Videos
|
Lifestyle

ଏହି ସହରରେ ଅଛି ମାଟିର ଆପାର୍ଟମେଣ୍ଟ

Jyoti Prakash Mallick
Browse all articles by Jyoti Prakash Mallick
·1 year ago·2 min read
ଏହି ସହରରେ ଅଛି ମାଟିର ଆପାର୍ଟମେଣ୍ଟ

ସମୟ ବଦଳୁଛି ସମୟ ସହ ତାଳ ଦେଇ ମଣିଷର ଜୀବନ ଶୈଳୀ ବଦଳୁଛି। ଆଉ ମାଟିଘର ଆମକୁ ଭଲ ଲାଗୁନି। କଂକ୍ରିଟ ପାହାଡରେ ରହିବାକୁ ଇଚ୍ଛା ବଢୁଛି। ଯେଉଁଥିପାଇଁ ଚାରିଆଡେ ଛତୁ ଫୁଟିଲା ଭଳି ଗଢି ଉଠୁଛି ବଡବଡ ଅଟ୍ଟାଳିକା। ହେଲେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଦୁନିଆରେ ଏମିତି ଏକ ସହର ଅଛି ଯେଉଁଠି ଆପଣ ଖାଲି ଦେଖିବାକୁ ପାଇବେ ମାଟିର ମକାନ। ଏଠି ମାଟିକୁ ମାଟି ସହ ଯୋଡି ଠିଆ ହୋଇଛି ବଡବଡ ଅଟ୍ଟାଳିକା। ଯେଉଁ ଘରେ ରହିଛି ଆପାର୍ଟମେଣ୍ଟରେ ମିଳୁଥିବା ସସମ୍ତ ସୁବିଧା ସୁଯୋଗ। ରଡ୍‌, ଗୋଡି ସେମଣ୍ଟର ଘର ଭଳି ଝାଟିମାଟିରେ ବଖରା ପରେ ବଖରା ହୋଇ ୫ ରୁ ୭ ମହଲା ଘର ହୋଇଛି।


ଏହାର ଫଟୋ ଭିଡିଓ ଦେଖିଲେ ହୁଏତ ଆପଣ ବିଶ୍ବାସ କରି ପାରିବେ ନାହିଁ। ମାଟିରେ ଏତେ ମହଲା ଘର ତିଆରି ହୋଇ ପାରିବ କେମିତି ?


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହି ସହର ପାଖାପାଖି ୧୭୦୦ ବର୍ଷ ପୁରୁଣା। ୟେମେନର ହାଦ୍ରାମାଉତ ଅଞ୍ଚଳରେ ରହିଛି ଏହି ସହର। ଯାହାର ନାମ ହେଉଛି ଶିବାମ ସହର। ଏହି ଘର ଗୁଡିକ ଏଠାରେ ମିଳୁଥିବା ଏକ ସ୍ବତନ୍ତ୍ର ପ୍ରକାରର ମାଟିରେ ତିଆରି କରାଯାଇଛି। ଏଥିରେ କୌଣସି ପ୍ରକାରର ସିମେଣ୍ଟ କି ଚୂନ ପଥରର ବ୍ୟବହାର ହୋଇନାହିଁ। ଏହି ସହରର ସୁରକ୍ଷା ପାଇଁ ସ୍ବତନ୍ତ୍ର ପାଚେରୀର ବ୍ୟବସ୍ଥା କରାଯାଇଛି। ବିଶେଷ କରି ଗରମ ଦିନରେ ଏହି ଘର ଗୁଡିକରେ ରହିବାକୁ ଲୋକମାନଙ୍କୁ ଆରାମ ଦାୟକ ହୋଇଥାଏ। ଏହି ଘର ଗୁଡିକର ସୁରକ୍ଷା ପାଇଁ ଏହା ଉପରେ ଆବଶ୍ୟକ ହେଲେ ପରସ୍ତ ପରସ୍ତ ମାଟିର ଲେପନ କରାଯାଏ। ଆଜିବି ଏହି ଐତିହାସିକ ସହରରେ ପାଖାପାଖି ୭ ହଜାରରୁ ଅଧିକ ଲୋକ ରହୁଛନ୍ତି।


କୁହାଯାଏ ୧୫୩୦ ରେ ଏକ ବଡ ଧରଣର ମହାବାତ୍ୟା ହୋଇଥିଲା। ଯେଉଁଥିରେ ପୁରା ସହରର ଚିହ୍ନ ବର୍ଣ୍ଣ ହଜି ଯାଇଥିଲା। ପରେ ପରେ ଲୋକମାନେ ରହିବା ପାଇଁ ମାଟିରେ ମାଟିକୁ ଥୋଇ ଏମିତି ମହଲା ବିଶିଷ୍ଟ ଘର ତିଆରି କରିବା ଆରମ୍ଭ କରିଥିଲେ। ଯେତେବେଳେ ରେଗିସ୍ଥାନରେ ପ୍ରବଳ ଖରା ଅନୁଭୂତ ହୋଇଥିଲା ସେତେବେଳେ ଘର ଗୁଡିକ ଖରାର ପ୍ରକୋପରେ ପୋଡି ଟାଣ ହୋଇଯାଇଛି। ଘର ମଜଭୂତ ହେବା ପାଇଁ ମାଟି ସହ ଗଛ ଡାଳର ବ୍ୟବହାର ହୋଇଛି। ପ୍ରବଳ ଖରାରେବି ଏହି ଘର ଗୁଡିକ ଏସି ରୁମ୍ ଭଳି ଥଣ୍ଡା ରୁହେ ବୋଲି ଏଠାରେ ବସବାସ କରୁଥିବା ଲୋକ କୁହନ୍ତି।

there-are-clay-apartments-in-this-city | Argus News