା ଆପଣଙ୍କ ବୟସ ୩୪ ପ୍ରତିଶତ ବୃଦ୍ଧି କରିଥାଏ। ଭିଡିଓଟି ଇନଷ୍ଟାଗ୍ରାମରେ ଏପର୍ଯ୍ୟନ୍ତ ପ୍ରାୟ ୭ ମିଲିୟନ ୟୁଜର୍ସ ଦେଖିଲେଣି। ଏହି ଭିଡିଓରେ ଯଦିଓ ଅନେକ ତଥ୍ୟ ଦିଆଯାଇଛି, ହେଲେ ସମସ୍ତେ ଏହା ଉପରେ ବିଶ୍ୱାସ କରିନାହାନ୍ତି। ଅନେକ ସୋସିଆଲ ମିଡିଆ ବ୍ୟବହାରକାରୀମାନେ କମେଣ୍ଟ ବକ୍ସରେ ସେମାନଙ୍କର ସନ୍ଦେହ ପ୍ରକାଶ କରିଛନ୍ତି। ଡକ୍ଟର ନଗାଧୋଇବାର ଲାଭ ବିଷୟରେ କରିଥିବା ଦାବି ଯଦିଓ ଶୁଣିବାକୁ ବହୁତ ଭଲ ଲାଗୁଛି, ହଲେ ବିଶେଷଜ୍ଞ ତାଙ୍କ ଭିଡିଓରେ ଏହି ଦାବି ବିଷୟରେ କୌଣସି ପତ୍ରିକା କିମ୍ବା ଗବେଷଣାତ୍ମକ ପ୍ରମାଣ ପ୍ରକାଶ କରିନାହାନ୍ତି। ଫଳରେ କିଛି ୟୁଜର୍ସ ପ୍ରଶ୍ନ କରିଛନ୍ତି ଯେ, ଏହା ଉପରେ କୌଣସି ଗବେଷଣାତ୍ମକ ଲେଖା ଅଛି କି? ଯଦି ହଁ, ତେବେ ଏତେ ସାହସିକ ଦାବି କରିବା ପୂର୍ବରୁ ଆପଣଙ୍କୁ ଏହି ପ୍ରମାଣ ଶେୟାର କରିବା ଉଚିତ ଥିଲା।


ଏ ପ୍ରସଙ୍ଗରେ ଅନ୍ୟ ବିଶେଷଜ୍ଞମାନେ କିଛିମାତ୍ରାରେ ଏକମତ ହୋଇଥିଲେ ବି ଶୀତଦିନେ ଗାଧୋଇବା ସଂପୂର୍ଣ୍ଣ ବନ୍ଦ କରିଦେବା କ୍ଷତିକାରକ ହୋଇପାରେ ବୋଲି କହିଛନ୍ତି। କମ ତାପମାତ୍ରା ଏବଂ ଥଣ୍ଡାର ସଂସ୍ପର୍ଶ ଶରୀରରେ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇପାରେ, ଏବଂ ଏହା ବିଭିନ୍ନ ପ୍ରଜାତି ପାଇଁ ସତ୍ୟ। ଗବେଷଣାରୁ ଜଣାପଡ଼ିଛି ଯେ ଥଣ୍ଡା କିଛି ପ୍ରଜାତିର ମେଟାବୋଲିକ୍ ହାରକୁ ହ୍ରାସ କରିପାରେ, କିନ୍ତୁ ଏହା ପ୍ରକୃତରେ ମଣିଷ କ୍ଷେତ୍ରରେ କେତେ ସତ୍ୟ, ତାହାର କୌଣସି ଦୃଢ଼ ପ୍ରମାଣ ନାହିଁ।


the-idea-that-not-bathing-increases-lifespan-by-34-is-misleading-and-lacks-strong-scientific-backing-according-to-experts | Argus News