Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Lifestyle

Vastu Tips / ଚମତ୍କାରୀ ଗଛ, ହେଉଛି ଟଙ୍କା ବର୍ଷା

Banajyotshna Ray
Browse all articles by Banajyotshna Ray
·11 months ago·2 min read
ଚମତ୍କାରୀ ଗଛ, ହେଉଛି ଟଙ୍କା ବର୍ଷା
vastu tips

Key Points

ଚମତ୍କାରୀ ଗଛ | ଠିକ ଦିଗରେ ଲଗାଇଲେ ହେବ ଟଙ୍କା ବର୍ଷା | ଆଉ ରହିବନି ଆର୍ଥିକ ସମସ୍ୟା | ଟଙ୍କା ଗଣି ଗଣି ଆପଣଙ୍କ ହାତ ମଧ୍ୟ ଥକିଯିବ

ଟଙ୍କା କାହାକୁ ବା ଦରକାର ନାହିଁ। ଆଜିକାଲି ଦୁନିଆରେ ସମସ୍ତେ ଚାହାନ୍ତି ଅଧିକରୁ ଅଧିକ ଟଙ୍କା ରୋଜଗାର କରିବେ ଆଉ ଧନୀ ହେବେ। କିନ୍ତୁ ଆପଣ ଜାଣନ୍ତି କି ଏମିତି ଏକ ଗଛ ରହିଛି, ଯେଉଁ ଗଛ ଆପଣଙ୍କୁ ମାଲେମାଲ କରିଦେବ।

ଆଉ ରହିବନି ଆର୍ଥିକ ସମସ୍ୟା। ଏତେ ଟଙ୍କା ଆସିବ ଯେ, ଟଙ୍କା ଗଣି ଗଣି ଆପଣଙ୍କ ହାତ ଥକିଯିବ। ବିଶ୍ୱାସ ହେଉନଥିବ, ହେଲେ ଏହା ସତ। କିନ୍ତୁ ଏହି ଗଛର ରହିଛି କିଛି ଜିନିଷ। ଯାହା ଉପରେ ଆପଣଙ୍କୁ ଧ୍ୟାନ ଦେବାକୁ ପଡ଼ିବ। ଆପଣ ବିଭିନ୍ନ ପ୍ରକାରର ଗଛ ଦେଖିଥିବେ। ସେଥିମଧ୍ୟରୁ ଅନେକ ଫୁଲ ଗଛ, ଔଷଧୀୟ ଗଛ, ଘର ସଜେଇବା ପାଇଁ ଗଛ ତ ଆଉ କିଛି ଅନାବନା ଗଛ ମଧ୍ୟ ରହିଛି ।

କିନ୍ତୁ ଆପଣ କେବେ ବି ଶୁଣିନଥିବେ ଯେ, ଟଙ୍କା ଗଛ ବୋଲି ଏମିତି କିଛି ରହିଛି। ଆଜ୍ଞା ହଁ, ଏହି ଗଛକୁ ଠିକ୍ ଦିନ ଏବଂ ଠିକ୍ ଦିଗରେ ଲଗାନ୍ତୁ, ତା’ପରେ ଦେଖିବେ ଏହି ଗଛର ଚମତ୍କାର।

ଯଦି ଆପଣଙ୍କ ଘରେ ଆର୍ଥିକ ସମସ୍ୟା ଦେଖାଦେଉଛି ଏବଂ ଆପଣ ଟଙ୍କା ପାଇଁ ଚିନ୍ତିତ ଅଛନ୍ତି, ତେବେ ଆପଣ ଆପଣଙ୍କ ଘରେ ଏହି ଗଛ ଲଗାନ୍ତୁ। ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ଯେ, ଏହି ଗଛର ନାଁ କଣ ? ଏହି ଗଛ କେଉଁଠି ମିଳେ ?ଏହାକୁ କେଉଁ ସ୍ଥାନରେ ଲଗାଇବା ଦରକାର ? ଏହି ଗଛର ନାଁ ହେଉଛି କ୍ରାସୁଲା ଗଛ । ଏହି ଗଛକୁ ସଠିକ ଦିନ ଏବଂ ସଠିକ ଦିଗରେ ଲଗାନ୍ତୁ।

