Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Lifestyle

ଏମିତି ଜେଲ୍‌ କେବେ ଦେଖିନଥିବେ, ମିଳୁଛି 5 ଷ୍ଟାର ହୋଟେଲର ସୁବିଧା

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଏମିତି ଜେଲ୍‌ କେବେ ଦେଖିନଥିବେ, ମିଳୁଛି 5 ଷ୍ଟାର ହୋଟେଲର ସୁବିଧା

ଜେଲ୍‌ ନାଁ ଟା ଶୁଣିଲା ବେଳକୁ ଡରଲାଗେ। ଜେଲ୍‌ ଜୀବନ କେମିତି ହୋଇଥାଏ ? କେତେ ସମୟ କୋଠରୀ ଭିତରେ ବନ୍ଦ ରହିବାକୁ ପଡିଥାଏ ? ବାହାରେ ବୁଲିବା କିମ୍ବା ଚାଲିବା ପାଇଁ କେତେ ସମୟ ମିଳିଥାଏ ? ଏଭଳି ଅନେକ ପ୍ରଶ୍ନ, ଏବଂ ଭୟ ସଭିଙ୍କ ମନରେ। କାରଣ ଜେଲ୍‌ ଭିତରର ରହସ୍ୟ, ଚାରିକାନ୍ଥ ଭିତରେ ଆବଦ୍ଧ । ଏହା ପଛରେ କଣ ଚାଲେ ସମସ୍ତଙ୍କର ଜାଣିବାକୁ ଇଚ୍ଛା । କିନ୍ତୁ ଆପଣ ଜାଣନ୍ତି କି ଏପରି କିଛି ଜେଲ୍‌ ରହିଛି ଯେଉଁଠି ଆପଣଙ୍କୁ ୫ଷ୍ଟାରର ସୁବିଧା ମିଳିବ। ବିଶ୍ୱାସ ହେଉନି ନା। କିନ୍ତୁ ଏହା ସତ। ଆପଣ ଭାବୁଥିବେ, ଜେଲ୍‌ର ନାଁ ନେଲେ ସେ ପାଣିମିଶା ଡାଲି, ଶୁଖିଲା ରୁଟି ଏବଂ ସାଦା ଭାତ କଥା ମନକୁ ଆସେ । ଏପରି ଖାଦ୍ୟ ଖାଇବାକୁ କେହି ବି ପସନ୍ଦ କରନ୍ତିନି । ସେଥିପାଇଁ କେହି ବି ଜେଲ୍ ଯିବାକୁ ପସନ୍ଦ କରନ୍ତିନି । କିନ୍ତୁ ଦୁନିଆରେ ଏପରି କିଛି ଜେଲ ଅଛି ଯାହାକୁ ଦେଖିଲେ, କେହି କହିପାରିବେନି କି ଏଗୁଡିକ ଜେଲ୍‌ । କାରଣ ଏହି ଜେଲଗୁଡ଼ିକରେ ଏତେ ଭଲ ସୁବିଧା ଅଛି ଯେ ଏହା ଏକ ୫ଷ୍ଟାର ହୋଟେଲ ପରି ମନେହୁଏ।

ଲିଷ୍ଟର ପ୍ରଥମରେ ରହିଛି ନରୱେର ବାଷ୍ଟୋୟ ଜେଲ । ଏହି ଜେଲ୍‌ରେ ଥରକରେ କେବଳ ୧୦୦ ଜଣ କଏଦୀ ରହିପାରିବେ । ଏହି ଜେଲରେ ଚମତ୍କାର ଖାଦ୍ୟ ଖାଇବାକୁ ଦିଆଯିବା ସହିତ, ଘୋଡା ଚାଳନ, ସନ୍‌ବାଥ୍‌ ସ୍ନାନ, ଟେନିସ୍, ମାଛ ଧରିବା ଭଳି ସୁବିଧା ଯୋଗାଇ ଦିଆଯାଇଛି। ସୋଲେନ୍ତୁନାରେ କଏଦୀଙ୍କୁ ବ୍ୟକ୍ତିଗତ ସେଲ୍‌ ଦିଆଯାଏ । ଆରାମଦାୟକ ବେଡ୍‌ ସହିତ ଆଟାଚ୍‌ ବାଥରୁମର ବ୍ୟବହାର କରିଥାନ୍ତି କଏଦୀ । ଏହି ଜେଲ୍‌ରେ ଏକ ଜିମ୍, ଖାଦ୍ୟ ରାନ୍ଧିବା ପାଇଁ ଏକ ଖୋଲା ରୋଷେଇ ଘର ଏବଂ ଏକ ରୁମ୍‌ ରହିଛି ଯେଉଁଠାରେ କଏଦୀମାନେ ଆରାମରେ ବସି ଟିଭି ଦେଖିପାରିବେ । ଆଉ ମଉଜ ମସ୍ତିରେ ରହିପାରିବେ ।

