Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Lifestyle

Health / କ୍ୟାନସର ସହ ମୋଟାପା କମାଇବାରେ ସାହାଯ୍ୟ କରେ ଏହି ପରିବା

Rashmita Mishra
Browse all articles by Rashmita Mishra
·9 months ago·2 min read
କ୍ୟାନସର ସହ ମୋଟାପା କମାଇବାରେ ସାହାଯ୍ୟ କରେ ଏହି ପରିବା

Key Points

ସୁସ୍ଥ ଜୀବନ ପାଇଁ ପୋଷକ ଥିବା ଖାଦ୍ୟ ଅତ୍ୟାବଶ୍ୟକ
କାଙ୍କଡ଼ ଖାଇବା ଦ୍ୱାରା ଡାଇବେଟିସ୍, କ୍ୟାନ୍ସର ଓ ଆଖି ସମସ୍ୟାରେ ସହାୟକ ହୁଏ 
ପାଚନ ପ୍ରକ୍ରିୟା ଠିକ୍ କରିବା ସହ ମୋଟାପା କମାଇବାରେ ସାହାଯ୍ୟକାରୀ

ସୁସ୍ଥ ରହିବାକୁ ହେଲେ ଉତ୍ତମ ଏବଂ ପୋଷକଯୁକ୍ତ ଖାଦ୍ୟର ଆବଶ୍ୟକତା ରହିଛି । ବ୍ୟସ୍ତବହୁଳ ଜୀବନରେ ଅଧିକାଂଶ ଲୋକେ ପ୍ରାୟତଃ ବାହାରୁ କିମ୍ବା ଅନଲାଇନ୍ ଅଡର୍ କରି ଖାଇଦେଇଥାଆନ୍ତି । ଯାହା ସ୍ଵାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ । ଏହି ସବୁ ଅସ୍ଵାସ୍ଥ୍ୟକର ଖାଦ୍ୟଠାରୁ ଦୂରେଇ ରହିବା ଆବଶ୍ୟକ । କିନ୍ତୁ ସୁସ୍ଥ ରହିବାକୁ ହେଲେ ସମସ୍ତ ସୁସ୍ଥ ଖାଦ୍ୟ ଖାଇବା ଉଚିତ୍ । ପନିପରିବାଠାରୁ ଆରମ୍ଭ କରି ଫଳମୂଳ ପର୍ଯ୍ୟନ୍ତ ସମସ୍ତ ଖାଦ୍ୟ ଆମ ଶରୀର ପାଇଁ ଜରୁରୀ । ସବୁଜ ପନିପରିବା ଆମ ସୁସ୍ଥ ଶରୀର ପାଇଁ ବେଶୀ ପ୍ରଭାବଶାଳୀ ବୋଲି ବିବେଚନା କରାଯାଏ । ତେଣୁ ଫଳମୂଳ ଏବଂ ଅନ୍ୟାନ୍ୟ ଖାଦ୍ୟ ଅପେକ୍ଷା ଏହି ପନିପରିବା ଜାତୀୟ ଖାଦ୍ୟ ଅଧିକ ଜରୁରୀ ବୋଲି କୁହାଯାଏ ।

ସମସ୍ତ ପରିବାରେ କିଛି ନା କିଛି ପୋଷକ ତତ୍ତ୍ବ ରହିଛି । ଯାହା ଆମକୁ ଅନେକ ରୋଗରୁ ଉପଶମ ଦେଇଥାଏ । ସେହି ସବୁ ମଧ୍ୟରୁ କାଙ୍କଡ଼ ହେଉଛି ଅନ୍ୟତମ । ଯାହା ଆମକୁ ଉପଯୁକ୍ତ ପୁଷ୍ଟିସାର ଯୋଗାଇଥାଏ । ଏହି ପରିବାରେ ଅନେକ ଲାଭ ଅଛି ।


ଏଥିସହ ପଢ଼ନ୍ତୁ: ପ୍ରତିଦିନ ରସୁଣ ଖାଇଲେ ଦୂର ହେବ ଏହି ସବୁ ରୋଗ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


