Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Lifestyle

ଭାରତରେ ଏମିତି ୫ ଫେମସ ସହର ରହିଛି: ଯାହାର ଶୁଦ୍ଧ ଶାକାହାରୀ ଖାଇବା ଏକଦମ ଜବରଦସ୍ତ

Ritu Das
Browse all articles by Ritu Das
·1 year ago·3 min read
ଭାରତରେ ଏମିତି ୫ ଫେମସ ସହର ରହିଛି: ଯାହାର ଶୁଦ୍ଧ ଶାକାହାରୀ ଖାଇବା ଏକଦମ ଜବରଦସ୍ତ

ଅର୍ଗସ ବ୍ୟୁରୋ: ଭାରତରେ ବିଭିନ୍ନ ସଂସ୍କୃତିର ଲୋକ ବସବାସ କରୁଛନ୍ତି। କିନ୍ତୁ ସମସ୍ତଙ୍କର ଖାଦ୍ୟପେୟ ଚାଲି ଚଳଣି ସମ୍ପୂର୍ଣ୍ଣ ଭିନ୍ନ। କଥାରେ ଅଛି ଯେ ଦେଶ ଯାଇ ସେ ଫଳ ଖାଇ। ଅର୍ଥାତ ଯଦି ଆପଣ ନିଜ ରାଜ୍ୟ ଛାଡ଼ି ଅଲଗା ସ୍ଥାନକୁ ଯାଉଛନ୍ତି ତାହେଲେ ସେ ସ୍ଥାନର ଖାଦ୍ୟ ଭିନ୍ନ ହୋଇଥାଏ।
ତେବେ ଏହା ଜରୁରୀ ନୁହେଁ ସମସ୍ତେ ନନଭେଜ ପସନ୍ଦ କରନ୍ତି। ଆଜିକା ଦୁନିଆରେ ଶାକାହାରୀ ଖାଇବା ଲୋକଙ୍କ ସଂଖ୍ୟା ଦ୍ରୂତ ଗତିରେ ବଢ଼ି ଚାଲିଛି। ଭାରତରେ ଅଲଗା ଅଲଗା ସଂସ୍କୃତିର ଲୋକ ବାସ କରିବା ସେମାନଙ୍କର ଖାଇବା ଡିସ ମଧ୍ୟ ଅଲଗା ଅଲଗା ହୋଇଥାଏ। ଯେଉଁ ବ୍ୟକ୍ତି କୁହନ୍ତି କି ଶାକାହାରୀ ଖାଦ୍ୟରେ ଭିନ୍ନ ଭିନ୍ନ ଖ୍ୟାଦ୍ୟର ଅପ୍ସନ ମିଳେନି ସେମାନେ ଜାଣିବା ଦରକାର ଭାରତରେ ଏମିତି ସ୍ଥାନ ରହିଛି ଯାହା ଶାକାହାରୀ ବ୍ୟଞ୍ଜନ ପାଇଁ ପ୍ରସିଦ୍ଧି ଲାଭ କରିଛି।
ପାରମ୍ପରିକ ଥାଳି ଠୁ ଆରମ୍ଭ କରି ବହୁତ ପ୍ରକାର ଶାକାହାରୀ ଖାଦ୍ୟ ପାଇଁ ଲୋକପ୍ରିୟତା ହାସଲ କରିଛି। ଯଦି ଆପଣ ଭେଜ ଖାଇବାର ସଉକ ରଖୁଛନ୍ତି ତାହେଲେ ଆମେ ଏମିତି ଲଜିଜ ଖାଇବା ଆପଣଙ୍କୁ ଭେଟି ଦେବୁ ଯେ, ଆପଣଙ୍କ ଟ୍ରିପକୁ ଏହି ଖାଇବା ସବୁ ନିଶ୍ଚିତ ଆନନ୍ଦ ଦେବ।
