Videos
|
Lifestyle

ସୁସ୍ଥ ରହିବାକୁ ହେଲେ ଏଭଳି ଭୁଲ କେବେ ବି କରନ୍ତୁ ନାହିଁ

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·1 min read
ସୁସ୍ଥ ରହିବାକୁ ହେଲେ ଏଭଳି ଭୁଲ କେବେ ବି କରନ୍ତୁ ନାହିଁ

Key Points

ହେଲ୍‌ଥ ଇଜ୍‌ ଓ୍ୱେଲ୍‌ଥ । ତେଣୁ ଶରୀର ପ୍ରତି ଯତ୍ନବାନ ହେବା ନିହାତି ଆବଶ୍ୟକ ।

ଆମ୍ବ ସ୍ୱାଦିଷ୍ଟ ଲାଗେ, କିନ୍ତୁ ତାହା ମନ ଇଚ୍ଛା ଖାଇବ ବିପଦଜନକ ।

ଆମ୍ବ ଏକ ଗରମ ଖାଦ୍ୟ ।

ଆମ୍ବ ସହିତ କିମ୍ବା ଆମ୍ବ ଖାଇବାର ପରେ ତୁରନ୍ତ ପାଣି ପିଇବାଠାରୁ ଦୂରେଇ ରହିବା ଉଚିତ। ପାଣି ପିଇବା ଦ୍ୱାରା ପେଟରେ ଗ୍ୟାସ ଏବଂ ଯନ୍ତ୍ରଣା ହୋଇପାରେ, ଯାହା ବେଳେ ବେଳେ ଅଧିକ ଗମ୍ଭୀର ହୋଇଯାଏ।

ଆମ୍ବ ସହିତ ମସଲାଯୁକ୍ତ ଖାଦ୍ୟ ଖାଇବାରୁ ଦୂରେଇ ରୁହନ୍ତୁ। ଏହା ଆପଣଙ୍କ ହଜମ ପ୍ରକ୍ରିୟା ଉପରେ ଖରାପ ପ୍ରଭାବ ପକାଇପାରେ । ଯାହା ପେଟ ଏବଂ ପେଟ ଜଳିବା ଭଳି ସମସ୍ୟାକୁ ବୃଦ୍ଧି କରିପାରେ।

ଆମ୍ବ ସହିତ ଦହି କେବେବି ଖାଇବା ଉଚିତ୍ ନୁହେଁ। ଉଭୟକୁ ଏକାଠି ଖାଇବା ଦ୍ୱାରା ବଦହଜମି ଏବଂ ଏସିଡିଟି ଭଳି ପାଚନ ସମସ୍ୟା ହୋଇପାରେ। କାରଣ ଆମ୍ବ ପ୍ରକୃତି ଗରମ ଏବଂ ଦହିର ପ୍ରକୃତି ଥଣ୍ଡା।

ଆମ୍ବ ସହିତ ଥଣ୍ଡା ପାନୀୟ ପିଇବା ଉଚିତ୍ ନୁହେଁ। କାରଣ ଉଭୟ ଜିନିଷରେ ସୁଗାର ପରିମାଣ ଅଧିକ ଥାଏ, ଯାହା ରକ୍ତରେ ଶର୍କରା ସ୍ତରକୁ ଦ୍ରୁତ ଗତିରେ ବୃଦ୍ଧି କରିପାରେ। ଏହା ମଧୁମେହ ରୋଗୀଙ୍କ ପାଇଁ ବିପଦପୂର୍ଣ୍ଣ।

ପକୁଡ଼ି, ସମୋସା ଇତ୍ୟାଦି ତେଲ ଛଣା ଛଣି ଖାଦ୍ୟ ଆମ୍ବ ସହିତ ଖାଇବା ଉଚିତ୍ ନୁହେଁ। ଏହାକୁ ଖାଇବା ଦ୍ୱାରା ପାଚନ ପ୍ରକ୍ରିୟା ପ୍ରଭାବିତ ହୁଏ, ଯାହା ବଦହଜମୀ ଏବଂ ଗ୍ୟାସ୍ ଭଳି ସମସ୍ୟା ସୃଷ୍ଟି କରିପାରେ।

(ବିଦ୍ର: ଏହି ଖବର ସାଧାରଣ ସୂଚନା ଉପରେ ଆଧାରିତ। ଏହାକୁ କାର୍ଯ୍ୟକାରୀ କରିବା ପୂର୍ବରୁ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
To stay healthy, never make these mistakes. | Argus News