ଜାଣନ୍ତୁ କେତେ କମିଲା ସୁନା ଦର ?

କମିଲା ସୁନା ଦର । ସୁନା ଓ ରୂପା ଦର ଗତ କିଛି ମାସ ତଳେ ବୃଦ୍ଧି ପାଇବାରେ ଲାଗିଥିଲା। ଅନ୍ତର୍ଜାତୀୟ ବଜାରରେ ସୁନା ଏବଂ ରୂପା ଦର କମିଥିବାର ଭାରତୀୟ ବଜାରରେ ତାର ପ୍ରଭାବ ପଡିଛି। ଦେଶରେ ସୁନା ଦରରେ କିଛିଟା ଆଶ୍ୱସ୍ତି ମିଳିଛି । ରାଜଧାନୀ ଦିଲ୍ଲୀରେ ୨୪ କ୍ୟାରେଟ ସୁନା ମୂଲ୍ୟ ପ୍ରତି ୧୦ ଗ୍ରାମ ପିଛା ୮୬୨୧୦ ଟଙ୍କାକୁ ହ୍ରାସ ପାଇଛି । ଗତ ସପ୍ତାହରେ ୨୪ କ୍ୟାରେଟ ସୁନା ୬୦୦ ଟଙ୍କା ଓ ୨୨ କ୍ୟାରେଟ ସୁନା ୫୫୦ ଟଙ୍କା ଶସ୍ତା ହୋଇଥିଲା ।
ଦିଲ୍ଲୀରେ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୮୯୦୦୦ ଟଙ୍କାରେ ପହଞ୍ଚିଥିଲା ।ଦିଲ୍ଲୀରେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମକୁ ୮୬୨୧୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ ୧୦ ଗ୍ରାମକୁ ୭୯୦୪୦ ଟଙ୍କା ରହିଛି । ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ତୋଳା ୭୯,୪୦୦ ଟଙ୍କା ଏବଂ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ତୋଳା ୮୬,୬୨୦ ଟଙ୍କାରେ ବିକ୍ରି ହେଉଛି।
📱 Get Argus News App
✨ଉପରୋକ୍ତ ସୁନା ରେଟରେ ସୂଚକ ଏବଂ GST, TCS ଏବଂ ଅନ୍ୟାନ୍ୟ ଦେୟ ମିଶି ନାହିଁ । କ୍ୟାରେଟ୍ ଯେତେ ଅଧିକ, ସୁନା ସେତେ ଶୁଦ୍ଧ ହୋଇଥାଏ । ୨୪ କ୍ୟାରେଟ୍ ସୁନା ୯୯.୯% ଶୁଦ୍ଧ ଏବଂ ୨୨ କ୍ୟାରେଟ୍ ସୁନା ପ୍ରାୟ ୯୧ ପ୍ରତିଶତ ଶୁଦ୍ଧ । ଅଧିକାଂଶ ଦୋକାନୀମାନେ ୨୨ କ୍ୟାରେଟ ସୁନା ବିକ୍ରି କରନ୍ତି । ସୁନା ଦର ପ୍ରତ୍ୟେକ ଦିନ ଉପରତଳ ହୋଇଥାଏ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର: