Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Lifestyle

Vastu Tips / ଖଟ ପାଖରେ ଏହି ସବୁ ଜିନିଷ ରଖିଲେ ବଢିବ ନେଗେଟିଭିଟି

Rashmita Mishra
Browse all articles by Rashmita Mishra
·2 months ago·2 min read
ଖଟ ପାଖରେ ଏହି ସବୁ ଜିନିଷ ରଖିଲେ ବଢିବ ନେଗେଟିଭିଟି
Vastu Tips

Key Points

ଗାଡ଼ିରେ ଏହି ଲାଇଟ୍ ଥିଲେ ଯିବେ ଜେଲ୍ । 
ଖଟ ପାଖରେ ଏହି ସବୁ ଜିନିଷ ରଖିଲେ ବଢିବ ନେଗେଟିଭିଟି । 


ସକାଳୁ ଯଦି ମନ ସତେଜ,ପ୍ରଫୁଲ୍ଲିତ ରହେ ତେବେ ଦିନତମାମ ସେହି ସକାରାତ୍ମକତା ଚିନ୍ତାଧାରା ରହିଥାଏ । କିନ୍ତୁ ବିନା କାରଣରେ ମଧ୍ୟ ସମୟେ ସମୟରେ ମନ ଉଦାସ, ଚିଡ଼ଚିଡ଼ା ଲାଗୁଥାଏ । ଏହାର କୁପ୍ରଭାବ ଦିନ ତମାମ ଜାରି ରହେ । ଏପରି କାହିଁକି ହେଉଛି ବୋଲି ଯଦି ଆମେ ବାସ୍ତୁ ଶାସ୍ତ୍ର ଅନୁସାରେ କାରଣ ଖୋଜିବା ତେବେ ଆମକୁ ନିଜର ଶୋଇବା ଘର ଉପରେ ନଜର ପକାଇବାକୁ ପଡ଼ିବ । ଖଟ କେଉଁଠି, କେଉଁ ଦିଗରେ ପଡ଼ିଛି, ଏହାର ଆଖାପାଖର ପରିବେଶ କିପରି ଇତ୍ୟାଦି ବିଚାରକୁ ନେବାକୁ ହେବ । ହଁ, ବାସ୍ତୁଶାସ୍ତ୍ର ମତରେ ମନ ଚିଡ଼ଚିଡ଼ା ଦୂର କରିବାକୁ ହେଲେ ଶୋଇବା ଘରୁ ୫ଟି ଜିନିଷ ହଟାଇବାକୁ ପଡ଼ିବ । ଏ ସମ୍ପର୍କରେ ଜାଣିବା ଆସନ୍ତୁ...

ଶୋଇବା ଖଟ ବା ଶେଯ ପ୍ରଥମେ ଠିକ୍ ଦିଗରେ ରଖନ୍ତୁ । ବାସ୍ତୁ ଅନୁଯାୟୀ ଖଟ,ଶେଯର ସର୍ବଦା ଦକ୍ଷିଣ-ପଶ୍ଚିମ ଦିଗରେ ରହିବା ଉଚିତ । ଏହାଫଳରେ ଘରର ଉର୍ଜା ଆମ ଅନୁକୂଳ ହୋଇଥାଏ ।

ଶୋଇବା ବିଛଣା ଆଖପାଖରେ ଅବା ଖଟ ତଳେ କେବେହେଁ କୌଣସି ଲୁହା ଜିନିଷ ରଖିବା ଅନୁଚିତ । ଯଦି ସେପରି କୌଣସି ସାମଗ୍ରୀ ଅଛି ତାକୁ ଦୂରେଇ ଦିଅନ୍ତୁ ।
ସାଧାରଣତଃ ଆମର ଅଭ୍ୟାସ ଥାଏ ଘରର ଝାଡୁକୁ ଆମେ ଖଟ ତଳେ ରଖିଦେଉ । ବାସ୍ତୁ ଦୃଷ୍ଟିରୁ ଏହା ଏକ ବଦାଭ୍ୟାସ । ଭୁଲ୍‌ରେ ବି ଝାଡୁକୁ ଖଟ ତଳେ ଅବା ଆଖପାଖରେ ରଖନ୍ତୁ ନାହିଁ । କାରଣ ଏହାର କୁପ୍ରଭାବ ଆମର ସ୍ୱାସ୍ଥ୍ୟ ତଥା ନିଦ ଉପରେ ପଡ଼ିଥାଏ ।

ଶେଯ ପାଖରେ କିମ୍ବା ଖଟ ବାକ୍ସ ମଧ୍ୟରେ ଗହଣା ରଖିବା ଅନୁଚିତ । ଏପରି କଲେ ବାସ୍ତୁଦୋଷ ଲାଗିଥାଏ । ଏହାର ପ୍ରଭାବରେ ଆର୍ଥିକ ସ୍ଥିତି ଖରାପ ହୋଇଥାଏ ।
ଖଟ ଉପରେ ପଢ଼ୁ ପଢ଼ୁ ସେହି ଶେଯରେ ବହି ଥୋଇ ଶୋଇପଡ଼ିବା ଅନେକଙ୍କର ଅଭ୍ୟାସ । ମାତ୍ର ବାସ୍ତୁ ଦୃଷ୍ଟିରୁ ଏହା ଠିକ୍ ନୁହେଁ । ଏହା ଆମର ମନ ଉପରେ କୁପ୍ରଭାବ ପକାଏ ।

ଶୋଇବା ସମୟରେ ମୁଣ୍ଡ ଉପରେ କିମ୍ବା ଖଟକୁ ଲାଗି ଟେବୁଲରେ ପାଣିଭର୍ତ୍ତି ଗ୍ଲାସ୍ ରଖିବାକୁ ଆମେ ଉଚିତ ମନେ କରୁ । ରାତିରେ ଶୋଷ ହେଲେ ପାଣି ପିଇବା ସୁବିଧାଜନକ ହୋଇଥାଏ । କିନ୍ତୁ ଏପରି କରନ୍ତୁ ନାହିଁ । ବିଶେଷତଃ ମୁଣ୍ଡ ଉପରେ ପାଣି ପାତ୍ର ରଖନ୍ତୁ ନାହିଁ । କାରଣ ଜଳ ଦ୍ୱାରା ଆମର ଉର୍ଜା ଶୋଷିତ ହୋଇଯାଏ ବୋଲି ବାସ୍ତୁଶାସ୍ତ୍ରର ମତ । ପାଣିପାତ୍ର ବା ବୋତଲକୁ ଖଟଠାରୁ ଅଳ୍ପ ଦୂର ଛାଡ଼ି ରଖିବା ଉଚିତ ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored