Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଆଗୁଆ ଚାଲିବା ତୁଳନାରେ ପଛୁଆ ଚାଲିଲେ ଏହି ଫାଇଦା ମିଳେ...

Lifestyle

ଆଗୁଆ ଚାଲିବା ତୁଳନାରେ ପଛୁଆ ଚାଲିଲେ ଏହି ଫାଇଦା ମିଳେ...

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଆଗୁଆ ଚାଲିବା ତୁଳନାରେ ପଛୁଆ ଚାଲିଲେ ଏହି ଫାଇଦା ମିଳେ...

ଅର୍ଗସ ବ୍ୟୁରୋ:  ଆଜିକାଲିର ବ୍ୟସ୍ତବହୁଳ ଜୀବନ ଭିତରେ ନିଜ ପାଇଁ ଟାଇମ ବାହାର କରିବା ବଡ ସମସ୍ୟା ହେଇଯାଉଛି। ଲୋକମାନେ ସୁସ୍ଥ ରହିବା ପାଇଁ ସବୁଦିନ ଓ୍ୱାର୍କ କରିବା କଥା। ପ୍ରତ୍ୟେକ ଦିନ ଚାଲିବା ସ୍ୱାସ୍ଥ୍ୟପକ୍ଷେ ଭଲ ହୋଇଥାଏ। ଆପଣ ଜାଣନ୍ତି କି ପଛୁଆ ଚାଲିବା ମସ୍ତିଷ୍କ ଓ ହାର୍ଟ ପାଇଁ ଭଲ ହୋଇଥାଏ। ବିଶେଷଜ୍ଞମାନେ ଏହାକୁ ଅତି ହିତକର ବ୍ୟାୟାମ ବୋଲି କୁହନ୍ତି । ସ୍ୱାସ୍ଥ୍ୟ ବିଶେଷଜ୍ଞ ୧୦୦ ପାଦ ପଛୁଆ ଚାଲିବା ୧୦୦୦ ପାଦ ଆଗକୁ ଚାଲିବା ସହ ସମାନ ବୋଲି ପ୍ରମାଣିତ କରିଛନ୍ତି ।


ଆଗୁଆ ଚାଲିବା ତୁଳନାରେ ପଛୁଆ ଚାଲିଲେ ଅଧିକ କ୍ୟାଲୋରୀ ଖର୍ଚ୍ଚ କରିବାରେ ସହାୟକ ହୋଇଥାଏ । ଏହାଦ୍ୱାରା ଶରୀରର ମେଦବହୁଳତା କମ୍ ହୋଇଥାଏ । ଆପଣ ମଧ୍ୟ ପ୍ରତିଦିନ ଖାଲି ସମୟ ଦେଖି ପଛୁଆ ଚାଲିବା ଅଭ୍ୟାସ କରନ୍ତୁ , ଆପଣଙ୍କ ମସ୍ତିଷ୍କ ଓ ହାର୍ଟ ସୁସ୍ଥ ରହିବ । ଏହାକୁ ରୋଟ୍ରୋ ୱାକିଂ କୁହାଯାଏ । ପଛୁଆ ଚାଲିବା ଦ୍ୱାରା ଆମ ହାର୍ଟର କାର୍ଯ୍ୟଦକ୍ଷତା ବଢିଥାଏ ଏବଂ ଶରୀରରେ ରକ୍ତ ସଞ୍ଚାଳନ ଠିକ ଭାବେ ହୋଇଥାଏ । ଫଳରେ ମସ୍ତିଷ୍କ, ମାଂସପେଶୀ ଓ ଅନ୍ୟ ଅଙ୍ଗକୁ ଅଧିକ ପରିମାଣର ଅମ୍ଳଜାନ ମିଳିଥାଏ । ଏଥିସହ ଆଣ୍ଠୁ ଦରଜ ମଧ୍ୟ କମ୍ ହୋଇଥାଏ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ନ୍ୟୁରୋସାଇନ୍ସ ଇନଷ୍ଟିଚ୍ୟୁଟର ଜଣେ ଗବେଷକଙ୍କ ଅନୁସାରେ , ପଛୁଆ ଚାଲିବା ଦ୍ୱାରା ହାତଗୋଡର ଭାରସାମ୍ୟ ରକ୍ଷା କରିବାର ଦକ୍ଷତା ବଢିଥାଏ । ଏକାଧିକ ଅନୁଧ୍ୟାନରୁ ସ୍ପଷ୍ଟ ହୋଇଛି ଯେ, ପଛୁଆ ଚାଲିବା ଦ୍ୱାରା ଆଣ୍ଠୁ ଅଷ୍ଟିଓଆର୍ଥ୍ରାଇଟିସ୍ ରୋଗୀଙ୍କ ଲକ୍ଷଣରେ ସୁଧାର ଆସିଥାଏ ।


ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର:

Sponsored
Walking backward can improve gait, walking speed, and balance, especially after an injury or illness. | Argus News