ଚାଲନ୍ତୁ ଭାରତର ସେହି ୫ ଶାକାହାରୀ ସ୍ଥାନ ବିଷୟରେ ଆଜି ଜାଣିବା। ଆପଣ ଏହି ଖାଇବାକୁ ଯେପରି ସବୁଦିନ ମନେ ରଖିବେ।
ବାରଣାସୀ-ଉତ୍ତରପ୍ରଦେଶ: ବାରଣାସୀରେ ଶାକାହାରୀ ଖୋଜିବା ଏକଦମ ସହଜ। ବାରଣାସୀର ପ୍ରତି ଘାଟ ସହ ପ୍ରତି ଗଳିରେ ଆପଣଙ୍କୁ ସ୍ବାଦିଷ୍ଟ ଶାକାହାରୀ ଖାଦ୍ୟ ଖାଇବାକୁ ମିଳିଯିବ। ତେବେ ବନାରସର ସବୁଠୁ ଟେଷ୍ଟି ଖାଇବା ହେଉଛି ଆଳୁ-ପୁରୀ, କଚୋଡି-ସବ୍‌ଜି, ମଲାଇ ଲସି ଏବଂ ବିଭିନ୍ନ ପ୍ରକାର ସ୍ବାଦିଷ୍ଟ ମିଠା। ଯଦି ଆପଣ ଥରେ ବାରଣାସୀରେ ଖାଇଛନ୍ତି ତେବେ ଏହାର ସ୍ବାଦ ଆପଣ କେବେ ବି ଭୁଲିପାରିବେନି।
ଉଡ୍ଡୁପୀ-କର୍ଣ୍ଣାଟକ: ଦକ୍ଷିଣ ଭାରତର ଖାଇବା କଥା କହିଲେ ନିଶ୍ଚିତ ମୁହଁରୁ ପାଣି ଆସିଯାଉଥିବ। କଣ ଠିକ କହିଲୁ ନା ଆମେ। ଯଦି ଆପଣ ଦକ୍ଷିଣ ଭାରତ ବୁଲିବାକୁ ଯାଇଛନ୍ତି ଏବଂ ଶୁଦ୍ଧ ଶାକାହାରୀ ଖାଇବା ଖୋଜୁଛନ୍ତି ତେବେ ଉଡ୍ଡୁପୀ ଆପଣଙ୍କ ପାଇଁ ଏକଦମ ପର୍ଫେକ୍ଟ ଡେଷ୍ଟିନସେନ ଅଟେ। ପୁରା ଦକ୍ଷିଣ ଭାରତରେ ଏହି ଜାଗା ଭେଜ ଖାଦ୍ୟ ପାଇଁ ଫେମସ। ଏହି ସ୍ଥାନର ଇଡଲି, ଡୋସା, ସାମ୍ବର-ବରା ଏବଂ ନଡ଼ିଆ ଚଟଣିର ସ୍ବାଦ ଏମିତି ଯେ, ଯିଏ ଥରେ ଚାଖିଛି ସେ ଦ୍ବିତୀୟ ଥର ଖାଇବାକୁ ନିଶ୍ଚିତ ମନେ କରିଛି।
ହରିଦ୍ବାର-ରିଷିକେଶ-ଉତ୍ତରାଖଣ୍ଡ: ହରିଦ୍ବାର ଏବଂ ରିଷିକେଶ ହେଉଛି ଏକ ପବିତ୍ର ଧାର୍ମିକ ସ୍ଥଳ। ଏଠାରେ କେବଳ ଶାକାହାରୀ ଖାଇବା ହିଁ ମିଳେ। ଏଠାରେ ଥିବା ଦୋକାନ ଗୁଡ଼ିକରେ ଆପଣ ପୁରୀ-ଆଳୁ, ଖସ୍ତା କଚୋଡି ଏବଂ ଗରମା ଗରମ ଜଲେବିର ଆନନ୍ଦ ନେଇପାରିବେ। ଗଙ୍ଗା ନଦୀ କୂଳରେ ଆପଣ ଏହି ଟେଷ୍ଟି ଟଷ୍ଟି ଖାଇବାର ଭରପୁର ଆନନ୍ଦ ନେଇପାରିବେ। ଏହି ସ୍ଥାନର ଖାଇବା ମଧ୍ୟ ସେତିକି ସ୍ବାଦିଷ୍ଟ ହୋଇଥାଏ। ଆଉ ପଇସା ମଧ୍ୟ ପକେଟକୁ ସୁହାଇଲା ଭଳି ହୋଇଥାଏ।
