Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Lifestyle

ଏହି ଜିନିଷ କରିବ ଆପଣଙ୍କୁ ଋଣ ମୁକ୍ତ

Banajyotshna Ray
Browse all articles by Banajyotshna Ray
·11 months ago·2 min read
ଏହି ଜିନିଷ କରିବ ଆପଣଙ୍କୁ ଋଣ ମୁକ୍ତ

Key Points

ଅଧିକ ଋଣରେ ବୁଡ଼ି ରହିଛନ୍ତି କି ?
କେମିତି ହେବେ ଋୁଣରୁ ମୁକ୍ତି ?
ଘର ଗେଟରେ ରଖନ୍ତୁ ଏହି ଜିନିଷ
ବଦଳିଯିବ ଆପଣଙ୍କ ଭାଗ୍ୟ 


ଋଣ ହେଉଛି ଜଣେ, ଅନେକ ବ୍ୟକ୍ତି କିମ୍ବା କୌଣସି ସଂସ୍ଥା ଇତ୍ୟାଦି କାହାଠୁ ଟଙ୍କା ଧାର ବା ବାକି ଆଣିଥିଲେ କୁହାଯାଇଥାଏ । ରୁଣକର୍ତ୍ତା ବା ଧାରୁଆ ସମ୍ପୂର୍ଣ୍ଣରୂପେ ମୂଳଧନ ଶୁଝିଲା ପର୍ଯ୍ୟନ୍ତ ପୂର୍ବ ନିର୍ଦ୍ଧାରିତ ସୁଧ ସହିତ ପରିଶୋଧ କରିବାକୁ ପଡିଥାଏ । ଋଣ ଏପରି ଏକ ଜିନିଷ ଯିଏ ଥରେ ନେଇଛି, ସୁଧ ଦେଇ ଦେଇ ଲୋକେ ଚିନ୍ତାରେ ପଡ଼ିଯାଆନ୍ତି। ସବୁବେଳେ ଭାବୁଥାନ୍ତି କି କେବେ ମୁଁ ଋଣ ମୁକ୍ତ ହେବି। ଆପଣ ଜାଣନ୍ତି କି ଏମିତି କିଛି ଉପାୟ ଅଛି, ଯାହା ଆପଣାଇବା ଦ୍ୱାରା ଆପଣଙ୍କୁ କରଜରୁ ମୁକ୍ତି ମିଳିବ ଏବଂ ପାଇବେ ପ୍ରଚୁର ଟଙ୍କା ।


