Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Lifestyle

ବୈବାହିକ ଜୀବନରେ ଖୁସିରେ ରହିବାକୁ ହେଲେ ଜାଣିରଖନ୍ତୁ...

Banajyotshna Ray
Browse all articles by Banajyotshna Ray
·1 year ago·2 min read
ବୈବାହିକ ଜୀବନରେ ଖୁସିରେ ରହିବାକୁ ହେଲେ ଜାଣିରଖନ୍ତୁ...

Key Points

ବୈବାହିକ ଜୀବନକୁ ସୁଖମୟ କରିବାକୁ ଚାହୁଁଥିଲେ
ଆପଣାନ୍ତୁ ଏହି ଟିପ୍ସ
ଖୁସିରେ ରହିବେ ସବୁବେଳେ

ଜୀବନରେ ସମସ୍ତେ ଖୁସିରେ ରହିବାକୁ ଚାହାନ୍ତି। ହେଲେ ବିବାହ ପରେ କିଛି କିଛି ଲୋକ ଆଜିକାଲି ଝଗଡା କରିବା ଆଉ ତାପରେ ଅଲଗା ହୋଇଯିବା ପରି କିଛି ପରିସ୍ଥିତି ଉପୁଜିଥାଏ। ତେବେ ବିବାହ ପରେ କିପରି ଖୁସିରେ ରହିବେ ଆସନ୍ତୁ ଜାଣିବା। ବୈବାହିକ ଜୀବନକୁ ସୁଖମୟ ରଖିବାକୁ ହେଲେ ସ୍ବାମୀସ୍ତ୍ରୀଙ୍କ ମଧ୍ୟର ଉତ୍ତମ ବୁଝାମଣା ଏବଂ ସହଯୋଗର ଆବଶ୍ୟକତା ରହିଛି। ଜଣେ ଆଉ ଜଣଙ୍କ କଥା ବୁଝିବା ବ୍ୟତୀତ ଆଉ ବି କିଛି କଥା ମଧ୍ୟ ରହିଛି ଯାହା ବୈବାହିକ ଜୀବନକୁ ଆହୁରି ଆନନ୍ଦରେ ଭରି ଦେଇଥାଏ।

ଘରସଂସାର କରିବା ପରେ ସ୍ବାମୀସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ଦୃଢ଼ ରହିବା ଦରକାର। ଉଭୟେ ପରସ୍ପରକୁ ସହଯୋଗ କରିବା ସହ ପ୍ରତିଟି କଥାକୁ ଦୁହେଁ ମିଶି ସୁଚାରୁ ରୂପେ ତୁଲାଇପାରିଲେ ବୈବାହିକ ଜୀବନ ଆନନ୍ଦମୟ ହୋଇଉଠିଥାଏ। ତେବେ ଏହାକୁ ସବୁବେଳେ ମଧୁର କରିବାକୁ କେତୋଟି ବିଷୟ ପ୍ରତି ନଜର ଦେବାକୁ ପଡ଼େ।

ବେଳେବେଳେ ମହତ୍ତ୍ୱପୂର୍ଣ୍ଣ କଥାକୁ ନେଇ ଛୋଟ ଛୋଟ କଥା କରିବାକୁ ଭୁଲିଯାନ୍ତି। କଥା ସେ ବଡ଼ ହେଉ କି ଛୋଟ ନିଜ ଭୁଲ୍‌ ସ୍ବୀକାର କରିବାରେ କୁଣ୍ଠାବୋଧ କରନ୍ତୁ ନାହିଁ। ଯଦି କେବେ କିଛି ଭୁଲ୍‌ କରିଛନ୍ତି ସରି କହି ଦିଅନ୍ତୁ। ଏହାଦ୍ୱାରା ରାଗ ଥିଲେ ମନ ନିହାତି ରୂପେ ତରଳିବ। ପତିପତ୍ନୀ ନିଜ ଶାଶୁମା’ଙ୍କ ଜନ୍ମଦିନ କିମ୍ବା ଆନିଭର୍ସାରି ଡେଟ୍‌ର ମନେପକାନ୍ତୁ। ଉପହାର କିଣିବା ସମୟରେ ତାଙ୍କୁ ସାହାଯ୍ୟ କରନ୍ତୁ। ଏହାଦ୍ୱାରା ତାଙ୍କୁ ଲାଗିବ ଯେ କେବଳ ତାଙ୍କୁ ଧ୍ୟାନଦେବା ସହ ତାଙ୍କ ପରିବାରକୁ ମଧ୍ୟ ଭଲପାଉଛନ୍ତି।

