Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Lifestyle

ଚିନି ବଦଳରେ ବ୍ୟବହାର କରନ୍ତୁ ଏହି ପ୍ରାକୃତିକ ମିଠା, ମିଳିବ ଅନକ ଫାଇଦା

Rashmita Mishra
Browse all articles by Rashmita Mishra
·1 year ago·2 min read
ଚିନି ବଦଳରେ ବ୍ୟବହାର କରନ୍ତୁ ଏହି ପ୍ରାକୃତିକ ମିଠା, ମିଳିବ ଅନକ ଫାଇଦା

Key Points

ଗୁଡ଼ ଶରୀରକୁ ସୁସ୍ଥ ରଖିବା ସହ ପେଟ ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ 

ହଜମରେ କରିବାରେ ମଧ୍ୟ ସାହାଯ୍ୟ କରିଥାଏ ଖଜୁରୀ

ନଡ଼ିଆ ଚିନି ସତେଜ ରଖିଥାଏ ଓ କ୍ଳାନ୍ତ ଅନୁଭବ କରାଏ ନାହିଁ

ଆପଣଙ୍କୁ ମିଠା ପସନ୍ଦ କି? ଚିନି ଖାଇବା ଦ୍ବାରା ଅନେକ କ୍ଷତି ହୋଇଥାଏ । ଯଦି ମିଠା ଖାଇବାକୁ ନେଇ ଆପଣବି ଚିନ୍ତାରେ ରହିଛନ୍ତି ତେବେ ଏବେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । କାରଣ ଆଜି ଆମେ ଆପଣଙ୍କୁ କିଛି ଭଲ ବିକଳ୍ପ ବିଷୟରେ କହିବୁ ଯାହାକୁ ଆପଣ ଆପଣ ଚିନି ବଦଳରେ ବ୍ୟବହାର କରିପାରିବେ ।
ମିଠାପ୍ରେମୀମାନେ ଏବେ ମିଠା ଖାଇପାରିବେ । ଏହି ବିଶେଷ ଜିନିଷଗୁଡ଼ିକ ଆପଣଙ୍କୁ କେବଳ ପ୍ରଚୁର ମିଠା ଦେବ ନାହିଁ । ଏହା ଛଡ଼ା ଅନେକ ପୋଷକ ତତ୍ତ୍ୱ ଯୋଗାଇବ ଯାହା ଆପଣଙ୍କ ସ୍ୱାସ୍ଥ୍ୟର ଉନ୍ନତି ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ । ଚିନି ବଦଳରେ ଏହି ଜିନିଷଗୁଡ଼ିକୁ ଆପଣଙ୍କ ଖାଦ୍ୟରେ ସାମିଲ କରିବା ଦ୍ୱାରା କେବଳ ମଧୁମେହ ନୁହେଁ ବରଂ ମେଦବହୁଳତା, ହୃଦରୋଗ, ଡିପ୍ରେସନ ଏବଂ ସ୍କିନ୍ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ନିୟନ୍ତ୍ରଣ ହୋଇପାରିବ ।

ଗୁଡ଼:- ସମସ୍ତଙ୍କ ଘରେ ଗୁଡ଼ ଖୁବ୍ ପରିଚିତ । ଏଥିରେ ମ୍ୟାଗ୍ନେସିୟମ୍, ପୋଟାସିୟମ୍ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ରହିଛି । ଯାହା ରକ୍ତରେ ଶର୍କରାର ହଠାତ୍ ବଢାଏ ନାହିଁ। ଆପଣ ଏହାକୁ ଆପଣଙ୍କ ଚା, ଗରମ କ୍ଷୀରରେ ମିଶାଇ ପିଇ ପାରିବେ । ଯାହାକୁ ଉତ୍ତମ ବିକଳ୍ପ ବୋଲି କୁହାଯାଇପାରିବ । ଏହା ଖାଇବା ଦ୍ବାରା ପାଚନ ପ୍ରକ୍ରିୟା ଉନ୍ନତି ହୋଇଥଏ । ଶରୀରକୁ ସୁସ୍ଥ ରଖିବା ସହ ପେଟ ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ ।

ଖଜୁରୀ:- ଖଜୁରୀ ପ୍ରାକୃତିକ ଭାବରେ ବହୁତ ମିଠା ଓ ନରମ ଏଥିରେ ପ୍ରଚୁର ପରିମାଣରେ ଫାଇବର ଭରପୂର ହୋଇ ରହିଥାଏ । ଖଜୁରୀରେ ଥିବା ଫାଇବର ରକ୍ତକୁ ପରିସ୍କାର କରିଥାଏ । ଯାହା ଶରୀରରଙ୍କୁୁ କାମ କରିବା ପାଇଁ ଶକ୍ତି ଯୋଗାଇଥାଏ ।  ଏଥିରେ ପୋଟାସିୟମ୍, ମ୍ୟାଗ୍ନେସିୟମ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ମଧ୍ୟ ରହିଛି । ଏହା ଖାଇବା ଦ୍ବାରା ତୁରନ୍ତ ଶକ୍ତି ମିଳିଥାଏ ତା' ସହ ହଜମରେ କରିବାରେ ମଧ୍ୟ ସାହାଯ୍ୟ କରିଥାଏ ।

ନଡ଼ିଆ ଚିନି:- ନଡ଼ିଆ ଚିନି ନଡ଼ିଆ ରସରୁ ତିଆରି ହୋଇଥାଏ। ଏହାର ସ୍ୱାଦ କାରାମେଲ ପରି ହୋଇଥାଏ। ଏଥିରେ ସାଧାରଣ ଚିନି ତୁଳନାରେ ଗ୍ଲାଇସେମିକ୍ ଇଣ୍ଡେକ୍ସ (GI) କମ୍ ଥାଏ । ଏହା ଶରୀରରେ ଶର୍କରାର ଦ୍ରୁତ ଗତିରେ ବଢାଏ ନାହିଁ । ଏଥିରେ ଜିଙ୍କ୍, ପୋଟାସିୟମ୍,ଆଇରନ ଏବଂ ଆଣ୍ଟିଅକ୍ସିଡାଣ୍ଟ ମଧ୍ୟ କମ୍ ପରିମାଣରେ ଥାଏ । ଏହାକୁ ଖାଇବା ପରେ ଅଧିକ ସମୟ ପଯ୍ୟନ୍ତ ସତେଜ ରଖିଥାଏ ଓ କ୍ଳାନ୍ତ ଅନୁଭବ କରାଏ ନାହିଁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
use-this-natural-sweetener-instead-of-sugar-you-will-get-many-benefits | Argus News