Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Lifestyle

ପାଟିରେ କମୁଛି ଦାନ୍ତ ସଂଖ୍ୟା,୩୨ ନୁହେଁ ୨୮ !

Rashmita Mishra
Browse all articles by Rashmita Mishra
·1 year ago·2 min read
ପାଟିରେ କମୁଛି ଦାନ୍ତ ସଂଖ୍ୟା,୩୨ ନୁହେଁ ୨୮ !

ଗୋଟେ ବିଧାରେ ୩୨ ଦାନ୍ତ ଭାଙ୍ଗି ଦେବି । ଏଭଳି ଡାଇଲଗ୍ ଆପଣ ବଲିଉଡ୍ ଫିଲ୍ମରେ ଅନେକଙ୍କ ମୁହଁରୁ ଶୁଣିଥିବେ। କିନ୍ତୁ ଆଉ କିଛି ବର୍ଷ ପରେ ଏହି ଡାଇଲଗ ଆଉ ଶୁଣିବାକୁ ମିଳିବ ନାହିଁ। ଏହା ଅଚଳ ହୋଇଯିବ । କାରଣ ଏକ ନୂଆ ଗବେଷଣା ରିପୋର୍ଟ ଅନୁସାରେ ଯୁବକଙ୍କ ମୁହଁରେ ଆଉ ୩୨ ଦାନ୍ତ ଉଠୁନାହିଁ । ୩୨ ବଦଳରେ ଦାନ୍ତ ସଂଖ୍ୟା ୨୮ରେ ହିଁ ସୀମିତ ରହୁଛି । ଏହା ସହିତ ମୁହଁ ମଧ୍ୟ ଧିରେ ଧିରେ ଛୋଟ ହୋଇଯାଉଛି ।

ବରିଷ୍ଠ ଦାନ୍ତ ବିଶେଷଜ୍ଞଙ୍କ ଏକ ଗବେଷଣା ଅନୁସାରେ ଗତ ୨୦ ବର୍ଷ ଧରି ତାଙ୍କ ଓପିଡିକୁ ଆସିଥିବା ୨୫ ପ୍ରତିଶତ ଯୁବକଙ୍କ ନିକଟରେ କେବଳ ୨୮ଟି ଦାନ୍ତ ଦେଖିବାକୁ ମିଳିଛି । ୩୫ ପ୍ରତିଶତଙ୍କ ନିକଟରେ ଅତି କଷ୍ଟରେ ୩୨ଟି ଦାନ୍ତ ଦେଖିବାକୁ ମିଳିଛି । ତାହା ମଧ୍ୟ ଅଙ୍କାବଙ୍କା ଦାନ୍ତ, ଯାହାକୁ ଚିକିତ୍ସା କରି ସିଧା କରାଯାଉଛି ।

ବିଶେଷଜ୍ଞଙ୍କ କହିବା କଥା ହେଉଛି, ପ୍ରାୟ ୧୮ରୁ ୨୫ ବର୍ଷ ମଧ୍ୟରେ ୨୯ରୁ ୩୨ଟି ଦାନ୍ତ ଉଠିଥାଏ । ଏହାକୁ ଥର୍ଡ଼ ମୋଲାର ଦାନ୍ତ ବୋଲି କୁହାଯାଏ । ଡାକ୍ତରଙ୍କ କହିବା ହେଉଛି ୨୦ ବର୍ଷ ହେବ ୨୫ ପ୍ରତିଶତ ରୋଗୀଙ୍କ ନିକଟରେ ଥର୍ଡ଼ ମୋଲାର ଦାନ୍ତ ଦେଖିବାକୁ ମିଳୁନି । କେବଳ ସେତିକି ଖାଦ୍ୟକୁ ଚୋବାଇବା ପାଇଁ ୧୨ଟି ଦାନ୍ତ ଥାଏ, ଆଜିକାଲି ତାହା ମଧ୍ୟ ଆଉ ଦେଖିବାକୁ ମିଳୁନାହିଁ ।

କ’ଣ ପାଇଁ ଏମିତି ହେଉଛି ?
ପ୍ରଫେସରଙ୍କ କହିବା ହେଉଛି ସହରର ଯୁବପୀଢ଼ିଙ୍କ ଠାରେ ଏହି ସମସ୍ୟା ଅଧିକତର ଦେଖିବାକୁ ମିଳୁଛି । ଏହା ପଛର କାରଣ ହେଉଛି ଆଧୁନିକ ଯୁଗର ପିଲାମାନେ ଟାଣ ଖାଦ୍ୟ ଚୋବାଇବା ବନ୍ଦ କରି ଦେଇଛନ୍ତି । ପୂର୍ବରୁ ଲୋକମାନେ ଚଣା, ମଟର, ବାଦାମ ଆଦି ଚୋବାଇ ଖାଉଥିଲେ । ଗାଁ’ରେ ଏବେ ମଧ୍ୟ ଲୋକ ଏହିଭଳି କରୁଛନ୍ତି । କିନ୍ତୁ ସହରର ଚାକଚକ୍ୟ ମଧ୍ୟରେ ଆଜିର ଯୁବପୀଢ଼ି ଏ ସବୁ ଭୁଲିଗଲେଣି । କମ୍ ଚୋବାଇବା ଦ୍ୱାରା ମାଢ଼ିର ଆକାର ମଧ୍ୟ କମ୍ ହେବାରେ ଲାଗିଛି । ଦାନ୍ତ ଉଠିବା ପାଇଁ ସ୍ଥାନ ମିଳୁନାହିଁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
the-number-of-teeth-in-the-mouth-is-decreasing-not-32-but-28 | Argus News