ଏମିତି ପ୍ରସ୍ତୁତ ହୁଏ ମୋମୋ ଚଟନି, ଦେଖନ୍ତୁ ପୁରା ଭିଡିଓ...

ମୋମୋ । ନାଁ ଶୁଣୁଶୁଣୁ ପାଟିରେ ପାଣି ଆସିଯାଏ । ସନ୍ଧ୍ୟାବେଳେ ମୋମୋ ଖାଇବା କଥା ଶୁଣିଲେ ଭୋକ ଆହୁରି ଦ୍ବିଗୁଣା ବଢିଯାଏ । ଷ୍ଟିମ ମୋମୋ ସହ ରାଗ ଲାଲ ଚଟନି ଆଉ ଟିକେ ମେଓନିଜ୍ ହେଇଗଲେ ମୋମୋର ମଜା ଆହୁରି ବଢିଯାଏ । ତେବେ କିଛି ଲୋକଙ୍କୁ ଏହା ରାଗ ଚଟନି ଖୁବ ପସନ୍ଦ ଆସିଥିବା ବେଳେ ଆଉ କିଛିଜଣ ଏହି ଚଟନି ଆଦୌ ଖାଇବାକୁ ପସନ୍ଦ କରିନଥାନ୍ତି । କିଛି ଲୋକଙ୍କ ମତରେ ଏହି ଲାଲ ଚଟନୀ ଖାଇବା ଦ୍ବାରା ପେଟ ଖରାପ ହୋଇଥାଏ । ଯେଉଁଠି ଅନେକ ଲୋକ ଏହି ଲାଲ ଚଟନୀର ଦ୍ବିୱାନା ଅଟନ୍ତି ।
ତେବେ ଇନଷ୍ଟାଗ୍ରାମରେ ଏହି ଲାଲ ଚଟନି ପ୍ରସ୍ତୁତିର ଭିଡିଓ ଏବେ ଖୁବ ଭାଇରାଲ ହେବାରେ ଲାଗିଛି । ଯଦି ଆପଣ ଘରେ ମୋମୋର ରେଡ ଚଟନି ପ୍ରସ୍ତୁତ କରିବାକୁ ଚାହୁଁଥାନ୍ତି, ତେବେ ନିଶ୍ଚିତ ଏପରି ପ୍ରସ୍ତୁତ କରି ପାରିବେ ।
📱 Get Argus News App
✨ଏହି ଚଟନି ପ୍ରସ୍ତୁତ କରିବା ପାଇଁ ରସୁଣ, ଶୁଖିଲା ନାଲିଲଙ୍କା , ଅଦା, ଧନିଆ ପତ୍ର, ଟମାଟୋ ସସ୍ , ଚିଲି ସସ୍ , ସୋୟା ସସ୍ , ଭିନେଗାର ଉପକରଣର ଆବଶ୍ୟକ । ଗୋଟେ ପାତ୍ରରେ ପାଣି ନେଇ ସେଥିରେ ଶୁଖିଲା ଲଙ୍କା, ଧନିଆ ପତ୍ର, ରସୁଣ, ଅଳ୍ପ ଅଦା ମିଶାନ୍ତୁ । ଏହାକୁ ପରେ ଗରମ କରନ୍ତୁ । ଗରମ ପାଣିରେ ଏହି ସବୁ ହାଲକା ସିଝିଗଲା ପରେ ଗୋଟେ ଜାରରେ ଏହାକୁ ବ୍ଲେଣ୍ଡ କରି ଦିଅନ୍ତୁ ।
ପରେ ପ୍ୟାନ ଗରମ କରନ୍ତୁ । ସେଥିରେ ତେଲ ଗରମ କରି ସେଥିରେ କର୍ନଫ୍ଲୋର ପକାନ୍ତୁ । ଏଥିରେ ଲଙ୍କା ରସୁଣ ପେଷ୍ଟକୁ ପକାଇ ଫୁଟାନ୍ତୁ । ହାଲକା ଫୁଟିବା ଆରମ୍ଭ ହେଲେ ଏଥିରେ ଲୁଣ, ଟମାଟୋ ସସ୍ , ଚିଲି ସସ୍ , ଭିନେଗାର, ସୋୟା ସସ୍ ପକାଇ ଗୋଳାଇ ଦିଅନ୍ତୁ , ଏବଂ ପୁନର୍ବାର କିଛି ସମୟ ଫୁଟିବା ପାଇଁ ଛାଡି ଦିଅନ୍ତୁ । ଏବେ ପ୍ରସ୍ତୁତ ହୋଇଯିବ ଆପଣଙ୍କ ପସନ୍ଦ ରେଡ ଚଟନି । ଏହାକୁ ଆପଣ ମୋମୋ, ଚକୁଳି ପିଠା ଆଦି ସହ ଖାଇ ପାରିବେ ।