Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଅଧିକ ଲୁଣ ଖାଇଲେ ହେବ ଏହି ରୋଗ...

Lifestyle

ଅଧିକ ଲୁଣ ଖାଇଲେ ହେବ ଏହି ରୋଗ...

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଅଧିକ ଲୁଣ ଖାଇଲେ ହେବ ଏହି ରୋଗ...

ଅଧିକ ଲୁଣ ଖାଉଛନ୍ତି କି। ଲୁଣରେ ଥିବା ସୋଡିୟମ୍ ଶରୀର ପାଇଁ ଜରୁରୀ କିନ୍ତୁ ଅତ୍ୟଧିକ ଲୁଣ ଯଦି ଖାଉଛନ୍ତି ଏହାର ସାଇଡ୍ ଇଫେକ୍ଟକୁ ଭୋଗିବାକୁ ବି ପ୍ରସ୍ତୁତ ରୁହନ୍ତୁ । ସ୍ବାସ୍ଥ୍ୟ ବିଶେଷଜ୍ଞ ଲୁଣ ଅଧିକ ଖାଇବାକୁ ବାରଣ କରନ୍ତି । କଥାରେ ଅଛି , ପେଟ ଶାନ୍ତି ଥିଲେ ସବୁ ଶାନ୍ତି , ଅର୍ଥାତ୍ ଖାଇବାଟା ଯଦି ଠିକଠାକ୍ ହୋଇଗଲା ଦିନଟା ବି ପାଖାପାଖି ଭଲରେ କଟିଯାଏ । ଖାଦ୍ୟରେ ଯେତେ ତେଲ , ମସଲା କଷିଲେ ବି ଯଦି ଲୁଣ ସଠିକ୍ ମାତ୍ରାରେ ନ ପଡ଼ିଥିବ ପାଟିକୁ ଆଉ କ’ଣ ରୁଚିବ । କିଛି ଲୋକ ଅଧିକ ଲୁଣ ଖାଇଥାନ୍ତି। ଯାହା ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ।

ୱାର୍ଲଡ୍ ହେଲଥ୍ ଅର୍ଗନାଇଜେସନ୍ ମଧ୍ୟ ଖାଇବାରେ ଲୁଣର କମ୍ ପ୍ରୟୋଗ କରିବାକୁ ପରାମର୍ଶ ଦିଅନ୍ତି । ସୂଚନାନୁସାରେ, କହିବାନୁସାରେ ପ୍ରତିବର୍ଷ ୧୮ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ କେବଳ ଶରୀରରେ ସୋଡିୟମର ଅଧିକ ମାତ୍ରା ଯୋଗୁଁ ହୋଇଥାଏ । ଯେହେତୁ ଲୁଣରେ ସୋଡିୟମର ଅଧିକ ମାତ୍ରା ଥାଏ ତେଣୁ ଖାଦ୍ୟରେ ଯଥାସମ୍ଭବ କମ୍ ଲୁଣର ପ୍ରୟୋଗ କରିବା ଆବଶ୍ୟକ ।

ଅଧିକ ଲୁଣ ଖାଇଲେ କଣ ହୁଏ ?


ଶରୀରରେ ଲୁଣର ମାତ୍ରା ଅଧିକ ହେଲେ ବ୍ଲଡ୍ ପ୍ରେସର ବଢେ । ଏହି କାରଣରୁ ହୃଦରୋଗ , ଗ୍ୟାଷ୍ଟ୍ରିକ୍ କ୍ୟାନ୍ସର , ମେଦବହୁଳତା , ଅଷ୍ଟିଓପୋରୋସିସ୍ , ମେନିଏର୍ ରୋଗ ଏବଂ କିଡନୀ ସମ୍ବନ୍ଧୀୟ ରୋଗର ବିପଦ ଅଧିକ ବଢିଯାଏ ।

ଦୈନିକ କେତେ ଲୁଣ ଖାଇବେ ?

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ବୟସ୍କ ଲୋକଙ୍କୁ ଦିନରେ ୨୦୦୦ ମିଲିଗ୍ରାମ୍ ଅର୍ଥାତ୍ ୫ ଗ୍ରାମରୁ କମ୍ ଲୁଣ ଖାଇବା ଦରକାର । ୨ ରୁ ୧୫ ବର୍ଷ ମଧ୍ୟରେ ଥିବା ପିଲାଙ୍କୁ ନିଜ ଶରୀର ଏବଂ ଫୂର୍ତ୍ତିଲାପଣ ହିସାବରେ ଲୁଣ ଖାଇବା ଆବଶ୍ୟକ । ଏଥିପାଇଁ ବାପା , ମା’ ଡାକ୍ତରଙ୍କୁ ପରାମର୍ଶ କରିବା ଆବଶ୍ୟକ ।

ଯଦି ବିନା ଲୁଣରେ ହିଁ ଖାଇବା ତିଆରି କରୁଛନ୍ତି ତାହେଲେ ତ ଆହୁରି ବଢିଆ । କମ୍ ସୋଡିୟମ୍ ଯୁକ୍ତ ପ୍ରଡ଼କ୍ଟ ଚୟନ କରନ୍ତୁ ଯେଉଁଥିରେ ୧୨୦ ମି.ଲିଗ୍ରାମ୍ / ୧୮୦ ଗ୍ରାମରୁ କମ୍ ସୋଡିୟମ୍ ଥିବ । ସତେଜ ଖାଦ୍ୟ ଖାଆନ୍ତୁ , ଯେତେ ପ୍ରୋସେସ୍ଡ ଫୁଡ୍ , ଫାଷ୍ଟ୍ ଫୁଡକୁ ନାଁ କହିବେ ଶରୀର ପାଇଁ ସେତେ ଭଲ । ଲୁଣର ବିକଳ୍ପ ରୂପେ ମସଲାର ପ୍ରୟୋଗ କରିପାରିବେ । ପ୍ୟାକେଟ୍ ସସ୍ , ଚିପ୍ସ ପ୍ୟାକେଟ୍ , ସଲ୍ଟି ବିସ୍କୁଟ୍ , ମିକ୍ଚର ଆଦିକୁ ଖାଆନ୍ତୁ ନାହିଁ ।

Argus Whatsapp Channel Mobile Top
Sponsored
This disease can be caused by eating too much salt news | Argus News