ପୁରୁଷମାନେ ସାଧାରଣତଃ ତାକୁ ଭଲପାଆନ୍ତି ଯିଏ ତାଙ୍କର ସବୁ କଥା ବୁଝିଥାଏ, ତାଙ୍କ କଥାକୁ ଗୁରୁତ୍ୱ ଦେଇଥାଏ। ଧ୍ୟାନରଖନ୍ତୁ, ଯେତେ ସମଝ୍‌ଦାରି ଦେଖାଇବେ ସେତିକି ଭଲପାଇବା ପାଇବେ। ସରି ପରି ଥ୍ୟାଙ୍କ୍‌ୟୁ କହିବାକୁ କେବେ ପଛାନ୍ତୁ ନାହିଁ। ଏହାଦ୍ୱାରା ଦୁଇଜଣଙ୍କ ମଧ୍ୟରେ ଭଲପାଇବା ବଢ଼ିବ। ଜରୁରୀ ନୁହେଁ କି କେବଳ ବାର୍ଥ ଡେ କିମ୍ବା ଆନିଭର୍ସାରି ତାଙ୍କୁ ଗିଫ୍ଟ ଦେବେ। ଯେତେବେଳେ ବି ପାର୍ଟନରଙ୍କୁ କୌଣସି ଜିନିଷ ପାଇଁ ଥାଙ୍କ୍ସ କହିବାକୁ ଚାହୁଁଛନ୍ତି ସେତେବେଳେ ତାଙ୍କୁ ନିହାତି ଏକ ଗିଫ୍ଟ ଦେବା ସହ କମ୍ପ୍ଲିମେଣ୍ଟ ନିହାତି ଦିଅନ୍ତୁ। ଦେଖାଯାଏ ମହିଳାମାନେ ସ୍ବାମୀଙ୍କ ସାମ୍ନାରେ ନିଜର ଶାଶୁଘର ଲୋକଙ୍କ ବିଷୟରେ କେତେ କଥା କହିଥାନ୍ତି।

ଏମିତି ଜମା ବି କରନ୍ତୁ ନାହିଁ। ସ୍ବାମୀ ବି ସ୍ତ୍ରୀଙ୍କ ପରିବାର ଲୋକଙ୍କ ବିଷୟରେ ଇଆଡୁ ସିଆଡୁ କିଛି କଥା ହୁଅନ୍ତୁ ନାହିଁ। ଏହାଦ୍ୱାରା ସମ୍ପର୍କରେ ଫାଟ ଦେଖାଯିବାର ସମ୍ଭାବନା ରହିଛି। ବେଳେବେଳେ ଦେଖାଯାଏ ସ୍ବାମୀ ସ୍ତ୍ରୀଙ୍କ ଝଗଡ଼ା ମଝିରେ ତୃତୀୟ ଲୋକ ମୁଣ୍ଡ ଖେଳାଇବାକୁ ଚେଷ୍ଟା କରିଥାନ୍ତି। ଏଥିପାଇଁ ଆପଣ ନିଜ ସମସ୍ୟାକୁ ତୃତୀୟ ଲୋକ ସାମ୍ନାରେ ସମାଧାନ ନ କରି ଏହାର ସମାଧାନ ନିଜ ଭିତରେ କରନ୍ତୁ। କେବେ କେବେ ମହିଳାମାନେ ନିଜ ବଜେଟ ନ ଦେଖି ନିଜ ଇଚ୍ଛା ଅନୁଯାୟୀ ଶପିଂ କରିଥାନ୍ତି।

ସ୍ବାମୀ ଯଦିଓ କିଛି କହି ନ ଥାନ୍ତି, କିନ୍ତୁ ତାଙ୍କୁ ନିହାତି ରୂପେ ଖରାପ ଲାଗିଥାଏ। ପ୍ରତିଟି କଥାକୁ ୨ ଜଣ ପରସ୍ପର ମଧ୍ୟରେ ଆଲୋଚନା କଲେ ଭଲ। ଦୁହେଁ ଦୁହିଁଙ୍କୁ କଦାପି ସନ୍ଦେହ ନଜରରେ ଦେଖନ୍ତୁ ନାହିଁ। ଏହାଦ୍ୱାରା ପରସ୍ପର ଭିତରେ ତିକ୍ତତା ବୃଦ୍ଧି ପାଇଥାଏ।ଯଦି ଆପଣ ଏଭଳି କିଛି ଜିନିଷକୁ ଆପଣାଉଛନ୍ତି, ତେବେ ଆପଣ ନିଜ ବୈବାହିକ ଜୀବନରେ ନିଶ୍ଚୟ ଭଲ ଏବଂ ଖୁସିରେ ରହିବେ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
to-be-happy-in-married-life-you-need-to-be-aware-of-this | Argus News