Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Lifestyle

ବିଶ୍ବାସ ରହିଛି ନିଃସନ୍ତାନ ମହିଳାଙ୍କର ସନ୍ତାନ ହୁଏ

Jyoti Prakash Mallick
Browse all articles by Jyoti Prakash Mallick
·1 year ago·2 min read
ବିଶ୍ବାସ ରହିଛି ନିଃସନ୍ତାନ ମହିଳାଙ୍କର ସନ୍ତାନ ହୁଏ

ମା'ଟିଏ ହେବା ପ୍ରତ୍ୟେକ ମହିଳାଙ୍କ ପାଇଁ ଏକ ସୌଭାଗ୍ୟର ମୁହୁର୍ତ୍ତ। ପିଲାଟିଏ ପାଇଁ ବାପା ମା କେତେ ଦିଅଁ ଦେବତାଙ୍କୁ ପୂଜାର୍ଚ୍ଚନା କରିଥାନ୍ତି। ହେଲେ ବେଳେବେଳେ ଭାଗ୍ୟର ବିଡମ୍ବନା ସବୁକିଛି ବଦଳାଇ ଦିଏ। ମାତୃତ୍ବ ସୁଖରୁ ବଞ୍ଚିତ ହୋଇଥାନ୍ତି କିଛି ଜଣ। ପିଲାଟିଏ ପାଇଁ ସେମାନେ ବିଜ୍ଞାନଠୁ ନେଇ ଅନ୍ଧବିଶ୍ୱାସ ପର୍ଯ୍ୟନ୍ତ ସବୁ ପଦ୍ଧତି ଆପଣାଇବାକୁ ପଛାନ୍ତି ନାହିଁ। ଯାହାର ଫାଇଦା ନିଅନ୍ତି କିଛି ଅସାଧୁ ବ୍ୟକ୍ତି। କୋଉଠି ସଫଳତା ମିଳେ କୋଉଠି ବିଫଳତା ମିଳେ, ସିଏ ତ ପଛକଥା। ତେବେ ପର୍ତ୍ତୁଗାଲର ଏକ ପାହାଡ ସହିତ ଏକ ଲୋକ ବିଶ୍ବାସ ଯୋଡିହୋଇ ରହିଛି। ମା' ହେବା ପାଇଁ ଦେଶ ଓ ଦେଶ ବାହାରୁ ଏଠାକୁ ନିଃସନ୍ତାନ ମହିଳାମାନେ ପଥର ନେବାକୁ ଆସିଥାନ୍ତି।


ଏହି ପର୍ବତର ନା ହେଉଛି ପେଡ୍ରାସ୍ ପରିଦେଇରାସ୍ । ଏହି ପାହାଡରୁ ଛୋଟଛୋଟ ପଥର ଗୁଡିକ ବାହାରକୁ ବାହାରିଥାଏ। ଯେଉଁ ପଥରକୁ ପିଲାପିଲି ହେଉ ନଥିବା ମା ମାନେ ନେଇଥାନ୍ତି। ଏହି ପବତଟି ପ୍ରାୟ ଗୋଟେ କିଲୋମିଟର ପର୍ଯ୍ୟନ୍ତ ଲମ୍ବିଛି। ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ଏହି ପାହାଡରୁ ଅନେକ ସମୟରେ ୨ ରୁ ୧୨ ସେଣ୍ଟିମିଟର ଅକାରର ପଥର ବାହାରକୁ ବାହାରକୁ ଆସି ତଳେ ପଡେ। ତଳେ ପଡୁଥିବା ଏହି ପଥରକୁ ନେଇ ତକିଆ ତଳେ ରଖି ଶୋଇଲେ ମହିଳାଙ୍କ କୋଳ ପୁରେ ବୋଲି ବିଶ୍ବାସ ରହି ଆସିଛି। ସେଠାକାର ଭାଷାରେ ଏହି ପଥରକୁ 'ମାତୃ ପଥର' ବୋଲି କୁହାଯାଏ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସ୍ଥାନୀୟ ଲୋକମାନେ ବିଶ୍ବାସ କରନ୍ତି, ଯଦି ଜଣେ ମହିଳା ଗର୍ଭବତୀ ହେବାକୁ ଚାହାଁନ୍ତି, ତେବେ ସେ ଶୋଇବା ସମୟରେ ଏହି ପଥର ନେଇ ତକିଆ ତଳେ ରଖି ଶୋଇଲେ ବନ୍ଧ୍ୟା ଦୋଷ ଦୂର ହୁଏ। ଯଦିଓ ଏଯାବତ ଏହାର କୌଣସି ବୈଜ୍ଞାନିକ ପ୍ରମାଣ ନାହିଁ, ତଥାପି ଏହାକୁ ସ୍ଥାନୀୟ ଲୋକେ ଦୃଢତାର ସହ ବିଶ୍ବାସ କରନ୍ତି। ଗର୍ଭବତୀ ହେବା ପାଇଁ ମହିଳାମାନେ ଦୂରଦୂରାନ୍ତରୁ ଆସି ଏହି ପଥର ନେଇ ପୂଜାର୍ଚ୍ଚନା କରିଥାନ୍ତି। ସରକାର ଏଗୁଡ଼ିକର ବିକ୍ରୟ ଉପରେ କଟକଣା ଜାରି କରିଛନ୍ତି ତଥାପି କିଛି ଲୋକ ଏଠାରୁ ଛୋଟଛୋଟ ପଥର ନେଇ ମାତୃତ୍ବ ସମସ୍ୟାରେ ଥିବା ମହିଳାଙ୍କୁ ବିକ୍ରି କରନ୍ତି।

Sponsored
there-is-faith-that-a-childless-woman-can-have-a-child | Argus News