Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Lifestyle

ଏହି ରାଜା କରାଉଥିଲେ କୁକୁରମାନଙ୍କ ବାହାଘର...

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଏହି ରାଜା କରାଉଥିଲେ କୁକୁରମାନଙ୍କ ବାହାଘର...

ଭାରତ ଇତିହାସରେ ଅନେକ ରାଜା ଅଛନ୍ତି ଯାହାଙ୍କ ବିଷୟରେ ଭିନ୍ନ ଭିନ୍ନ ତଥ୍ୟ ରହିଛି। ଇତିହାସକୁ ପରଖିଲେ ଗୋଟି ଗୋଟି କରି ସବୁ କାହାଣୀ ସାମ୍ନାକୁ ଆସୁଛି। ଠିକ ଏଭଳି ଜଣେ ରାଜା ଅଛନ୍ତି ଯିଏ କୁକୁରମାନଙ୍କ ବାହାଘର ବ୍ୟବସ୍ଥା କରୁଥିଲେ। କଥାଟା ଆଶ୍ଚର୍ଯ୍ୟ ଲାଗୁଥାଇପାରେ କିନ୍ତୁ ଏହା ସତ। ରାଜାଙ୍କ ନାମ ହେଉଛି ମହମ୍ମଦ ମହବତ ଖାନ । ମହବତ ଖାନ କୁକୁରମାନଙ୍କୁ ଖୁବ ଭଲ ପାଉଥିଲେ। କୁକୁର ପାଳିବା ଏବଂ ସେମାନଙ୍କର ବିଶେଷ ଯତ୍ନ ନେବା ପାଇଁ ବେଶ ଜଣାଶୁଣା।

କୁହାଯାଏ ଯେ ମହବତ୍‌ ଖାନ୍‌ ୮୦୦ରୁ ୧୦୦୦ କୁକୁର ରଖିଥିଲେ ଏବଂ ସେମାନଙ୍କ ସେବା ପାଇଁ ଜଣେ ଜଣେ ଚାକର ରଖିଥିଲେ । କେବଳ ସେତିକି ନୁହେଁ, ମହାବତ ଖାନ୍‌ ଥିଲେ କୁକୁରମାନଙ୍କ ବିବାହ ପାଇଁ ପ୍ରାୟ ୨.୨୫ କୋଟି ଟଙ୍କା ଖର୍ଚ୍ଚ କରିଥିଲେ।

ଏହାସହ ଗୋଟିଏ କୁକୁରର ମୃତ୍ୟୁ ପରେ ରାଜ୍ୟରେ ଶୋକ ଘୋଷଣା କରିଥିଲେ ରାଜା। ରାଜା କେବଳ କୁକୁରମାନଙ୍କୁ ପାଳୁଥିଲେ ତାହା ନୁହେଁ, ରାଜା ଅନେକ ଗାଈ ଗୋରୁଙ୍କ ଲାଳନପାଳନ ପାଇଁ ବ୍ୟବସ୍ଥା କରିଥିଲେ। ରାଜା ତାଙ୍କ ଅନନ୍ୟ ଏବଂ ଅଜବ କାମ ପାଇଁ ଇତିହାସ ପୃଷ୍ଠାରେ ଲିପିବଦ୍ଧ ହୋଇ ରହିଯାଇଛନ୍ତି।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The nawab who loved dogs | Argus News