Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଓଜନ କମାଇବ ଏହି ଅଟାର ରୁଟି

Lifestyle

ଓଜନ କମାଇବ ଏହି ଅଟାର ରୁଟି

Rashmita Mishra
Browse all articles by Rashmita Mishra
·1 year ago·2 min read
ଓଜନ କମାଇବ ଏହି ଅଟାର ରୁଟି

ଆଜିକାଲି ମୋଟାପା ଏକ ମହାମାରୀ ପରି ବ୍ୟାପିବାରେ ଲାଗିଛି। ସମସ୍ତେ ଓଜନ ହ୍ରାସ କରିବାକୁ ଚେଷ୍ଟା କରୁଛନ୍ତି । ଏଥିପାଇଁ କିଛି ଲୋକ ଡାଏଟ୍ କରୁଛନ୍ତି, ତ କେହି ବ୍ୟାୟାମ କରୁଛନ୍ତି ।

ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତ ଅନୁସାରେ ଓଜନ ବୃଦ୍ଧି ହେବା ପାଇଁ ଯେତିକି ସମୟ ଲାଗିଥାଏ, ତା ଠାରୁ ୪ ଗୁଣା ଅଧିକ ସମୟ ଲାଗିଥାଏ ଓଜନ କମାଇବାକୁ। ଅସନ୍ତୁଳିତ ଜୀବନଶୈଳୀ ଏବଂ ଖରାପ ଖାଦ୍ୟପେୟ ଯୋଗୁଁ ଚର୍ବି ଦ୍ରୁତ ଗତିରେ ବଢ଼ିବାକୁ ଲାଗେ।

ଭଲ କଥା ହେଉଛି ଯେ ଯେପରି ଭୁଲ ଜିନିଷ ଖାଇବା ଦ୍ୱାରା ଓଜନ ଏବଂ ଚର୍ବି ବୃଦ୍ଧି ପାଏ, ସେହିପରି କିଛି ସୁସ୍ଥ ଜିନିଷ ଖାଇ ମଧ୍ୟ ଏହାକୁ ହ୍ରାସ କରିପାରିବେ। ଆସନ୍ତୁ ଜାଣନ୍ତୁ ସେମିତି କିଛି ଖାଦ୍ୟ ବିଷୟରେ ଜାଣିବା ଯାହା ଯାହାକୁ ଖାଇଲେ ଆମେ ସୁସ୍ଥ ରହି ପାରିବା।

ଓଜନ ହ୍ରାସ ପାଇଁ ଗହମ ବଦଳରେ ଏହି ଅଟାରେ ତିଆରି ରୁଟି ଖାଆନ୍ତୁ 


ଗହମ ରୁଟି ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ନୁହେଁ, କିନ୍ତୁ ଯଦି ଆପଣ ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି, ତେବେ ଗହମ ବଦଳରେ ଆପଣ ଯଅ ଅଟାର ତିଆରି ରୁଟି ଖାଇପାରିବେ। ପୁଷ୍ଟିସାର ଯୁକ୍ତ ଯଅ ଅଟାର ରୁଟି ଖାଇଲେ ଏହା ଓଜନ ହ୍ରାସ କରିବାରେ ଅଧିକ ସହାୟକ ହୋଇଥାଏ।

ଯଅ ଅଟା ରୁଟି ଓଜନ ହ୍ରାସ କରିବାରେ କିଭଳି ସାହାର୍ଯ୍ୟ କରେ ?


ଯଅରେ ପ୍ରଚୁର ପରିମାଣର ଡାଏଟ୍ରି ଫାଇବର ରହିଥାଏ ଯାହା ହଜମ ପାଇଁ ସର୍ବୋତ୍ତମ ବୋଲି ବିବେଚନା କରାଯାଏ। ଏହା ହଜମ ପାଇଁ କମ୍ ସମୟ ନେଉଥିବାରୁ, ଏହାକୁ ସେବନ କଲେ ଓଜନ ହ୍ରାସ ହୁଏ। ଏହା ବ୍ୟତୀତ ଯଅରେ ପ୍ରଚୁର ପରିମାଣରେ ପ୍ରୋଟିନ୍ ରହିଥାଏ, ଯାହା ମେଟାବୋଲିଜିମ୍ ବୃଦ୍ଧି କରିବାରେ ସାହାଯ୍ୟ କରେ। ଯେତେବେଳେ ମେଟାବୋଲିଜିମ୍ ବୃଦ୍ଧି ପାଏ, କ୍ୟାଲୋରୀ କମ୍ ହୁଏ, ମେଦ ବହୁଳତା ଆପେଆପେ କମିଯାଏ।

ଯଅରେ ଭିଟାମିନ୍ ବି୬ ଥାଏ। ଏଥିରେ ପୋଟାସିୟମ, କ୍ୟାଲସିୟମ ଥାଏ। ଗହମ ତୁଳନାରେ ଯଅ ଗ୍ଲୁଟେନ୍ ମୁକ୍ତ, ତେଣୁ ଓଜନ ହ୍ରାସ ପାଇଁ ଗହମ ଅଟା ତୁଳନାରେ ଯଅର ଅଟା ରୁଟି ସ୍ୱାସ୍ଥ୍ୟ ପାଇଁ ଫଳପ୍ରଦ ହୋଇଥାଏ।

ଯଅର ରୁଟିର ଲାଭ

ଯଅର ରୁଟି ମଧ୍ୟ ମଧୁମେହ ରୋଗୀଙ୍କ ପାଇଁ ଉପକାରୀ। ଏହାକୁ ଖାଇବା ଦ୍ୱାରା ରକ୍ତ ଶର୍କରା ନିୟନ୍ତ୍ରଣ ହୋଇଥାଏ। ଉଚ୍ଚ ରକ୍ତଚାପ ଏବଂ ହୃଦରୋଗ ସମ୍ବନ୍ଧୀୟ ରୋଗର ଆଶଙ୍କା ହ୍ରାସ ପାଏ। ଏସବୁ ବ୍ୟତୀତ, ଯଅ ରୁଟି ଖାଇବା ଦ୍ଵାରା କୋଲେଷ୍ଟ୍ରଲ ସ୍ତର ମଧ୍ୟ ନିୟନ୍ତ୍ରଣ କରାଯାଇପାରିବ। ଏଣୁ ଆପଣ ଏହାକୁ ନିଜର ଦୈନନ୍ଦିନ ଖାଦ୍ୟରେ ସାମିଲ କରିପାରିବେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
this-flour-ruti-will-help-you-lose-weight | Argus News