ଅହମ୍ମଦାବାଦ-ଗୁଜରାଟ: ଗୁଜରାଟର ଖାଇବା ଅଳ୍ପ ମସଲା ଏବଂ ସବୁ ଡିସ୍‌ରେ ପ୍ରାୟତଃ ମିଠାର ବ୍ୟବହାର କରାଯାଏ। ଏହି ସ୍ଥାନ ଭେଜ ଖାଇବାକୁ ନେଇ ଟିକେ ହଟ୍‌କେ ମାନେ ସ୍ବତନ୍ତ୍ରତା ପରିଚୟ ପ୍ରାପ୍ତ କରିଛି। କାରଣ ଗୁଜରାଟରେ ଜୈନ ସମ୍ପ୍ରଦାୟର ବ୍ୟକ୍ତିବହୁଳ ବାସ କରନ୍ତି। ଗୁଜରାତି ଥାଳିର ଆପଣ ନିଶ୍ଚିତ ଶୁଣିଥିବେ ଯେଉଁଥିରେ ଖାଣ୍ଡବୀ, ଫାପଡା, ଢୋକଲା, ଥେପଲା ଏବଂ ଦାଲ-ଖିଚଡି ଫେମସ। ଗୁଜରାଟର ଗଳିକନ୍ଦିରେ ଥିବା ଫୁଡ ଷ୍ଟଲ ଏବଂ ହୋଟେଲରେ ଏହି ସ୍ବାଦିଷ୍ଟ ଖାଇବା ମିଳିଯାଏ।
ଜୟପୁର-ରାଜସ୍ଥାନ: ଶେଷରେ ଚାଲନ୍ତୁ ଯିବା ରାଜସ୍ଥାନ। ପିଙ୍କ ସିଟି। ଯୁଆଡେ ଆଖି ବୁଲାଇବେ ସୁନ୍ଦର ସୁନ୍ଦର ପ୍ୟାଲେସ। ଆପଣଙ୍କ ଆଖି ଲାଖିଯିବ। ଜୟପୁର ପ୍ୟାଲେସ ପାଇଁ ଖାଲି ଫେମସ ନୁହେଁ ଏହି ଜାଗାର ଖାଇବା ମଧ୍ୟ ସେତିକି ଫେମସ। ଏହି ସ୍ଥାନରେ ମଧ୍ୟ ବହୁ ସ୍ବାଦିଷ୍ଟ ଶାକାହାରୀ ବ୍ୟଞ୍ଜନ ମିଳିଥାଏ। ଏହି ସ୍ଥାନର ଖାସିୟତ ହେଉଛି ବାଜରା ରୁଟି, ଦାଲ ବାଟି ଚୁରମା ଏବଂ ଗଟେ କି ସବଜି। ଏହାଛଡ଼ା ମିର୍ଚି ବରା, ଘେବର ଏବଂ ମାଲପୁଆ ଜୟପୁରର ପାରମ୍ପରିକ ଖାଦ୍ୟ ଅଟେ। ଜୟପୁରରେ ମିଳୁଥିବା ରାଜସ୍ଥାନୀ ଥାଳିର ସ୍ବାଦ ଏକଦମ ଜବରଦସ୍ତ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
There are 5 famous cities in India: whose pure vegetarian food is absolutely amazing | Argus News