କାଙ୍କଡ଼ ଏପରି ଏକ ପରିବା ଯାହାକୁ ଔଷଧ ଭାବେ ମଧ୍ୟ ବ୍ୟବହାର କରାଯାଇଥାଏ । କିଛି ସ୍ଥାନରେ ଏହାକୁ କଣ୍ଟୋଲ, କେକରୋଲ,ଭାଟ କରେଲା, ମିଠା କରେଲା ଆଦି ନାମରେ ଜଣାଯାଇଥାଏ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କିନ୍ତୁ ଏହାକୁ ଖାଇବା ଦ୍ଵାରା କ୍ୟାନ୍ସର ଏବଂ ମଧୁମେହକୁ ପରି ମାରାତ୍ମକ ରୋଗକୁ ନିୟନ୍ତ୍ରଣ କରିବାରେ ସହାୟକ ହୁଏ । କାଙ୍କଡ଼ ଖାଇବା ଦ୍ବାରା ବ୍ଲଡ଼ ସୁଗାରର ମାତ୍ରା ନିୟନ୍ତ୍ରିତ ରହିଥାଏ । ଯାହା ଡାଇବେଟିସ୍ ରୋଗୀଙ୍କ ସବୁଠୁ ଭଲ ହୋଇଥାଏ । ଯଦି ଏହାକୁ ନେଇ ଅତ୍ୟଧିକ ସମସ୍ୟା ରହିଛି ସେମାନେ ପ୍ରତିଦିନ କାଙ୍କଡ଼ କିମ୍ବା କାଙ୍କଡ଼ର ଜୁସ ପିଇବା ଉଚିତ୍ ।

ଏଥିରେ ମେମୋରଡ଼ିସିନ୍ ନାମକ ଏକ ତତ୍ତ୍ବ ମିଳିଥାଏ ଯାହା ଶରୀରରେ ଆଣ୍ଟିଅକ୍ସିଡ଼େଣ୍ଟ ଭଳି କାମ କରିଥାଏ । ଏହା ଉଚ୍ଚରକ୍ତଚାପ ବ୍ୟକ୍ତିଙ୍କ ପାଇଁ ବହୁ ଲାଭକାରରୀ ହୋଇଥାଏ । ତେବେ ଖାଲି କାଙ୍କଡ଼ ନୁହଁ ଏହି ତତ୍ତ୍ବ କଲରାରୁ ମଧ୍ୟ ମିଳିଥାଏ । କାଙ୍କଡ଼ରେ ରହିଥିବା ମିନେରାଲ୍ସ, ଭିଟାମିନ୍ ଏବଂ ପ୍ରୋଟିନ୍ ଶରୀରରେ ଉର୍ଜ୍ଵା ଜାଗ୍ରତ କରିବା ସହ ଦିନଯାକ ଏନରଜେଟିକ୍ ରଖିଥାଏ । ଏଥିସହ କାଙ୍କଡ଼ରେ ଥିବା କେରେଟିନାଇଡ଼ର ମାତ୍ରା ଆଖି ସମ୍ବନ୍ଧୀୟ ସମସ୍ତ ସମସ୍ୟାର ସମାଧାନ କରିଥାଏ ।
ଏଥିସହ ଡାଇଡ଼୍ରି ଫାଇଭର ମାତ୍ରାରେ ଭରପୁର । ଏହି ପରିବା ପାଚନକ୍ରିୟାକୁ ସକ୍ରିୟ କରିବା ସହ ପେଟ ସମ୍ବନ୍ଧୀୟ ସମସ୍ତ ସମସ୍ୟାର ସମାଧାନ କରିଥାଏ । ଏତିକି ନୁହେଁ ବରଂ ମୋଟାପଣ କମାଇବାରେ ଖୁବ୍ ସାହାଯ୍ୟ କରିଥାଏ । ସେଥିପାଇଁ ଡ଼ାଏଟ କରୁଥିବା ବ୍ୟକ୍ତି ନିଜ ଖାଇବା ଲିଷ୍ଟରେ ଏହି ପରିବା ନିଶ୍ଚିତ ଭାବେ ସାମିଲ କରନ୍ତୁ ।

ଏକ ରିସର୍ଚ୍ଚରୁ ଜଣାପଡ଼ିଛି ଯେ, କାଙ୍କଡ଼ ଖାଇବା ଦ୍ଵାରା କ୍ୟାନ୍ସର ରୋଗ ଦୂର ମଧ୍ୟ ହୋଇଥାଏ । ଏଥିରେ ରହିଥିବା ଲ୍ଯୁଟେନ୍ ଏବଂ କେରେଟେନାଇଡ୍ସ କ୍ୟାନ୍ସର ହେବାର ମାତ୍ରାକୁ କମ୍ କରିଥାଏ । ଏଣୁ ନିଜ ଖାଦ୍ୟରେ କାଙ୍କଡ଼କୁ ସାମିଲ କରିବାକୁ ଆଦୌ ଭୁଲନ୍ତୁ ନାହିଁ ।

ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର...

Sponsored
Health | This Fruit Helps Fight Cancer and Reduce Obesity | Argus News | Argus News