ଏତେସବୁ ସୁବିଧା ମିଳିଲେ ଯେ କେହି ବି ଜେଲ୍‌ ଯିବାକୁ ଚାହିଁବେ । ସେହିପରି ସ୍କଟଲ୍ୟାଣ୍ଡର HMP ଜେଲ୍ । ଏହି ଜେଲ୍‌ରେ ଥରକରେ ୭୦୦ କଏଦୀ ରୁହନ୍ତି । ଏହା ବିଶ୍ୱର ସବୁଠାରୁ ଭଲ ଜେଲ ମଧ୍ୟରୁ ଗୋଟିଏ। ଏହାପଛକୁ ରହିଛି ନ୍ୟୁଜିଲାଣ୍ଡର ଓଟାଗୋ କରେକ୍ସନ୍ସ ଜେଲ । ଏହାର ରୁମ୍‌ଗୁଡ଼ିକ ଏକ ବିଳାସପୂର୍ଣ୍ଣ ହୋଟେଲ ପରି ତିଆରି ହୋଇଛି । ଏହି ଜେଲରେ କଏଦୀମାନଙ୍କୁ ରହିବା ସହିତ ପାଠପଢ଼ାର ମଧ୍ୟ ସୁଯୋଗ ଦିଆଯାଇଥାଏ ।ଜଷ୍ଟିସ୍ ସେଣ୍ଟର ଲିଓବେନ୍ ଜେଲ । ଏଥିରେ ଏକକାଳୀନ ମୋଟ ୨୦୫ ଜଣ କଏଦୀ ରହୁଛନ୍ତି । ସେମାନଙ୍କୁ କଏଦୀଙ୍କୁ ସର୍ବୋତ୍ତମ ଖାଦ୍ୟ ଯୋଗାଇ ଦିଆଯାଏ । ଏହାବ୍ୟତୀତ ସେମାନଙ୍କର କ୍ରୀଡା ଏବଂ ମନୋରଞ୍ଜନର ମଧ୍ୟ ସମ୍ପୂର୍ଣ୍ଣ ଯତ୍ନ ନିଆଯାଏ। ସ୍ପେନର ଅରେନଞ୍ଜୁଏଲ ଜେଲ । ଏହାର ବିଶେଷତ୍ୱ ବେଶ୍‌ ନିଆରା ।

ଏଠାରେ କଏଦୀମାନେ ନିଜ ପରିବାର ସହିତ ରହିପାରିବେ । ଏହି ରୁମ୍‌ ଗୁଡିକୁ ଷ୍ଟାର ସେଲ୍‌ କୁହାଯାଏ। ଫିଲିପାଇନ୍ସର ସେବୁ ଜେଲ । ଏଠାରେ ରହୁଥିବା କଏଦୀମାନେ କେବେ ବି ବିରକ୍ତ ହୁଅନ୍ତିନି । କାରଣ ସେଠାରେ ସେମାନଙ୍କ ମନୋରଞ୍ଜନର ସମ୍ପୂର୍ଣ୍ଣ ବ୍ୟବସ୍ଥା ମଧ୍ୟ କରାଯାଏ । କାରଣ ଏଠାକାର ପ୍ରଶାସନ ବିଶ୍ୱାସ କରେ ଯେ ସଙ୍ଗୀତ ଏବଂ ନୃତ୍ୟ ଉଭୟ ଔଷଧ ପରି କାମ କରେ।ବର୍ତ୍ତମାନ ଆପଣ ଭାବୁଥିବେ ଯଦି ଏହିପରି ସୁବିଧା ଜେଲ ଭିତରେ ସମସ୍ତଙ୍କୁ ମିଳିବ , ତେବେ ସମସ୍ତେ କ୍ରାଇମ କରି ଜେଲକୁ ଯିବାକୁ ହିଁ ଚାହିଁବେ। କିନ୍ତୁ ଏପରି ସୁବିଧା ଯୋଗାଇଦେବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି। କଏଦୀମାନଙ୍କ ପରିବର୍ତ୍ତନ।



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
the-statement-youre-getting-the-amenities-of-a-jail-hotel-like-5-star | Argus News