Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଜାଗରରେ ଶିବଙ୍କ ପାଖରେ ଅର୍ପଣ କରନ୍ତୁ ଏହି ଜିନିଷ, ମିଳିବ...

Lifestyle

ଜାଗରରେ ଶିବଙ୍କ ପାଖରେ ଅର୍ପଣ କରନ୍ତୁ ଏହି ଜିନିଷ, ମିଳିବ...

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଜାଗରରେ ଶିବଙ୍କ ପାଖରେ ଅର୍ପଣ କରନ୍ତୁ ଏହି ଜିନିଷ, ମିଳିବ...

ଆଉ ଦୁଇ ଦିନ ପରେ ମହାଶିବରାତ୍ରୀ । ଏବେଠୁ ସଜେଇ ହେଲାଣି ସମସ୍ତ ଶୈବପୀଠ। ଏଭଳି ପବିତ୍ର ଦିନରେ ଭଗବାନ ଶିବଙ୍କୁ ନିଷ୍ଠାର ସହ ସୁମରଣା କଲେ ମନକୁ ଶାନ୍ତି ମିଳିବା ସହ ମନୋସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି । ପ୍ରତିବର୍ଷ ଫାଲଗୁନ ମାସର କୃଷ୍ଣ ପକ୍ଷର ଚତୁର୍ଦଶୀରେ ମହାଶିବରାତ୍ରୀ ପାଳନ କରାଯାଏ। ଏହାକୁ ଜାଗର ରାତ୍ରୀ ମଧ୍ୟ କୁହାଯାଏ। ଆପଣ ଜାଣନ୍ତି କି ଏହି ଦିନରେ କିଛି ଏଭଳି କଲେ ମିଳିଥାଏ ଶିବଙ୍କ କୃପା।

ଭଗବାନ ଶିବ ହେଉଛନ୍ତି ପୂର୍ଣ୍ଣତାର ପ୍ରତୀକ। ଏହି ପବିତ୍ର ଦିନରେ ଠାକୁର ଘରର ଉତ୍ତରପଟ କାନ୍ଥରେ ଭଗବାନ ଶିବ ଓ ତାଙ୍କ ପରିବାରର ଫଟୋ ଲଗାଇ ପବିତ୍ର ମନରେ ତାହାକୁ ନିୟମିତ ପୂଜାକଲେ ପ୍ରଭୁକୃପା ମିଳିବା ସହ ପରିବାରରେ ଶାନ୍ତି ବଢିଥାଏ ବୋଲି ବିଶ୍ୱାସ ରହିଛି।

ଯଦି ଆପଣ ଟଙ୍କା ସମ୍ବନ୍ଧୀୟ ସମସ୍ୟା ଭୋଗୁଛନ୍ତି, ତେବେ ଶିବରାତ୍ରୀ ଦିନ କ୍ଷୀର, କଦଳୀ, ଚିନି, ଘିଅ ଏବଂ ମହୁ ସହ ପ୍ରଭୁ ଭୋଲେନାଥଙ୍କୁ ଅଭିଷେକ କରନ୍ତୁ। ଏହାପରେ ଆପଣ ଭଗବାନ ଶିବଙ୍କୁ ଜଳ ନିଶ୍ଚୟ ଚଢାଇବେ।

ଭଗବାନ ଶିବଙ୍କର ବେଲଗଛ ଓ ବେଲପତ୍ର ବି ଖୁବ୍‌ ପ୍ରିୟ। ତେଣୁ ବେଲଗଛ ଲାଗିଥିବା ସ୍ଥାନରେ ପ୍ରତିଦିନ ବିଶେଷକରି ମହାଶିବରାତ୍ରୀ ଦିନ ଜଳ ଢାଲିଲେ ମହାଦେବଙ୍କର କରୁଣା ପ୍ରାପ୍ତି ହେବା ସହ ପରିବାରରେ ସୁଖସମୃଦ୍ଧି ବଢିଥାଏ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି। ବାସ୍ତୁଶାସ୍ତ୍ର ଅନୁଯାୟୀ, ମହାଶିବରାତ୍ରୀ ଭଳି ପବିତ୍ର ଦିନରେ ବ୍ରାହ୍ମମୁହୂର୍ତ୍ତରୁ ଉଠି ସ୍ନାନ ସାରି ଲାଜକୁଳି ଲତା ଗଛ ଲଗାଇବା ଶୁଭ ହୋଇଥାଏ।


ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
To get Lord Shiva's blessings for wealth and prosperity, you can perform rituals, chant mantras, and make offerings to the Shivling | Argus News