Videos
|
Lifestyle

ବ୍ୟବହାର କରନ୍ତୁ ଏହି ଫେସ୍ ପ୍ୟାକ୍‌, ଚମକିବ ତ୍ୱଚା...

Banajyotshna Ray
Browse all articles by Banajyotshna Ray
·1 year ago·2 min read
ବ୍ୟବହାର କରନ୍ତୁ ଏହି ଫେସ୍ ପ୍ୟାକ୍‌, ଚମକିବ ତ୍ୱଚା...

Key Points

ଘରୋଇ ଉପାୟରେ ଚମକିବ ମୁହଁ, ଚୁଟ୍‌କିରେ ହେବ ମୁହଁରୁ କଳା ଦାଗ ଗାଏବ

ସୁନ୍ଦର ଦେଖାଯିବାକୁ କିଏ ବା ନଚାହେଁ। ସେଥିପାଇଁ ମୁହଁରେ ଭିନ୍ନ ଭିନ୍ନ ପ୍ରଡକ୍ଟ ସମସ୍ତେ ବ୍ୟବହାର କରନ୍ତି। କିନ୍ତୁ ଆପଣ ଜାଣନ୍ତି କି ଘରେ ଏମିତି କିଛି ଉପାୟ ଅଛି ଯାହାକୁ ଆପଣ ବ୍ୟବହାର କରିବା ଦ୍ୱାରା ଆପଣଙ୍କ ତ୍ୱଚା ଗ୍ଲୋ କରିବ। ଆଜିକାଲି ବ୍ୟସ୍ତ ବହୁଳ ଜୀବନ ଭିତରେ ନିଜ ତ୍ୱାଚା ପ୍ରତି ଯତ୍ନ ନେବାକୁ ସମସ୍ତେ ଭୁଲି ଯାଆନ୍ତି। ଦିନ ତମାତର କାମ ଭିତରେ ମୁହଁର ଯତ୍ନ ନେବାକୁ ଯେପରି ସମୟ ଅଭାବ ହୁଏ। ଯାହା କର୍ମକ୍ଷେତ୍ର ହେଉ କି ଘରେ ଆପଣଙ୍କ ମୁହଁକୁ ଅସୁନ୍ଦର କରିବା ସହ ଆତ୍ମବିଶ୍ୱାସକୁ ମଧ୍ୟ ପ୍ରଭାବିତ କରେ। କେଉଁଆଡ଼େ ଯିବାକୁ ତ୍ୱାଚା ପାଇଁ ଇଛା ହୁଏନି। ସମସ୍ତେ ଆପଣଙ୍କ ମୁହଁକୁ ନେଇ କିଛି ନା କିଛି ଟିପ୍ପଣୀ ଦିଅନ୍ତି। ଚନ୍ଦନ ଏବଂ ଗୋଲାପ ଜଳର ଯାଦୁକରୀ

ଫେସ୍ ପ୍ୟାକ୍‌:


ଏହି ପ୍ୟାକ୍ ତିଆରି କରିବା ବହୁତ ସହଜ:୧ ଚାମଚ ଚନ୍ଦନ ପାଉଡର ଏବଂ ୨ ଚାମଚ ଗୋଲାପ ଜଳ । ଉଭୟକୁ ମିଶାଇ ଏକ ପେଷ୍ଟ ତିଆରି କରନ୍ତୁ ଏବଂ ମୁହଁରେ ଲଗାନ୍ତୁ। ୧୫ ମିନିଟ୍ ପରେ ଥଣ୍ଡା ପାଣିରେ ଧୋଇଦିଅନ୍ତୁ। ଗୋଲାପ ଜଳ ଚର୍ମକୁ ଟୋନ୍ କରିଥାଏ ଏବଂ ଚନ୍ଦନ ଥଣ୍ଡା କରିଥାଏ ଏବଂ ଦାଗକୁ ହାଲୁକା କରିଥାଏ।
ଚନ୍ଦନ, ଲେମ୍ବୁ ଏବଂ ମହୁ ଉଜ୍ଜ୍ୱଳ କରିବା ପାଇଁ ପ୍ୟାକ୍‌:୧ ଚାମଚ ଚନ୍ଦନ, ଅଧା ଚାମଚ ଲେମ୍ବୁ ରସ ଏବଂ ୧ ଚାମଚ ମହୁ। ଏହି ପ୍ୟାକ୍ ମୁହଁରେ ଲଗାନ୍ତୁ ଏବଂ ୧୦ ମିନିଟ୍ ପରେ ଧୋଇଦିଅନ୍ତୁ। ଲେମ୍ବୁରେ ଭିଟାମିନ୍‌-ସି ଥାଏ ଯାହା ଚର୍ମକୁ ଉଜ୍ଜ୍ୱଳ କରିଥାଏ ଏବଂ ମହୁ ଚର୍ମକୁ ମଇଶ୍ଚରାଇଜ୍ କରିଥାଏ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏହାକୁ ସପ୍ତାହରେ ଦୁଇଥର ଲଗାନ୍ତୁ, ନିଜେ ପାର୍ଥକ୍ୟ ଦେଖନ୍ତୁ। ଏହାକୁ ସପ୍ତାହକୁ ଦୁଇ ଥର ବ୍ୟବହାର କରନ୍ତୁ। ଦେଖିବେ ଆପଣଙ୍କ ତ୍ୱଚା କେମିତି ଗ୍ଲୋ କରୁଛି।
ଯାହା ପାଇଁ ଅଳ୍ପ ବୟସରୁ ମୁହଁରେ ନାନା ପ୍ରକାରର ସମସ୍ୟା ଦେଖାଯାଏ। ଆପଣଙ୍କ ସୁନ୍ଦର ତ୍ୱାଚା କଳାଦାଗ, ସନ୍ ଟ୍ୟାନ୍‌, ଫେସ୍ ଡଲ ହୋଇଯିବା ଏଭଳି ଅନେକ ସମସ୍ୟା ଦେଖାଯାଏ। ଏସବୁ ଦୂର କରିଦେବ।