|
logo
Live

Argus News - ଏହି ଜୁସ୍ ପିଇଲେ ସ୍କିନ୍ କରିବ ଗ୍ଲୋ

Lifestyle

ଏହି ଜୁସ୍ ପିଇଲେ ସ୍କିନ୍ କରିବ ଗ୍ଲୋ

Rashmita Mishra
Browse all articles by Rashmita Mishra
·1 year ago·2 min read
ଏହି ଜୁସ୍ ପିଇଲେ ସ୍କିନ୍ କରିବ ଗ୍ଲୋ

ଅର୍ଗସ ବ୍ୟୁରୋ: ଶୀତ ଋତୁରେ ସବୁ ଲୋକମାନେ ଫିଟ୍ ରହିବା ପାଇଁ ଚାହିଁଥାନ୍ତି । ହେଲେ ଏହି ଋତୁରେ ଅନେକ ପ୍ରକାର ସମସ୍ୟା ଦେଖା ଦେଇଥାଏ । ଯେଉଁ କାରଣରୁ ଲୋକେମାନେ ବହୁତ ଅସୁବିଧାର ପଡିଥାନ୍ତି । ଏହି ସମସ୍ୟାରୁ ମୁକ୍ତି ପାଇବାକୁ ଲୋକମାନେ ବହୁତ କଷ୍ଟ କରିଥାନ୍ତି । ଏହି ଋତୁରେ ସବୁ ପ୍ରକାରର ପନିପରିବା, ଫଳମୂଳ ଇତ୍ୟାଦି ବହୁତ ଶସ୍ତା ମୂଲ୍ୟରେ ମିଳିଥାଏ । ଯାହାକୁ ଲୋକେମାନେ ସହଜରେ କିଣିପାରିବେ । ସବୁ ପ୍ରକାର ପନିପରିବା ଖାଇବା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭ ଦାୟକ ହୋଇଥାଏ । ହେଲେ ଆପଣ ଜାଣିଛନ୍ତି କି ଏହି ଋତୁରେ କିଛି ପରିବା ଖାଇଲେ ସ୍ୱାସ୍ଥ୍ୟ ଭଲ ରହିବା ସହ ଅନେକ ସମସ୍ୟା ମଧ୍ୟ ଦୂର ହେବ । ତେବେ ଆସନ୍ତୁ ଜାଣିବା ସେହି ପରିବା ବିଷୟରେ ।


ତାହା ମଧ୍ୟରୁ ଏକ ଗାଜର । ଯାହାକୁ ଖାଇଲେ ସ୍ୱାସ୍ଥ୍ୟ ଭଲ ରହିଥାଏ ଏବଂ ଅନେକ ସମସ୍ୟା ମଧ୍ୟ ଦୂର ହୋଇଥାଏ ।ଗାଜରରେ ବହୁତ ପ୍ରକାର ଭିଟାମିନ୍ ରହିଛି ସେଗୁଡିକ ହେଲା- ଭିଟୋମିନ୍ ଏ, ଫାଇବର, ଭିଟାମିନ କେ-୧, ପୋଟାସିୟମ ଗୁଣ ଭରପୂର ମାତ୍ରାରେ ରହିଛି । ସବୁଠାରୁ ବଡ କଥା ହେଉଛି ଯଦି ଆପଣ ସୁସ୍ଥ ରହିବା ପାଇଁ ଚାହୁଁଛନ୍ତି ତେବେ ପ୍ରତ୍ୟେକ ଦିନ ଗାଜରରେ ସାଲାଡ୍ ପ୍ରସ୍ତୁତି କରି ଖାଆନ୍ତୁ । ଏହା ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ, ଖାଲି ସ୍ୱାସ୍ଥ୍ୟ ନୁହେଁ ବରଂ ତ୍ୱର୍ଚାରେ ମଧ୍ୟ ଚମକ ସୃଷ୍ଟି ହୋଇଥାଏ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହାସହ ଗାଜରରେ ଜୁସ୍ ପ୍ରସ୍ତୁତି କରାଯାଏ । ଏହି ଜୁସକୁ ପିଇବା ଫଳରେ ଆପଣଙ୍କର ସ୍ୱାସ୍ଥ୍ୟ ସମସ୍ୟା ଦୂର ହେବା ସହ ଅନେକ ଲାଭ ମିଳିବ । ଯଦି ଆପଣ ରୋଗ ପ୍ରତିରୋଧକ ଶକ୍ତିକୁ ମଜବୁତ ରଖିବା ପାଇଁ ଚାହୁର୍ଛନ୍ତି ତେବେ ଗାଜର ଜୁସ୍ ପିଇବା ଆରମ୍ଭ କରନ୍ତୁ । ଖାସ୍ କରି ଶୀତ ଋତୁରେ ଲୋକମାନେ ଦୁର୍ବଳ ହୋଇ ପଡନ୍ତି ଯଦି ଏହି ସ୍ଥିତିରେ ଆପଣ ଗାଜର ଜୁସ୍ ପିଇବେ ତେବେ ଆପଣଙ୍କୁ ବହୁତ ରିଲାକ୍ସ ଲାଗିବା ସହ ସ୍ୱାସ୍ଥ୍ୟ ମଧ୍ୟ ବହୁତ ଭଲ ରହିବ । ଏହା ବ୍ୟତୀତ ଗାଜର ଜୁସ୍ ରକ୍ତଚାପକୁ ନିୟନ୍ତ୍ରଣ କରେ।


ଫାଇବରରେ ଭରପୂର ଏହି ଜୁସ୍ ଆପଣଙ୍କ ହଜମ ପ୍ରକ୍ରିୟାରେ ଉନ୍ନତି ଆଣିବାରେ ପ୍ରଭାବଶାଳୀ ହୋଇଥାଏ । କୋଷ୍ଠକାଠିନ୍ୟ ପରି ପେଟ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ଦେଇଥାଏ । ଏହା ବ୍ୟତିତ ଗାଜର ଜୁସ୍ ଆପଣଙ୍କ ଷ୍ଟେସ୍ କମ୍ କରିବାରେ ସାହାଯ୍ୟ କରିବ । ଗାଜର ରସ ପିଇବା ଫଳରେ ଆପଣଙ୍କ ଆଖିର ପାୱାର ବଢ଼ିଥାଏ । ଏହାସହ ଏହି ରସ ତ୍ୱଚା ପାଇଁ ମଧ୍ୟ ବହୁତ ଲାଭ ଦାୟକ ହୋଇଥାଏ । ଏହାକୁ ପ୍ରତ୍ୟେକ ଦିନ ପିଇଲେ ସ୍କିନ୍ ଗ୍ଲୋ କରିବା ଆରମ୍ଭ କରିବ । ଯଦି ଆପଣ ଏହି ଋତୁରେ ସୁସ୍ଥ ରହିବା ପାଇଁ ଚାହୁଁଛନ୍ତି ତେବେ ପ୍ରତ୍ୟେକ ଦିନ ଗାଜର ଜୁସ୍ ପିଇବା ନିହାତି ଆବଶ୍ୟକ ।


Sponsored
ଏହି ଜୁସ୍ ପିଇଲେ ସ୍କିନ୍ କରିବ ଗ୍ଲୋ | Argus News