Videos
|
Lifestyle

କ'ଣ ଆପଣ ଫଟୋଗ୍ରାଫିରେ ସଉକ୍ ରଖନ୍ତି, ଏହି 5 ସ୍ଥାନ ଆପଣଙ୍କ ହୋସ୍ ଉଡାଇଦେବ

Smruti Parija
Browse all articles by Smruti Parija
·1 year ago·2 min read
କ'ଣ ଆପଣ ଫଟୋଗ୍ରାଫିରେ ସଉକ୍ ରଖନ୍ତି, ଏହି 5 ସ୍ଥାନ ଆପଣଙ୍କ ହୋସ୍ ଉଡାଇଦେବ

Key Points

କ'ଣ ଆପଣ କୁଆଡେ ବୁଲାବୁଲି କରିବାକୁ ପ୍ଲାନ କରୁଛନ୍ତି କି ?

ଏହି 5 ସ୍ଥାନକୁ ଯାଆନ୍ତୁ

ସାରା ଜୀବନ ପାଇଁ ମନେ ରହିବ...

ଆସିଛି ମୌସୁମୀ । ମୌସୁମୀର ଆଗମନରେ ହସି ଉଠିଛି ଧରାପୃଷ୍ଠ । ଟାଇଁ ଟାଇଁ ଖରା ପରେ ବର୍ଷାର ଆଗମନରେ ଗଛ, ଲତା, ବଣ, ପାହାଡକୁ ମିଳିଛି ନୂଆ ଜୀବନ । ସବୁଜିମାରେ ଭରିଯାଇଛି ପୃଥିବୀ । ଭାରତରେ ଏମିତି ଅନେକ ସ୍ଥାନ ଅଛି ଯାହା ବର୍ଷା ଋତୁରେ ଅତି ସୁନ୍ଦର ଦେଖାଯାଏ । ଏହି ସ୍ଥାନକୁ ବାରମ୍ବାର ଯିବାକୁ ଇଚ୍ଛା ହୁଏ । ଏହାର ସୁନ୍ଦର ମନୋରମ ଦୃଶ୍ୟ କ୍ୟାମେରାରେ କଏଦ କରିବାକୁ ଇଚ୍ଛା ହୁଏ । ଆଜି ଆମେ ସେମିତି କିଛି ସ୍ଥାନ ବିଷୟରେ କହିବୁ ଯେଉଁ ସ୍ଥାନ ଏମିତିରେ ତ ଅତ୍ୟନ୍ତ ସୁନ୍ଦର କିନ୍ତୁ ମୌସୁମୀ ଋତୁରେ ଏହାର ସୌନ୍ଦର୍ଯ୍ୟତା ଟିକେ ଅଧିକ ବଢିଯାଏ...ଟିକେ ଅଧିକ ସୁନ୍ଦର ଲାଗେ ।


1- ମହୀଶୂର ପ୍ୟାଲେସ(ଆମ୍ବା ଭିଲାସ ପ୍ୟଲେସ)


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମହୀଶୂର ପ୍ୟାଲେସକୁ ସାଧାରଣତଃ ଅନେକ ଲୋକ ବୁଲାବୁଲି କରିବା ସହ ଫଟୋ ସୁଟ୍ କରିଥାନ୍ତି । ମନସୁନ୍ ରେ ଏହାର ସୌନ୍ଦର୍ଯ୍ୟତା ଆହୁରି ବଢିଯାଏ । ବର୍ଷା ପାଣିରେ ଏହାର ପ୍ରାଚୀର ଗୁଡିକ ଆହୁରି ସୁନ୍ଦର ଲାଗେ । ମହୀଶୂର ପ୍ୟାଲେସର ଚାରିପାଖରେ ଥିବା ଉଦ୍ୟାନ ଗୁଡିକ ବର୍ଷାର ଆଗମନରେ ଆହୁରି ସୁନ୍ଦର ଲାଗେ । ପଥର ପୃଷ୍ଠରେ ବର୍ଷାବିନ୍ଦୁ, ଆକାଶରେ ଆଚ୍ଛାଦିତ ମାଳ ମାଳ ବାଦଲକୁ ନିଜ କ୍ୟାମେରା ଲେନ୍ସରେ କଏଦ କରିପାରିବେ ।


https://argusnewdashboard.s3.ap-south-1.amazonaws.com/assets/738d6b05-bc28-4b78-ac47-6c27b2abebd7.jpg


2- ବୃନ୍ଦାବନ ଗାର୍ଡେନ


https://argusnewdashboard.s3.ap-south-1.amazonaws.com/assets/5def002e-42ce-478d-8d31-004dfcf067bc.jpg


