Videos
|
Lifestyle

ଟାଇଟ୍ ଜିନ୍ସ ପିନ୍ଧୁଥିଲେ ସାବଧାନ ! ନଚେତ୍ ...

Rashmita Mishra
Browse all articles by Rashmita Mishra
·11 months ago·2 min read
ଟାଇଟ୍ ଜିନ୍ସ ପିନ୍ଧୁଥିଲେ ସାବଧାନ ! ନଚେତ୍ ...

Key Points

ଟାଇଟ୍ ଜିନ୍ସ ପିନ୍ଧୁଥିଲେ ସାବଧାନ ହୋଇପାରେ ଏହି ବଡ଼ ରୋଗ

ବର୍ତ୍ତମାନର ଦୁନିଆରେ ପ୍ରାୟ ସମସ୍ତେ ଜିନ୍ସ ପେଣ୍ଟ୍ ପିନ୍ଧିବାକୁ ପସନ୍ଦ କରିଥାନ୍ତି । ପୁରୁଷ ହୁଅନ୍ତୁ ବା ମହିଳା ସମସ୍ତେ ଜିନ୍ସ ପିନ୍ଧିବାକୁ ଖୁବ୍ ଭଲପାଆନ୍ତି । ଏମିତିକି ସମସ୍ତଙ୍କ ପାଖରେ ଏକରୁ ଅଧିକ ଜିନ୍ସ ରହିବା ଏବେ ଏକ ସାଧାରଣ କଥା। ତେବେ ଆପଣ ଦେଖିଥିବେ ପୁରୁଷଙ୍କ ଅପେକ୍ଷା ମହିଳା ଅଧିକ ଟାଇଟ୍ ଜିନ୍ସ ପିନ୍ଧିବାକୁ ପସନ୍ଦ କରିଥାନ୍ତି। ଏହା ଆରାମଦାୟକ ହୋଇନଥିଲେ ମଧ୍ୟ ନିଜକୁ ଫ୍ୟାସନେବଲ ଏବଂ ସୁନ୍ଦର ଦେଖାଇବା ପାଇଁ ସେମାନେ ଏହାକୁ ପିନ୍ଧିଥାନ୍ତି। ତେବେ ଟାଇଟ ଜିନ୍ସ ପିନ୍ଧୁଥିବା ମହିଳାଙ୍କ ପାଇଁ ଖାସ ଏହି ଖବର।

ଏକ ରିପୋର୍ଟ ଅନୁସାରେ ଅଷ୍ଟ୍ରେଲିଆରେ ମହିଳାମାନେ ଅଧିକ ଟାଇଟ୍ ଜିନ୍ସ ପିନ୍ଧିବାକୁ ପସନ୍ଦ କରନ୍ତି। ଟାଇଟ୍ ଜିନ୍ସ ସବୁବେଳେ ପିନ୍ଧିବା ଦ୍ଵାରା ଗୋଡ଼ରେ ରକ୍ତର ପ୍ରଭାବ କମ ହେବା ସହ ପ୍ରାୟତଃ ମହିଳା ଅଚେତ ହୋଇଯିବା ଦେଖାଦେଇଥାଏ । ଏହି ସମସ୍ୟା ବର୍ତ୍ତମାନ ସମୟରେ ଦୃତ ଗତିରେ ବଢିବାରେ ଲାଗିଛି


ଟାଇଟ୍ ଜିନ୍ସ ପିନ୍ଧିବା ଦ୍ବାରା ଗୋଡ଼ ଦୁର୍ବଳ ହୋଇଥାଏ । ଯାହା କାରଣରୁ ଠିଆ ହେବା ସହ ଚଲାବୁଲା କରିବାରେ ଅସୁବିଧା ଅନୁଭବ ହୋଇଥାଏ। ଟାଇଟ ଜିନ୍ସ ପିନ୍ଧିବା ଦ୍ବାର। ଅର୍ନ୍ତନିହିତ ଅସୁବିଧା ହୋଇଥାଏ ତାହା ନୁହଁ ବରଂ ଶରୀର ବାହାରେ ମଧ୍ୟ ଅନେକ ପ୍ରକାରର ଯନ୍ତ୍ରଣା ହୋଇଥାଏ। ଆହୁରି ମଧ୍ୟ ସ୍କିନ୍ କୁଞ୍ଚା ହେବା ସହ ଚର୍ମ ଜନିତ ରୋଗ ହେବାର ଆଶଙ୍କା ମଧ୍ୟ ବଢିଥାଏ ।

ଟାଇଟ୍ ଜିନ୍ସ ଖାଲି ମହିଳାଙ୍କ ପାଇଁ ଅସୁବିଧାର କାରଣ ପାଲଟିଥାଏ ତାହା ନୁହଁ ବରଂ ପୁରୁଷଙ୍କୁ ମଧ୍ୟ ଅନେକ ପ୍ରକାରର ଅସୁବିଧା ହୋଇଥାଏ। ସବୁବେଳେ ଟାଇଟ୍ ଜିନ୍ସ ପିନ୍ଧିବା ଦ୍ବାରା ପୁରୁଷଙ୍କ ଅଣ୍ଡାକୋଷରେ ରକ୍ତ ପ୍ରଭାବ କମ ହୋଇଥାଏ। ଯାହା ଦ୍ବାରା ପୁରୁଷଙ୍କ ବୈବାହିକ ଜୀବନରେ ଖରାପ ପ୍ରଭାବ ପଡ଼ିଥାଏ।


ନିୟମିତ ଟାଇଟ୍ ଜିନ୍ସ ପିନ୍ଧିବାରୁ ଦୂରେଇ ରୁହନ୍ତୁ। ଯଦି ଟାଇଟ୍ ଜିନ୍ସ ପିନ୍ଧୁଛନ୍ତି ରାତିରେ ପିନ୍ଧି ଶୁଅନ୍ତୁ ନାହିଁ । ଚେଷ୍ଟା କରନ୍ତୁ ଟାଇଟ୍ ଜିନ୍ସ ନ ପିନ୍ଧିବା ପାଇଁ ଏହା ବଦଳରେ ଆପଣ ଢିଲା ଜିନ୍ସ ପିନ୍ଧିପାରିବେ ଯାହା ଆପଣଙ୍କୁ ଆରାମ ଦେବା ସହ କୌଣସି କ୍ଷତି ପହଚାଂଇବନାହିଁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Be Careful If You Wear Tight Jeans – Hidden Health Risks | Argus News