|
logo
Live

Argus News - ଭରସା କରି ଚାଲିଆସିଥିଲେ, ହେଲେ ହାତ ଛାଡିଦେଲେ...

Lifestyle

ଭରସା କରି ଚାଲିଆସିଥିଲେ, ହେଲେ ହାତ ଛାଡିଦେଲେ...

Banajyotshna Ray
Browse all articles by Banajyotshna Ray
·1 year ago·4 min read
ଭରସା କରି ଚାଲିଆସିଥିଲେ, ହେଲେ ହାତ ଛାଡିଦେଲେ...

କଥାରେ ଅଛି, ଏହି ଦୁନିଆରେ ଆମେ ଯାହା ଉପରେ ଆଖି ବନ୍ଦ କରିକି ବିଶ୍ୱାସ କରିଥାଉ, ସେ ହିଁ ଆମ ଆଖି ଖୋଲିଦେଇଥାଏ । ଏଭଳି ଘଟଣା ଆମ ଦୈନନ୍ଦିନ ଜୀବନରେ ଅନେକ ଘଟିଥାଏ। ଆସନ୍ତୁ ଆଜି ଗୋଟେ ଗପ ଶୁଣିବା ଯାହା ଆପଣଙ୍କ ଜୀବନକୁ ନିଶ୍ଚିତ ଭାବରେ ପ୍ରଭାବିତ କରିବ।

କାହାଣୀ ଆରମ୍ଭ:

ସକାଳୁ ସକାଳୁ ଘରର ବେଲ୍‌ ବାଜୁଥାଏ। ମନୋଜ ଉଠିକି ଯାଇ କବାଟ ଖୋଲାଲା ବେଳକୁ ଦେଖିଲା ଯେ, ବାହାରେ ତାକୁ ପାଠ ପଢ଼ାଉଥିବା ଶିକ୍ଷକ ଏବଂ ଶିକ୍ଷକଙ୍କ ପତ୍ନୀ ଛିଡା ହୋଇଛନ୍ତି। ଏହାସହ ତାଙ୍କ ହାତରେ ଏକ ବ୍ୟାଗ ମଧ୍ୟ ରହିଛି। ମନୋଜ ଶିକ୍ଷକଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲା ଏବଂ କହିଲା ସାର୍‌, ଆପଣ ଏଠାରେ। ମନୋଜଙ୍କ ପ୍ରଶ୍ନ ଶୁଣି ଶିକ୍ଷକ ଜଣଙ୍କ ବି ବୁଝିଗଲେ ଯେ, ମନୋଜ ଖୁସି ନାହାନ୍ତି ତାଙ୍କୁ ଦେଖିକି। ଶିକ୍ଷକ କହିଲେ ଯେ, ମନୋଜ କଣ କହିବି... ମ୍ୟାଡାମଙ୍କ ଦେହ ବହୁତ ଖରାପ । ଗାଁରେ ସବୁ ହସ୍ପିଟାଲରେ ଦେଖାଇବା ପରେ ବି ଠିକ ହେଲା ନାହିଁ। ଡକ୍ଟର କହିଲେ ଯେ ସହରକୁ ନେଇଯା ସେଠାରେ ଶୀଘ୍ର ଭଲ ହୋଇଯିବ।

ତେଣୁ ଏଠାକୁ ଚାଲିଆସିଲି। ମନୋଜ ସବୁ ଶୁଣିବା ପରେ କହିଲା ଯେ, ଭିତରକୁ ଆସନ୍ତୁ ସାର୍‌ । ଶିକ୍ଷକଙ୍କୁ ବସିବାକୁ କହି ନିଜ ସ୍ତ୍ରୀକୁ ମନୋଜ କହିଲା ଚା ତିଆରି କର। ଶିକ୍ଷକ ଜଣଙ୍କ ବ୍ୟତିବ୍ୟସ୍ତ ହୋଇ କହୁଥାନ୍ତି ମନୋଜ ଯଦି ଆଜି ଟିକେ ଅଫିସରୁ ଛୁଟି ନେଇପାରନ୍ତ, ତେବେ ଆଜି ଆମେ ହସ୍ପିଟାଲ ଯାଇଥାନ୍ତେ। ମନୋଜ ସଙ୍ଗେ ସଙ୍ଗେ ବାହାନା କରି କହିଲା ଯେ, ନାଇଁ ଆଜି ଅଫିସରେ ମୋର ବହୁତ କାମ ଅଛି। ଆମେ କାଲି ଯିବା ମେଡିକାଲ। ଏହା କହି ମନୋଜ ଚୁପଚାପ ଘରକୁ ଚାଲିଗଲେ। ଏହି ସମୟରେ ମନୋଜଙ୍କର ଛୋଟ ଝିଅ ଶୋଇଥିଲା ସେ ଉଠି ପଡିଲା। ସେ ଜେଜେ ବାପା ଜେଜେମା'ଙ୍କୁ ଦେଖି ଖୁସି ହୋଇଗଲେ। ମନୋରଜ ଝିଅ ଶିକ୍ଷକ ଏବଂ ତାଙ୍କ ପତ୍ନୀଙ୍କୁ ଜେଜେ ବାପା ଜେଜେମା ବୋଲି ଡାକେ। କାହିଁକି ନା ୬ ମାସ ପୂର୍ବରୁ ଯେତେବେଳେ ମନୋଜ ଗାଁକୁ ଯାଇଥିଲା, ମନୋଜ ରହୁଥିବା ଘରର ପାଖ ଘର ହେଉଛି ଶିକ୍ଷକଙ୍କ ଘର । ମନୋଜର ବାପା, ମା ନଥିବାବେଳେ ଛୋଟ ଝିଅଟି ପଡୋଶୀ ଶିକ୍ଷକଙ୍କ ଘରେ ଖୁବ ମଜା ମସ୍ତି କରୁଥାଏ। ତେଣୁ ତାଙ୍କୁ ଝିଅଟି ଖୁବ ଭଲ ଭାବରେ ଚିହ୍ନିଥିଲା। ଛୋଟ ଝିଅଟି ସେମାନଙ୍କୁ ଦେଖି ଖୁବ ଖୁସି ହେଲା।

