Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Lifestyle

ଆଇବ୍ରୋ ପତଳା ଥିଲେ ଘରୋଇ ପ୍ରାକୃତିକ ଟିପ୍ସ ଗୁଡ଼ିକ ଆପଣାନ୍ତୁ ମିଳିବ ଅନେକ ଫାଇଦା

Rashmita Mishra
Browse all articles by Rashmita Mishra
·10 months ago·2 min read
ଆଇବ୍ରୋ ପତଳା ଥିଲେ ଘରୋଇ ପ୍ରାକୃତିକ ଟିପ୍ସ ଗୁଡ଼ିକ ଆପଣାନ୍ତୁ ମିଳିବ ଅନେକ ଫାଇଦା

Key Points

ଯଦି ଆପଣଙ୍କର ଆଇବ୍ରୋ ପତଳା, ତେବେ ଆପଣ ଏହାକୁ ମୋଟା କରିବା ପାଇଁ କିଛି ଘରୋଇ ଜିନିଷ ବ୍ୟବହାର କରିପାରିବେ । ଆଜିକାଲି ଘନ ଏବଂ ସୁନ୍ଦର ଆଇବ୍ରୋ ସମସ୍ତଙ୍କୁ ପସନ୍ଦ । ଆଇବ୍ରୋକୁ ସୁନ୍ଦର କରିବାଲାଗି ପାର୍ଲର ଯିବା ପରିବର୍ତ୍ତେ କିଛି ପ୍ରାକୃତିକ ପଦ୍ଧତି ଗ୍ରହଣ କରନ୍ତୁ ଯାହା ଆଇବ୍ରୋକୁ ସିନ୍ଦର କରିବା ସହ ମୋଟା ମଧ୍ୟ କରିଥାଏ । ଆସନ୍ତୁ ଜାଣିବା କିପରି ଆଇବ୍ରୋକୁ ମୋଟା କରିବେ?

https://argusnewdashboard.s3.ap-south-1.amazonaws.com/assets/eb530aa9-ca7e-4a87-8364-0ac35cc75511.jpgଜଡ଼ା ତେଲ: ଜଡ଼ା ତେଲ କେଶ ପାଇଁ ସର୍ବୋତ୍ତମ ତେଲ। ଏଥିରେ ଥିବା ରିସିନୋଲିକ୍ ଏସିଡ୍ କେଶର ମୂଳକୁ ପୋଷଣ ଦେଇ ଘନ କରିଥାଏ। ରାତିରେ ଶୋଇବା ପୂର୍ବରୁ ଏହି ତେଲକୁ ଏକ ତୁଳା ସାହାଯ୍ୟରେ ଆଇବ୍ରୋ ଉପରେ ଲଗାନ୍ତୁ ଏବଂ ସକାଳେ ଏହାକୁ ଧୋଇ ଦିଅନ୍ତୁ। ନିୟମିତ ବ୍ୟବହାର କରନ୍ତୁ , ଆପଣ ମାତ୍ର କିଛି ମାସ ମଧ୍ୟରେ ପାର୍ଥକ୍ୟ ଦେଖିବେ।

https://argusnewdashboard.s3.ap-south-1.amazonaws.com/assets/e85da0e8-6b38-4f75-bf02-1fb68e4c3031.jpgନଡ଼ିଆ ତେଲ: ନଡ଼ିଆ ତେଲ ଭିଟାମିନ୍ ଇ, ଫ୍ୟାଟି ଏସିଡ୍ ଏବଂ ଆଣ୍ଟିଅକ୍ସିଡାଣ୍ଟରେ ଭରପୂର। ଏହା କେବଳ କେଶକୁ ମଜବୁତ କରେ ନାହିଁ ବରଂ ସେଗୁଡ଼ିକୁ ସୁନ୍ଦର ଏବଂ ଚମକଦାର ମଧ୍ୟ କରିଥାଏ। ଆପଣଙ୍କ ଆଙ୍ଗୁଠିରେ ତେଲର ଏକ ବୁନ୍ଦା ନେଇ ଆଇବ୍ରେରେ ଧୀରେ ମସାଜ୍ କରନ୍ତୁ ଏବଂ ରାତିସାରା ଛାଡି ଦିଅନ୍ତୁ। ସକାଳେ ଭଲ ଭାବରେ ଧୋଇଦିଅନ୍ତୁ ।

https://argusnewdashboard.s3.ap-south-1.amazonaws.com/assets/7f9e462d-d8c5-4028-822e-81920b3bd273.jpg
ଅଲିଭ୍ ତେଲ: ଯଦି ଆପଣଙ୍କର ସମ୍ବେଦନଶୀଳ ଚର୍ମ, ତେବେ ଅଲିଭ୍ ତେଲ ହେଉଛି ସର୍ବୋତ୍ତମ ବିକଳ୍ପ। ଏଥିରେ ଓଲିକ୍ ଏସିଡ୍ ଏବଂ ଭିଟାମିନ୍ ଇ ରହିଛି ଯାହା କେଶକୁ ମଜବୁତ ଏବଂ ସୁସ୍ଥ କରିଥାଏ। ଏହାକୁ ଏକ ତୁଳା ସାହାଯ୍ୟରେ ଲଗାନ୍ତୁ ଏବଂ କିଛି ଘଣ୍ଟା କିମ୍ବା ରାତିସାରା ଛାଡି ଦିଅନ୍ତୁ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର...

https://argusnewdashboard.s3.ap-south-1.amazonaws.com/assets/7060cce2-8216-4a75-befa-9381b3ac90ee.jpgବାଦାମ ତେଲ: ଏଥିରେ ଭିଟାମିନ୍ ଏ, ବି ଏବଂ ଇ ସହିତ ଓମେଗା ଫ୍ୟାଟି ଏସିଡ୍ ଭରପୂର, ଯାହା କେଶ ଝଡ଼ିବା ବନ୍ଦ କିରିଥାଏ। ଆପଣଙ୍କ ଆଙ୍ଗୁଠିରେ ଗୋଟିଏ କିମ୍ବା ଦୁଇଟି ତେଲ ନିଅନ୍ତୁ ଏବଂ ଏହାକୁ ଆଇବ୍ରୋରେ ଧୀରେ ମାଲିସ୍ କରନ୍ତୁ। କିଛି ଘଣ୍ଟା ଛାଡି ଦିଅନ୍ତୁ ।

https://argusnewdashboard.s3.ap-south-1.amazonaws.com/assets/a84b6033-21c6-4100-baee-e8bd92145c76.jpg

Sponsored
Home Remedies for Thin Eyebrows: Natural Tips for Healthy Growth | Argus News