Videos
|
Lifestyle

ଖରାଦିନେ କେମିତି ନେବେ ନିଜର ଯତ୍ନ ? ଟିପ୍ସ ଆପଣାଇଲେ ପାଇବେ ଫାଇଦା

Rashmita Mishra
Browse all articles by Rashmita Mishra
·2 years ago·2 min read
ଖରାଦିନେ କେମିତି ନେବେ ନିଜର ଯତ୍ନ ? ଟିପ୍ସ ଆପଣାଇଲେ ପାଇବେ ଫାଇଦା

ଅର୍ଗସ ବ୍ୟୁରୋ: ଖରା ଦିନରେ ଅନେକ ଲୋକଙ୍କର ଦେହ ଖରାପ ହୁଏ । ଏହି ସଵୁ ଜିନିଷରୁ ଦୂରେଇ ରୁହନ୍ତୁ ନଚେତ୍ ଅସୁଵିଧାରେ ସମ୍ମୁଖିନ ହେଵାକୁ ପଡିଵ । ଗ୍ରୀଷ୍ମ  ରୁତୁରେ ପେଟ ବ୍ୟଥା, ବାନ୍ତି ଏବଂ ଗ୍ୟାସ୍ ଏସିଡିଟି ଭଳି ସମସ୍ୟା ଅଧିକ ଦେଖାଯାଇଥାଏ ।ଖରା ଦିନରେ ଖାଇଵା ,ପିଇଵା ଠିକ୍ ହୋଇନଥିଵା ଯୋଗୁଁ ଲୋକମାନର ଅଧିକ ଦେହ ଅଧିକ ଅସୁସ୍ଥ ହୋଇପଡେ ।  

ପ୍ରବଳ ଗରମ ହେଲେ  ଲୋକମାନଙ୍କର ଦେହ ଅଧିକା  ଖରାପ । ଯଦି ଆପଣ ଖରା ଦିନରେ ସୁସ୍ଥ ରହିବାକୁ ଚାହାଁନ୍ତି ତେବେ କିଛି ବିଶେଷ ଜିନିଷର ଯତ୍ନ ନେବା ଜରୁରୀ ଅଟେ ।  ଯଦି ଆପଣ ଧ୍ୟାନ ଦିଅନ୍ତି ନାହିଁ, ତେବେ ଆପଣଙ୍କୁ ଅସୁସ୍ଥ ହେବାକୁ ଅଧିକ ସମୟ ଲାଗିବ ନାହିଁ । ଖାଦ୍ୟ ସାମଗ୍ରୀର ଏପଟ ସେପଟ ଯୋଗୁଁ ଲୋକମାନେ ଅସୁସ୍ଥ ହୋଉଛନ୍ତି ।

ଏପଟ ସେପଟ  ଖାଇବା ଦ୍ୱାରା କେବଳ ହଜମ ଜନିତ ସମସ୍ୟା ହୋଇନଥାଏ ବରଂ ଖାଦ୍ୟ ବିଷାକ୍ତ ଭଳି ସମସ୍ୟା ମଧ୍ୟ ହୋଇପାରେ ଯଦି ଆପଣ ଏହି ଜିନିଷଠାରୁ ଦୂରରେ ରୁହନ୍ତି ତେଵେ ସୁସ୍ଥ ରହିଵେ।  ତେଣୁ ଖରା ଦିନରେ କଣ ଖାଇଵା ନଖାଇଵା ଆସନ୍ତୁ ଜାଣିଵା । 

ମସଲାଯୁକ୍ତ ଖାଦ୍ୟ -
ଖରା ଦିନରେ ମସଲା ଯୁକ୍ତ ଖାଦ୍ୟ ଖାଇଵା ଠିକ ନୁହେଁ । ଖରା ଦିନ ଆସିଲେ ଖାଇଵାଠୁ ମସଲାକୁ ଦୂରରେ ରଖିଵା ଆଵଶ୍ୟକ । ଏହି ରତୁରେ ଅଧିକ ତେଲ ଏବଂ ମସଲାଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ଭଲରେ ହଜମ ହୋଇନଥାଏ । ଏହା ପେଟ ଜଳିବା, ଗ୍ୟାସ ଏବଂ ଏସିଡିଟି ଵଢିଥାଏ ।ଅତ୍ୟଧିକ ତେଲି ଖାଦ୍ୟ ଖାଇଵା ଦ୍ଵାରା ମେଟାବୋଲିଜିମ୍ ମଧ୍ୟ ମନ୍ଥର ହୋଇଯାଏ । ତେଣୁ ଏହି ଜିନିଷଗୁଡ଼ିକଠାରୁ ଦୂରତା ରଖ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଵାସି ଖାଦ୍ୟ :-
ଶୀତ ଦିନେ ଖାଦ୍ୟ  ନଷ୍ଟ ହୁଏ ନାହିଁ । କିଛି ଲୋକ ସକାଳର ଖାଦ୍ୟ ସନ୍ଧ୍ୟାରେ ଖାଆନ୍ତି । କିନ୍ତୁ ଖରା ଦିନରେ ଏହା କରିବା ରୋଗକୁ ନିମନ୍ତ୍ରଣ କରିବା ପରି ।  ଖରା ଦିନରେ ଭୁଲରେ ମଧ୍ୟ ଵାସୀ ଖାଦ୍ୟ ଖାଆନ୍ତୁ ନାହିଁ ।  ଏହା ପେଟରେ ସମସ୍ୟା ସୃଷ୍ଟି କରିପାରେ । ଅନେକ ଥର ଖାଦ୍ୟ ନଷ୍ଟ ହେତୁ ଖାଦ୍ୟ ବିଷାକ୍ତ ହୋଦଇଥାଏ । 

ବାହାର ଖାଦ୍ୟ :-
କିଛି ଲୋକ ବାହାରେ ଖାଦ୍ୟ ଅଧିକ ଖାଆନ୍ତି ।  ଏହିପରି ଲୋକମାନେ ଅସୁସ୍ଥ ହେବାର ସମ୍ଭାବନା ଅଧିକ। ଅନେକ ପ୍ରକାରର ଜୀବାଣୁ ବାହାର ଖାଦ୍ୟରେ ଥାଏ । ସୂର୍ଯ୍ୟକିରଣ ଯୋଗୁଁ ଖାଦ୍ୟ ଖରାପ ହୋଇପାରେ ବିଶେଷକରି ଜଣେ ବାହାରେ ଖାଇବା, ଫଳ କାଟିବା କିମ୍ବା ଫଳ ଚାଟ୍ ଖାଇବା ଉଚିତ୍ ନୁହେଁ ଏହା ଆପଣଙ୍କୁ ଶରୀରକୁ ଅସୁସ୍ଥ କରିପାରେ ।ଚା ଏବଂ କଫି ଖରା ଦିନରେ ପିଇଵା ଦେହ ପାଇଁ  ଜମା ଭଲ ହେଇନଥାଏ । 
 

these-5-foods-you-should-avoid-in-summer-to-stay-away-from-sickness | Argus News