Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଏସଵୁ ଖାଇଲେ ଥାଇରଏଡରୁ ମିଳିଵ ମୁକ୍ତି

Lifestyle

ଏସଵୁ ଖାଇଲେ ଥାଇରଏଡରୁ ମିଳିଵ ମୁକ୍ତି

Rashmita Mishra
Browse all articles by Rashmita Mishra
·2 years ago·2 min read
ଏସଵୁ ଖାଇଲେ ଥାଇରଏଡରୁ ମିଳିଵ ମୁକ୍ତି

ଅର୍ଗସ ବ୍ୟୁରୋ: ଆପଣ ଥାଇରଏଡ ରୋଗରେ ପୀଡିତ ଥିଲେ ଏହି ସଵୁ ଖାଦ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ଥାଇରଏଡ୍ ରୋଗ ବ୍ୟକ୍ତିର ସ୍ୱାସ୍ଥ୍ୟ ଏବଂ ସୁସ୍ଥତା ଉପରେ ବହୁତ ପ୍ରଭାବ ପକାଇଥାଏ ।ଥାଇରଏଡ୍ ଵଢିଲେ ମେଟାବୋଲିଜିମ୍, ଶକ୍ତି ସ୍ତର ଏବଂ ମନୋବଳ ସହିତ ବିଭିନ୍ନ ଶାରୀରିକ କାର୍ଯ୍ୟକୁ କମିଵାର ପ୍ରଭାଵ ପକାଇଥାଏ ।ଯେତେବେଳେ ଥାଇରଏଡ୍ ଗ୍ରନ୍ଥି ଅସନ୍ତୁଳିତ ହୋଇଯାଏ ଫଳରେ, ଓଜନ ବୃଦ୍ଧି କିମ୍ବା ହ୍ରାସ, ଉଦାସ ଏବଂ ଅନ୍ୟାନ୍ୟ ଲକ୍ଷଣକୁ ଦେଖାଦିଏ । ଥାଇରଏଡ୍ ରୋଗ ପାଇିଁ ଔଷଧ ଓ ଚିକିତ୍ସା ଆଵଶ୍ୟକ ଥିଲେଵି ଖାଦ୍ୟପେୟକୁ ମଧ୍ୟ ଠିକ୍ ଭାଵରେ ଧ୍ୟାନ ଦେଵାକୁ ପଡେ। ଆଉ ଖାଦ୍ୟର ଏପଟ ସେପଟ ହେଲେ ଦେହ ଅଧିକ ଖରାପ ହୋଇଥାଏ । ତେଵେ ଆସନ୍ତୁ ଜାଣିଵା କେଉଁ ଖାଦ୍ୟ ଖାଇଵା । 

ଥାଇରଏଡ୍ ଥିଲେ କଣ ଖାଇଵେ ।
ସାମୁଦ୍ରିକ ମଛ :- ସଲମାନ, ଟୁନା, ଏବଂ ସାର୍ଡିନ୍ ପରି ମାଛରେ ଓମେଗା -3 ଫ୍ୟାଟି ଏସିଡ୍ ଭରପୂର ରହିଛି ଯାହା ମେଟାବୋଲିଜିମର ସ୍ତରକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ ଏବଂ ଥାଇରଏଡ୍ କାର୍ଯ୍ୟକୁ ସନ୍ତୁଳିତ କରିଥାଏ |
 ଗ୍ରୀନ୍ ପତ୍ର :-  ଗ୍ରନ୍ ଟି , ଧନିଆ ପତ୍ର , ପୁଦିନା ପତ୍ର ଏବଂ ଅନ୍ୟାନ୍ୟ ସବୁଜ ପତ୍ରରେ ସଵୁଜ ପତ୍ରରେ ଭିଟାମିନ୍, ମିନେରାଲ୍ସର,ଆୟୋଡିନ୍ ଏବଂ ସେଲେନିୟମ୍ ଅନ୍ତର୍ଭୁକ୍ତ, ଯାହା ଥାଇରଏଡ୍ ଥିଲେ ସ୍ୱାସ୍ଥ୍ୟ ପାଇଁ ଜରୁରୀ |
ବ୍ରାଜିଲ୍ ବାଦାମ:-  ଏହି ବାଦାମଗୁଡ଼ିକରେ ସେଲେନିୟମର ଭରପୂର ।ଏହା ଏକ ଖଣିଜ ପଦାର୍ଥ ଯାହା ଥାଇରଏଡ୍ ହରମୋନ୍ ଉତ୍ପାଦନରେ ପ୍ରମୁଖ ଭୂମିକା ଗ୍ରହଣ କରିଛି । ପ୍ରତିଦିନ କିଛି ବ୍ରାଜିଲ ବାଦାମ ଖାଇଵା ଦ୍ଵାରା ସେଲେନିୟମ ଵଢିଥାଏ । 
ଦହି :- ଦହି ଏବଂ ଅନ୍ୟାନ୍ୟ ପ୍ରୋବାୟୋଟିକ୍  ଖାଦ୍ୟ ଖାଆନ୍ତୁ  ଯାହା ସ୍ୱାସ୍ଥ୍ୟ ଭଲ ରହିଵାରେ ସାହାଯ୍ୟ କରିଥାଏ, ଯାହା ଥାଇରଏଡ୍  ନିୟନ୍ତ୍ରଣ ପାଇିଁ ଗୁରୁତ୍ୱପୂର୍ଣ୍ଣ | ପ୍ରୋବାୟୋଟିକ୍ସ ମଧ୍ୟ ପ୍ରଦାହକୁ ହ୍ରାସ କରିବାରେ ଏବଂ ଉନ୍ନତି ଆଣିବାରେ ସାହାଯ୍ୟ କରିଥାଏ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
thyroid food | Argus News