ଆଜି ହେଉଛି ମହାଶିବରାତ୍ରି: ଏସବୁ ଖାଇଲେ ଆପଣଙ୍କ ଶରୀର ସତେଜ ରହିବ

ଆଜି ହେଉଛି ପବିତ୍ର ମହାଶିବରାତ୍ରି। ଆଜିର ଦିନରେ ଦେବ ଦେବ ମହାଦେବଙ୍କୁ ଭକ୍ତିର ସହିତ ପୂଜାର୍ଚ୍ଚନା କଲେ ସବୁ ମନସ୍କାମନା ପୂରଣ ହୋଇଥାଏ। ଆଜି ବହୁ ଶ୍ରଦ୍ଧାଳୁ ନିଜ ନିଜ ମାନସିକ ପୁରା କରିବା ପାଇଁ ଶିବଙ୍କ ବ୍ରତ କରିଥାନ୍ତି। ବ୍ରତ ରଖିବାର କିଛି ଧାର୍ମିକ ମହତ୍ତ୍ବ ରହିବା ସହିତ ଏହାର କିଛି ବୈଜ୍ଞାନିକ କାରଣ ମଧ୍ୟ ରହିଛି। ଯଦି ଆପଣ ମାସରେ ଗୋଟିଏ ଦିନ କିମ୍ବା ଦୁଇ ଦିନ ଉପବାସ ରହୁଛନ୍ତି ତେବେ ଆପଣଙ୍କ ଶରୀର ଭଲ ଡିଟକ୍ସ ହୋଇଥାଏ। ଯଦି ଆପଣ ଆଜି ବ୍ରତ ରଖିଛନ୍ତି ତାହେଲେ ଏହି ଫ୍ରୁଟ୍ସକୁ ଖାଇଲେ ଦିନସାରା ଆପଣ ଏନର୍ଜେଟିକ ରହିବେ। ଚାଲନ୍ତୁ ଜାଣିବା କଣ ଖାଇଲେ ଆପଣ ଏନର୍ଜେଟିକ ରହିବେ।
ଶାବୁଦାନା: ଶାବୁଦାନା ଖାଇଲେ ଆପଣଙ୍କୁ ବ୍ରତ ଦିନ ଜମା ବି ଭୋକ ଲାଗିବ ନାହିଁ। ସାରା ଦିନ ଆପଣଙ୍କ ପେଟ ପୁରିଲା ଭଳି ଲାଗିବ। ଆପଣ ବ୍ରତ ଦିନ ଖେଚୁଡ଼ି, ବରା କିମ୍ବା କ୍ଷୀରି ପ୍ରସ୍ତୁତ କରି ଖାଇପାରିବେ।
ମଖାନା: ମଖାନା ଯେତିକି ସ୍ବାସ୍ଥ୍ୟକାରୀ ସେତିକି ଟେଷ୍ଟି। ମଖାନା ବହୁତ କ୍ରଞ୍ଚି ହୋଇଥାଏ। ବ୍ରତ ଦିନ ଏହାକୁ ହାଲକା ଘିଅରେ ଟିକେ ଫ୍ରାଏ କରି ଖାଆନ୍ତୁ। ସ୍ବାଦ ପାଇଁ ଟିକେ ଲୁଣ ପକାନ୍ତୁ। ଆପଣଙ୍କୁ ଭଲ ଲାଗିବା ସହ ଦିନ ସାରା ଆପଣଙ୍କୁ ଏନର୍ଜି ଦେବ।
ଫ୍ରୁଟ୍ସ: ବ୍ରତ କରିଥିଲେ ଆପଣ ବିଭିନ୍ନ ପ୍ରକାର ଫଳ ସେବନ କରିପାରିବେ। କଦଳୀ, ପାଚିଲା ଅମୃତଭଣ୍ଡା, ଡାଳିମ୍ବ ଆପଣ ଖାଇପାରିବେ। ଏଥିରେ ନାଚୁରାଲ ସୁଗାର ଥିବାର ଦିନସାରା ଆପଣଙ୍କୁ ସୁସ୍ଥ ରଖିବ। ଜମା ବି ଦୁର୍ବଳ ଲାଗିବନି।
କ୍ଷୀର: ବ୍ରତ ଦିନ କ୍ଷୀରକୁ ଏକ ଗୁରୁତ୍ବପୂର୍ଣ୍ଣ ଉପାଦାନ ଭାବେ ଗ୍ରହଣ କରାଯାଏ। ବ୍ରତଧାରୀ ମାନେ କ୍ଷୀରର ସେବନ କରିବାଦ୍ବାରା ଶରୀରକୁ ପୋଷଣ ମିଳିଥାଏ। କ୍ଷୀର ପିଇବାଦ୍ବାରା ଆପଣଙ୍କ ଶରୀର ଦିନଯାକ ହାଇଡ୍ରେଟ ମଧ୍ୟ ରହିଥାଏ। ଏବଂ ପେଟକୁ ଆଦୌ ଭୋକ ଲାଗି ନ ଥାଏ।
ସିଙ୍ଗଡା: ବ୍ରତ ଦିନ ଆପଣ ସିଙ୍ଗଡା ପ୍ରସ୍ତୁତ କରି ଖାଇପାରିବେ। କିଛି ଖାଇ ନ ଥିବାରୁ ପାଟିକୁ ଟେଷ୍ଟ ମଧ୍ୟ ଲାଗିଥାଏ। ଏହାକୁ ଆପଣ ବିନା ପିଆଜ ରସୁଣରେ ପ୍ରସ୍ତୁତ କରି ନିଶ୍ଚିତ ଟ୍ରାଏ କରନ୍ତୁ ଦେଖିବେ ଆପଣଙ୍କୁ ଉପବାସର କଷ୍ଟ ବି ଲାଗିବନି।