ଏହି ସମୟରେ ଛୋଟ ଝିଅର ମା ଆସି ଝିଅଟିକୁ ଟାଣି ନେଇ ରାଗିବାକୁ ଲାଗିଲା । ଆଉ କହିଲା କି ତୁ ସ୍କୁଲ ଯିବୁନି କି । ଯେତେବେଳେ ଦେଖିବ ସେତେବେଳେ ଖାଲି ଖେଳ କୁଦ। ଏହା ଦେଖି ଶିକ୍ଷକ ଜଣଙ୍କ ବୁଝିଗଲେ ଯେ ଘରେ ପରିସ୍ଥିତି ବହୁତ ଖରାପ ଅଛି। ଆମକୁ ଦେଖି କେହି ଖୁସି ନାହାନ୍ତି। ମନୋଜର ସ୍ତ୍ରୀ ରୋଷେଇ ଘରକୁ ଚାଲିଗଲେ। ମନୋଜ ମଧ୍ୟ ସେହିଠାରେ ଉପସ୍ଥିତ ଥିଲେ। ଏହି ସମୟରେ ଶିକ୍ଷକ ଜଣଙ୍କ ବେସିନ ପାଖରେ ହାତ ଧୋଉଥାନ୍ତି । ମନୋଜ ଏବଂ ତାଙ୍କ ପତ୍ନୀଙ୍କର ସମସ୍ତ କଥା ଶୁଣୁଥାନ୍ତି।


ମନୋଜଙ୍କ ପତ୍ନୀ କହୁଥାନ୍ତି ଯେ, ତମେ କାହିଁକି ସେମାନଙ୍କୁ ମନା କଲ ନାହିଁ। ଏବେ ମୋ ସାଙ୍ଗମାନେ ଆସୁଥିବେ। ସେମାନେ କଣ ଭାବିବେ ଏମାନଙ୍କୁ ଦେଖିକି। ଏମାନେ ସବୁ କିଏ ? କାହିଁକି ଆସିଛନ୍ତି ? ।ଆମ ଝିଅକୁ ବି ଦେଖ ସେବି ଯାଇକି ତାଙ୍କ ସହ ମିଶା ମିଶି କରୁଛି। ତାଙ୍କ ସ୍ୱାସ୍ଥ୍ୟ ଭଲ ନାହିଁ। ଝିଅବି ଅସୁସ୍ଥ ହୋଇପଡିବ। ଏଭଳି ଭାବରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କଥାବାର୍ତ୍ତା ଚାଲିଥିଲା। ଏହାପରେ ମନୋଜ ଚା' ନେଇଛି ହଲରେ ପହଞ୍ଚିଲା ।

ସେତେବେଳକୁ ଶିକ୍ଷକ ଏବଂ ତାଙ୍କ ପତ୍ନୀ ଚାଲିଯାଇଥିଲେ । ମନୋଜ ଭିତରକୁ ଆସି କହିଲେ ଯେ, ବୋଧେ ସେମାନେ ପଳେଇଲେଣି। ଶିକ୍ଷକ ଏବଂ ତାଙ୍କ ପତ୍ନୀ ସହରରେ କିଛି ଜାଣିନାହାନ୍ତି। କେମିତି ହସ୍ପିଟାଲ ଯିବେ କଣ କହିବେ କିଛି ଜାଣିପାରୁନଥାନ୍ତି। ଶେଷରେ ସମସ୍ତଙ୍କୁ ପଚାରି ପଚାରି ରିକ୍ସା କରିକି ଯାଇ ହସ୍ପିଟାଲରେ ପହଞ୍ଚିଗଲେ । କିନ୍ତୁ ଶିକ୍ଷକ ଜଣଙ୍କ ମନେ ମନେ ଭାରି ଦୁଃଖରେ ଥାନ୍ତି। ସେ ଭାବୁଥାନ୍ତି ଯେ, ଯେଉଁ ମନୋଜ ଉପରେ ଏତେ ବିଶ୍ୱାସ କରୁଥିଲି ସେ ଏମିତି ବ୍ୟବହାର କରିଲା ମୋ ସହ । ହସ୍ପିଟାଲ ଚେୟାରେ ବସିଥାନ୍ତି ଅନେକ କଥା ଭାବୁଥାନ୍ତି। ଏହି ସମୟରେ ଶିକ୍ଷକଙ୍କ ପାଖକୁ ଜଣେ ବ୍ୟକ୍ତି ଆସିକି କହିଲେ ଯେ, ସାର ଆପଣ ମତେ ଚିହ୍ନିପାରୁଛନ୍ତି । ଆପଣ ମତେ ଛୋଟବେଳେ ପାଠ ପଢ଼ାଇଥିଲେ। ଶିକ୍ଷକ ଜଣଙ୍କ ସଙ୍ଗେ ସଙ୍ଗେ ଚଷମା ଠିକ କରି କହିଲେ ହଁ, ମୁଁ ତମକୁ ଚିହ୍ନିପାରୁଛି। ଏହାପରେ ପିଲାଟି କହିଲା ମୁଁ ହେଉଛି କୂଲଦୀପ। ଗାଁରେ ମୋ ବାପା ସଫାସଫି କାମ କରନ୍ତି। ଆଉ ମତେ ସ୍କୁଲ ଆସିବା ଦେଖି ପିଲାମାନେ ଚିଡୁଥିଲେ। କିନ୍ତୁ ଆପଣ ମତେ ଅଲଗା ପାଠ ପଢ଼ାଇବା ପାଇଁ ଆସୁଥିଲେ। ଶିକ୍ଷକ କହିଲେ ହଁ, ମୋର ସବୁ ମନେ ପଡିଲା। ଏହାପରେ କୂଲଦୀପ କହିଲା କି ମୋର ଏଠାରେ ଚାକିରି ହୋଇଯାଇଛି।

ବେଶି ବଡ ଚାକିରି ତ ନୁହେଁ କିନ୍ତୁ ମୋର ଡାକ୍ତରଙ୍କ ସହ ଭଲ ଚିହ୍ନା ପରିଚୟ ଅଛି। ଏହାପରେ କୁଲଦୀପ ବଡ ଡାକ୍ତରଙ୍କ ପାଖକୁ ସାରଙ୍କୁ ନେଇକି ଗଲା। ଡାକ୍ତର ଜଣଙ୍କ ଭଲ ଭାବରେ ଚେକଅପ କଲେ। ଏହାପରେ ମେଡିସିନ ଲେଖିଲେ। ପରେ କୁଳଦୀପ କହିଲେ ଆପଣଙ୍କୁ ଗାଁକୁ ଯିବାର ବର୍ତ୍ତମାନ କୌଣସି ଆବଶ୍ୟକତା ନାହିଁ।ଆପଣ ଦୁଇ ତିନି ଦିନ ଏଠାରେ ରୁହନ୍ତୁ। ଚାଲନ୍ତୁ ମୋ ସହିତ ମୋ ଘରକୁ । ଏହାସହ କୁଲଦୀପ ଖୁସିରେ ହସ୍ପିଟାଲରେ ସମସ୍ତଙ୍କୁ କହି କହି ଯାଉଥିଲା ଯେ, ମୋ ଘର ଲୋକ ଆସିଛନ୍ତି , ମୋ ଗାଁ ଲୋକ ଆସିଛନ୍ତି। ଏହା ଦେଖି ଶିକ୍ଷକଙ୍କ ଆଖିରେ ଲୁହ ଆସିଯାଉଥିଲା। ତାଙ୍କର କେହି ନଥିଲେ। ଶିକ୍ଷକ ଜଣଙ୍କ ଭାବୁଥିଲେ ଯେ, ମୋତେ କୁଲଦୀପ ରୂପରେ ଗୋଟେ ପୁଅ ମିଳିଗଲା। ଶିକ୍ଷକ ଜଣଙ୍କ ଭାବୁଥାନ୍ତି କି ମନୋଜ ଉପରେ ମୁଁ ଏତେ ବିଶ୍ୱାସ କରୁଥିଲି । ହେଲେ ସେ ମୋ ବିଶ୍ୱାସ ଭାଙ୍ଗିଦେଲା।

ଏ କାହାଣୀ ଟି ଛୋଟ ହୋଇଥାଇପାରେ। କିନ୍ତୁ ଆଜିକାଲି ଦୁନିଆରେ ଇମୋସନର ମହତ୍ତ୍ୱ ବୁଝାଇଦେଉଛି । ଅନେକ ଲୋକ ଆଜିକାଲି ଇମୋସନରୁ ଦୂରେଇ ଯାଉଛନ୍ତି। ନିଜ ଲାଇଫରେ ଭାବନାକୁ ବଞ୍ଚାଇ ରଖନ୍ତୁ। କାହିଁକିନା ଜୀବନ ଭାବନାକୁ ନେଇ ଗଢ଼ିଉଠିଥାଏ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଭରସା କରି ଚାଲିଆସିଥିଲେ, ହେଲେ ହାତ ଛାଡିଦେଲେ... | Argus News