ବର୍ଷା ଋତୁରେ ବୃନ୍ଦାବନ ଗାର୍ଡେନ ହେଉଛି ସୌନ୍ଦର୍ଯ୍ୟର ଭଣ୍ଡାର । ବିଭିନ୍ନ ରଙ୍ଗର ଫୁଲ, ବିଭିନ୍ନ କିସମର ଗଛ ଏହି ଉଦ୍ୟାନରେ ଦେଖିବାକୁ ମିଳେ । କୃଷ୍ଣ ରାଜା ସାଗର ଡ୍ୟାମ୍ ଅଞ୍ଚଳରେ ରହିଛି ବୃନ୍ଦାବନ ଉଦ୍ୟାନ । ଏହି ସ୍ଥାନରେ ପ୍ରବାହିତ ଝରଣାଗୁଡ଼ିକ ଫୁଲ ଫୁଟିବା ଏବଂ ସବୁଜିମା ସହ ମିଶି ଏକ ଅବିଶ୍ୱସନୀୟ ଫଟୋସୁଟ୍ ପରିବେଶ ସୃଷ୍ଟି କରେ । ହାଲୁକା ଝିପିଝିପି ବର୍ଷା ଉଦ୍ୟାନର ସୌନ୍ଦର୍ଯ୍ୟକୁ ବଢାଇଦିଏ । ଝରଣାର କୁଳୁକୁଳୁ ନାଦ, ଥଣ୍ଡା ମୌସୁମୀ ବାୟୁ, ରାତିର କୋମଳ ଆଲୋକୀକରଣ ଏକ ସୁନ୍ଦର ପରିବେଶ ସୃଷ୍ଟି କରେ ।


3- ଚାମୁଣ୍ଡି ହିଲ୍


https://argusnewdashboard.s3.ap-south-1.amazonaws.com/assets/661bfcc7-1403-444a-b79f-5b768d7574d0.jpg



https://argusnewdashboard.s3.ap-south-1.amazonaws.com/assets/45b4795d-3be3-482c-90f0-4dff5c4a78e5.jpg


ଚାମୁଣ୍ଡି ପାହାଡ଼ରେ ରହିଛି ଚାମୁଣ୍ଡେଶ୍ୱରୀ ମନ୍ଦିର । ଆଉ ଏହାର ଶିଖରରେ ପହଞ୍ଚିବା ସମୟରେ ଏହାର ଦୃଶ୍ୟ ଥାଏ ବେଶ ଚମତ୍କାର । ମନ୍ଦିର ରାସ୍ତାରେ ଯିବା ସମୟରେ କୁହୁଡିରେ ଆଚ୍ଛାଦିତ ଗଛ, ଅଙ୍କା ବଙ୍କା ରାସ୍ତା, କାନଭାସରେ ଆଙ୍କିବା ଭଳି ଯାଦୁକରୀ ସୌନ୍ଦର୍ଯ୍ୟ ସୃଷ୍ଟି କରେ ।


4- ଲଲିଥା ମହାଲ ପ୍ୟାଲେସ

https://argusnewdashboard.s3.ap-south-1.amazonaws.com/assets/d3423839-3fd9-4ffb-83f3-8d8c38342c21.jpg



ଲଣ୍ଡନ ସେଣ୍ଟ ପଲ୍ସ କ୍ୟାଥେଡ୍ରାଲ୍ ପରେ ସ୍ଥପତିମାନେ ଡିଜାଇନ୍ କରିଥିବା ଏହି ଚମତ୍କାର ପ୍ରାସାଦ ମାଧ୍ୟମରେ ମହୀଶୂରର ଇତିହାସ ଜୀବନ୍ତ ରହିଛି। ବର୍ଷା ଋତୁରେ ଲଲିଥା ମହଲ ପ୍ୟାଲେସ୍ ଇଷ୍ଟେଟ୍ ରାଜକୀୟ ସୌନ୍ଦର୍ଯ୍ୟକୁ ପ୍ରକାଶ କରେ। ଏହାର ଚାରିପାଖରେ ଥିବା ଉଦ୍ୟାନ, ଏଠାର ପାଣିପାଗ ଅତ୍ୟନ୍ତ ମନୋରମ ।


5- କରଞ୍ଚି ଲେକ୍


https://argusnewdashboard.s3.ap-south-1.amazonaws.com/assets/e4a32df7-2a49-4439-9c46-167c8948b5da.jpg

କରଞ୍ଜୀ ହ୍ରଦ ଚାମୁଣ୍ଡି ପାହାଡ଼ର ପାଦଦେଶରେ ଅବସ୍ଥିତ । ବର୍ଷା ଋତୁରେ ଏହି ସ୍ଥାନ ପାଲଟିଯାଏ ଅପୂର୍ବ ସୌନ୍ଦର୍ଯ୍ୟର ଗନ୍ତାଘର । ଅନବରତ ଚାଲୁଥିବା ଡଙ୍ଗା, ଭାସମାନ ବାଦଲ, ପତ୍ରରେ ଆଚ୍ଛାଦିତ ଜଳବିନ୍ଦ ଫଟୋଗ୍ରାଫର୍ ଙ୍କୁ ଆକୃଷ୍ଟ କରେ । ଆନମନା କରେ । ଏହାସହ ଏଠାରେ ରହିଛି ଏକ ପ୍ରଜାପତି ପାର୍କ ଏବଂ ପକ୍ଷୀଶାଳା । ବିଦେଶୀ ପକ୍ଷୀଙ୍କ ଆଗମନ ସୃଷ୍ଟି କରେ ନିଆରା ପରିବେଶ ।



ଯଦି ଆପଣ ଫଟୋ ଉଠାଇବାକୁ ସଉକ୍ ରଖନ୍ତି । ଏବଂ ନୂଆ ନୂଆ ସ୍ଥାନ ଭ୍ରମଣ କରିବାକୁ ପସନ୍ଦ କରିନ୍ତି ତେବେ ବାଙ୍ଗାଲୁରୁ ର ମହୀଶୂର ଆପଣଙ୍କ ପାଇଁ ବେଷ୍ଟ ଟୁରିଷ୍ଟ ଡେସ୍ଟିନେସନ ।

top-5-photography-spots-in-mysuru-city-look-stunning-in-monsoon | Argus News