ଯଦି ଆପଣ କରଜରେ ବୁଡ଼ି ରହିଛନ୍ତି ? ତେବେ ଏସବୁର ମୂଳ କାରଣ ହେଉଛି ଘରର ମୁଖ୍ୟ ଦ୍ୱାରର ଖରାପ ବାସ୍ତୁ। ଘରର ମୁଖ୍ୟ ଦ୍ୱାର ହେଉଛି ସେହି ସ୍ଥାନ ଯେଉଁଠାରୁ ଘରକୁ ସକାରାତ୍ମକତା ପ୍ରବେଶ କରେ। ଏପରି ପରିସ୍ଥିତିରେ, ଯଦି ଘରର ମୁଖ୍ୟ ଦ୍ୱାରର ବାସ୍ତୁ ଖରାପ ରୁହେ ତେବେ ଅନେକ ପ୍ରୟାସ ପରେ ମଧ୍ୟ ଆପଣଙ୍କଠାରେ ଆର୍ଥିକ ସଙ୍କଟ ଦେଖାଦେବ। ଏପରି ପରିସ୍ଥିତିରେ ଘରର ମୁଖ୍ୟ ଦ୍ୱାରରେ ଆପଣଙ୍କୁ କ’ଣ ଲଗାଇବା ଉଚିତ ଯାହା ଦ୍ୱାରା ଆପଣଙ୍କ ଜୀବନରେ ଧନ ଏବଂ ସୁଖ ଉଭୟ ଆସିବ।
ଘରର ମୁଖ୍ୟ ଦ୍ୱାର ପାଖରେ କେବେବି ଚପଲ ରଖନ୍ତୁନି କି ଏହି ସ୍ଥାନକୁ ଅନ୍ଧାର ମଧ୍ୟ କରନ୍ତୁନି। ମୁଖ୍ୟ ଦ୍ୱାର ସମ୍ମୁଖରେ ଡଷ୍ଟବିନ ରଖିବା ମଧ୍ୟ ଭୁଲ। ଧାର୍ମିକ ବିଶ୍ୱାସ ଅନୁସାରେ ଲାଜକୁଳୀ ଗଛ ଆପଣଙ୍କ ଜୀବନରୁ ନକାରାତ୍ମକ ଶକ୍ତିକୁ ଦୂରରେ ରଖେ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତେଣୁ, ଆପଣ ଘରର ମୁଖ୍ୟ ଦ୍ୱାର ପାଖରେ ଏହି ଗଛ ମଧ୍ୟ ଲଗାଇପାରିବେ। ଏହା କରିବା ଦ୍ୱାରା ଆପଣଙ୍କ ଘରେ ସମୃଦ୍ଧି ଆସିବା ସହିତ ଟଙ୍କା ପଇସାର ଅଭାବ ରହିବନି। ଘରର ମୁଖ୍ୟ ଦ୍ୱାରରେ ସ୍ୱସ୍ତିକ ଚିହ୍ନ କରିବା ଦ୍ୱାରା ଦ୍ୱାରା କେବଳ ଆପଣ ନୁହଁନ୍ତି ବରଂ ପରିବାରର ସଦସ୍ୟମାନେ ମଧ୍ୟ ପ୍ରଗତି ପଥରେ ଆଗକୁ ବଢ଼ିଥାନ୍ତି।ଏହାସହ ଯଦି ଆପଣ ଘରର ମୁଖ୍ୟ ଦ୍ୱାରରେ ତମ୍ବାରେ ନିର୍ମିତ ସୂର୍ଯ୍ୟ ଲଗାନ୍ତି, ତେବେ ଟଙ୍କା ସମ୍ବନ୍ଧୀୟ ସମସ୍ତ ସମସ୍ୟା ଆପଣଙ୍କର ଦୂର ହୋଇଯିବ। ଏହା ଆପଣଙ୍କ ଘରେ ସକାରାତ୍ମକତା ଆଣିବା ସହିତ ଘର ଲୋକଙ୍କ ସ୍ୱାସ୍ଥ୍ୟ ମଧ୍ୟ ଠିକ ରହିବ।କେବଳ ସେତିକି ନୁହେଁ ପ୍ରଭୁ ଗଣେଶଙ୍କୁ ବିଘ୍ନହର୍ତା ବୋଲି କୁହାଯାଏ।


ତେଣୁ, ଯଦି ଆପଣ ଘରର ମୁଖ୍ୟ ଦ୍ୱାରରେ ଭଗବାନ ଗଣେଶଙ୍କ ମୂର୍ତ୍ତି କିମ୍ବା ଚିତ୍ର କରନ୍ତି ତେବେ ଆପଣଙ୍କୁ ସବୁ ବାଧାବିଘ୍ନରୁ ମୁକ୍ତି ମିଳିବ। ଏହା ସହିତ ଆପଣଙ୍କୁ କ୍ୟାରିୟରରେ ମଧ୍ୟ ସଫଳତା ମିଳିବ। ଯଦି ଆପଣ କରଜକୁ ମୁକ୍ତ ପାଇବା ପାଇଁ ଚାହୁଁଛନ୍ତି, ତେବେ ସଙ୍ଗେ ସଙ୍ଗେ ଏସବୁ ଜିନିଷ ଉପରେ ଧ୍ୟାନ ଦିଅନ୍ତୁ । ଯାହାକୁ ଜ୍ୟୋତିର୍ବିତମାନେ ଅନେକ ଅଧ୍ୟୟନରୁ ଅର୍ଜନ କରିଛନ୍ତି।


Sponsored
this-thing-will-make-you-debt-free | Argus News