ଯାହାଦ୍ୱାରା ଆପଣଙ୍କ ଘରେ ଟଙ୍କା ବର୍ଷା ହେବା ସହିତ ସୁଖ ଶାନ୍ତି ମଧ୍ୟ ଭରିଯିବ। ଏହି ଚମତ୍କାରୀ ଗଛ କେବଳ ଘରର ସୌନ୍ଦର୍ଯ୍ୟ ବୃଦ୍ଧି କରିନଥାଏ ବରଂ ଘରେ ଟଙ୍କା ବର୍ଷା କରାଇଥାଏ।

କ୍ରାସୁଲା ଗଛ ହେଉଛି ପତ୍ର ଥିବା ଏକ ଛୋଟ ଗଛ, ଯାହାକୁ ଜେଡ୍ ଗଛ କିମ୍ବା ମନି ଗଛ ମଧ୍ୟ କୁହାଯାଏ। ଚୀନ୍ ଏବଂ ଆଫ୍ରିକା ଭଳି ଦେଶରେ ଏହି ଗଛକୁ ଧନ, ସୌଭାଗ୍ୟ ଏବଂ ସମୃଦ୍ଧିର ପ୍ରତୀକ ଭାବରେ ବିବେଚନା କରାଯାଏ। ଏହି ଗଛ ସକାରାତ୍ମକ ଶକ୍ତି ବୃଦ୍ଧି କରିବା ସହିତ ମାନସିକ ଶାନ୍ତି ମଧ୍ୟ ପ୍ରଦାନ କରେ। ବାସ୍ତୁ ଶାସ୍ତ୍ରରେ ଦକ୍ଷିଣ-ପୂର୍ବ ଦିଗକୁ ଧନର ଦିଗ କୁହାଯାଏ।

ଏହା ସହିତ, ଏହାକୁ ମୁଖ୍ୟ ଦ୍ୱାର ପାଖରେ ମଧ୍ୟ ରଖାଯାଏ। ଯାହା ଦ୍ୱାରା ଟଙ୍କାର ପ୍ରବାହ ବୃଦ୍ଧି ପାଏ ଏବଂ ବ୍ୟବସାୟରେ ମଧ୍ୟ ପ୍ରଗତି ହୁଏ। ଆପଣ ଗୁରୁବାର କିମ୍ବା ଶୁକ୍ରବାର ଦିନ କ୍ରାସୁଲା ଗଛ ଲଗାଇପାରିବେ।

ବାସ୍ତୁ ଶାସ୍ତ୍ରର ବିଶେଷଜ୍ଞଙ୍କ ଅନୁସାରେ ଏହି ଗଛକୁ ଉତ୍ତର-ପୂର୍ବ କିମ୍ବା ଦକ୍ଷିଣ-ପୂର୍ବ ଦିଗରେ ଲଗାଇବା ବହୁତ ଶୁଭ ବୋଲି ବିବେଚନା କରାଯାଏ। ସେହିପରି ଏହାକୁ ଘରର ଠାକୁରଘର କିମ୍ବା ଡ୍ରଇଂ ରୁମର ଉତ୍ତର କୋଣରେ ରଖିବା ଉଚିତ। ଯାହାଦ୍ୱାରା ଘରେ ହେବ ଟଙ୍କା। ଆଉ ଆପଣଙ୍କ ଘରେ ରହିବ ନାହିଁ ଆର୍ଥିକ ସମସ୍ୟା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଚମତ୍କାରୀ ଗଛ, ହେଉଛି ଟଙ୍କା ବର୍ଷା... | Argus News