Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Lifestyle

ଶରୀରକୁ ହାଇଡ୍ରେଟ୍‌ ରଖିବ ଏହି ସବୁ ଜିନିଷ ଜାଣନ୍ତୁ...

Rashmita Mishra
Browse all articles by Rashmita Mishra
·1 year ago·2 min read
ଶରୀରକୁ ହାଇଡ୍ରେଟ୍‌ ରଖିବ ଏହି ସବୁ ଜିନିଷ ଜାଣନ୍ତୁ...

ବାପ୍‌ରେ ବାପ୍‌ କି ଖରା । ଘରୁ ବାହାରିଲେ ଦେହ ଜଳିଯାଉଛି । ତାତିରେ ମୁଣ୍ଡ ଝାଇଁ ମାରୁଛି । ଆଉ ଘରେ ରହିଲେ ଗମ୍‌ଗମ୍‌ ଝାଳ ବୋହୁଛି । ଏଥର ଫେବୃଆରୀରୁ ଖରା ହେଲାଣି । ମାର୍ଚ୍ଚରେ ଦେହ ଜଳୁଥିଲା । ଏବେ ଏପ୍ରିଲ୍‌ରେ ସ୍ଥିତି ଅସମ୍ଭାଳ ହେଲାଣି । ତେବେ ଏହି ଗରମ କେତେବେଳେ ଜୀବନ ବି ନେଇପାରେ । ମଣିଷକୁ ଅସୁସ୍ଥ ବି କରିପାରେ । ତେଣୁ ଏହି ଖରାରୁ ବଞ୍ଚିବା ପାଇଁ କିଛି ସୁନ୍ଦର ଟିପ୍‌ସ, ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ।

ଖରାଦିନେ ପ୍ରଥମତଃ ନିଜ ଶରୀରକୁ ହାଇଡ୍ରେଟ୍‌ ରଖିବା ଆବଶ୍ୟକ । ଏହା ଶରୀର ପାଇଁ ବହୁତ ଜରୁରୀ । କାରଣ ଖରା ଗରମ ବଢ଼ିବା ସାଙ୍ଗକୁ ଶରୀର ଡିହାଇଡ୍ରେସନ୍‌ ଭଳି ସମସ୍ୟାର ସମ୍ମୁଖୀନ ହୋଇଥାଏ । ଏଥିପାଇଁ ବିଶେଷ ଧ୍ୟାନ ରଖିବା ଉଚିତ୍ । ଗ୍ରୀଷ୍ମ ଋତୁକୁ ଆଖି ଆଗରେ ରଖି ଆମର ଖାଦ୍ୟପେୟରେ ପରିବର୍ତ୍ତନ କରିବା ଉଚିତ ଏବଂ ଅଧିକ ପରିମାଣର ପାଣି ପିଇବା ଆବଶ୍ୟକ ।

ଖରା ଦିନରେ ସାଧାରଣତଃ ଶରୀରରେ ଜଳୀୟ ଅଂଶ ଅଭାବ ରହିଥାଏ । ଯାହାଦ୍ବାରା ଆମର କ୍ଷତି ହୋଇଥାଏ । ସେଥିପାଇଁ ଏକ୍ସପର୍ଟମାନେ ପ୍ରଚୁର ପାଣି ପିଇବାକୁ ପରାମର୍ଶ ଦେଉଛନ୍ତି । ଦିନକୁ ୮ରୁ ୧୦ ଗ୍ଲାସ୍ ପାଣି ପିଇବା ଉଚିତ୍ । ପାଣି ପିଇବା କମିଲେ ଦେହ ଖରାପ ହେବାର ସମ୍ଭାବନା ରହିଥାଏ । ବଦ୍‌ହଜମି, ଡିହାଇଡ୍ରେସନ୍‌, ପେଟ ଖରାପ, ପତଳା ଝାଡ଼ା ଭଳି ସମସ୍ୟା ଉପୁଜିଥାଏ । ଏଥିପାଇଁ ଓଆର୍‌ଏସ୍‌ ପିଇବା ମଧ୍ୟ ଜରୁରୀ ହୋଇଥାଏ ।

ଖରାଦିନରେ ଖାଲି ପାଣି ନୁହେଁ... ପଇଡ଼ ପାଣି, ଥଣ୍ଡା କ୍ଷୀର, ଲସି ନଚେତ୍ ଆଖୁ ରସ ପିଅନ୍ତୁ । ଏହା ବ୍ୟତୀତ କାକୁଡି, ତରଭୁଜ, ଖରଭୁଜା ଭଳି ଜଳଯୁକ୍ତ ଖାଦ୍ୟ ଖାଇବା ଆବଶ୍ୟକ । ଏହି ଖାଦ୍ୟଗୁଡ଼ିକ ଗ୍ରୀଷ୍ମ ଋତୁରେ ଆପଣଙ୍କୁ ସତେଜ ରଖେ । ଶୋଷ ମେଣ୍ଟାଇବା ପାଇଁ ସାଧାରଣତଃ ଲୋକମାନେ କୋଲଡ୍ରିଙ୍କସ ପିଇଥାନ୍ତି । କିନ୍ତୁ ଏହା ଆମ ସ୍ବାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ । ତେଣୁ ଖରା ଦିନରେ ଅଧିକ ପରିମାଣର ଜଳ କିମ୍ବା ଜଳୀୟ ଅଂଶ ଥିବା ଖାଦ୍ୟ ପଦାର୍ଥ ଖାଇବା ଉଚିତ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
these-things-will-keep-the-body-hydrated | Argus News