Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଘରେ ଵଳକା ଦହି ରହିଯାଇଥିଲେ ଏହାକୁ ନଷ୍ଟ କରିବା ଉଚିତ୍ ନୁହେଁ

Lifestyle

ଘରେ ଵଳକା ଦହି ରହିଯାଇଥିଲେ ଏହାକୁ ନଷ୍ଟ କରିବା ଉଚିତ୍ ନୁହେଁ

Rashmita Mishra
Browse all articles by Rashmita Mishra
·2 years ago·2 min read
ଘରେ  ଵଳକା ଦହି ରହିଯାଇଥିଲେ  ଏହାକୁ ନଷ୍ଟ କରିବା ଉଚିତ୍ ନୁହେଁ

ଅର୍ଗସ ବ୍ୟୁରୋ: ସମସ୍ତେ ଦହି ଖାଇଵାକୁ ପସନ୍ଦ କରିଥାନ୍ତି । ଘରେ କିଛି ଵଳକା ଦହି ରହିଯାଇଥାଏ ତେବେ ଏହାକୁ ନଷ୍ଟ କରିବା ଉଚିତ୍ ନୁହେଁ, ଏହାକୁ କିଛି ଉପାୟରେ ବ୍ୟବହାର କରନ୍ତୁ, ଖାଇଵା ,ଚର୍ମ ଏବଂ କେଶ ମଧ୍ୟ ସୁସ୍ଥ ରହିବ ।
ଦହି ଖାଇବା ଦ୍ଵାରା ସ୍ୱାସ୍ଥ୍ୟରେ ଅନେକ ପରିଵର୍ତ୍ତନ ହୋଇଥାଏ ।କାରଣ ଏହାର ବ୍ୟବହାର ହାଡକୁ ମଜବୁତ କରିଥାଏ  ଶରୀରରେ କ୍ୟାଲସିୟମର ଅଭାବ ରହିନଥାଏ । କିଛି ଲୋକ ପ୍ରତିଦିନ ଦହି  ଖାଇବାକୁ ପସନ୍ଦ କରନ୍ତି ।

ସକାଳେ ଏବଂ ରାତିରେ ଦହି ଖାଇବାକୁ ପସନ୍ଦ କରିଥାନ୍ତି । କିଛି ଲୋକ ବଜାରରୁ ଦହି କିଣୁଥିବାବେଳେ ଅନେକ ଲୋକ ଘରେ ଦହି ପ୍ରସ୍ତୁତ କରିବାକୁ ପସନ୍ଦ କରନ୍ତି । ଅନେକ ସମୟରେ ଅଧିକ ପରିମାଣରେ ଦହି ଗଚ୍ଛିତ ରଖିବା ହେତୁ ଏହା ଅନେକ ଦିନ ଫ୍ରିଜରେ ରହିଥାଏ । ଚିନି ଏବଂ ଲୁଣ ସହିତ ଖାଇବା ମଧ୍ୟ ଆପଣଙ୍କୁ ବିରକ୍ତ ଲାଗେ ତାସହ କିଛି ଦିନ ରହିଲେ ତାହା ଖଟା ହୋଇଯାଏ । ତେଵେ ବ୍ୟସ୍ତ ହୁଅନ୍ତୁ ନାହିଁ ଆପଣ ବିଭିନ୍ନ ଉପାୟରେ ଦହିକୁ ବ୍ୟବହାର କରିପାରିବେ । 

ଅବଶିଷ୍ଟ ଦହି କିପରି ବ୍ୟବହାର କରିବେ 
ଯଦି ଆପଣଙ୍କର ଵଳକା ଅଧିକ ଦହି ରହିଛି ତେଵେ ଏହାକୁ କିପରି ବ୍ୟବହାର କରାଯିଵ ତେବେ ଆପଣ ଏଥିରୁ ବଟରମିଲ୍କ, ତରକାରୀ, ଦହି ଆଳୁ ଇତ୍ୟାଦି ତିଆରି କରିପାରିବେ ।

ଆପଣ ଏହି ଦହିକୁ ସ୍ଲୁଇଟିରେ ବ୍ୟବହାର କରିପାରିବେ । ତେବେ କିଛି ଫଳ, ବରଫ କ୍ୟୁବ୍, ମହୁ ଏବଂ କଦଳୀ ମିଶାଇ ଏକ ସ୍ବାଦଯୁକ୍ତ ଖାଇଵା ପ୍ରସ୍ତୁତ କରି ଏହାକୁ ଖାଆନ୍ତୁ ।

ଆପଣ ମରିନାଡ ପାଇଁ ଦହି ମଧ୍ୟ ବ୍ୟବହାର କରିପାରିବେ । ଅନେକ ଅଣ-ଭେଜ୍ ଆଇଟମ୍ ତିଆରି କରିବାକୁ, ସେଗୁଡିକ ଦହିରେ ମାରିନେଟ୍ କରାଯାଏ । ଯଦି ଆପଣ ମାଂସ ଏବଂ ମାଛ ଖାଆନ୍ତି, ତେବେ କୌଣସି ରେସିପି ପ୍ରସ୍ତୁତ କରନ୍ତୁ ଯାହାକି ଦହି ସହିତ ମରିନାଡ ଆବଶ୍ୟକ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଯଦି ଆପଣ ସାଲାଡ ଖାଇବାକୁ ପସନ୍ଦ କରନ୍ତି  ତେବେ ଆପଣ ସାଲାଡରେ ଦହି ମିଶାଇ  ମଧ୍ୟ କରିପାରିବେ । ଏଥିପାଇଁ ଆପଣ ଅଲିଭ୍ ତେଲ, କିଛି କଟା ରସୁଣ ଏବଂ ଲେମ୍ବୁ ରସକୁ ଦହିରେ ମିଶାଇ ପାରିବେ ।
ଆପଣ ଅବଶିଷ୍ଟ ଦହିକୁ ସ୍ନାକ୍ସ, ରୁଟିରେ ଖାଇପାରିଵେ ଏଥିପାଇଁ ରସୁଣକୁ ଭାଜନ୍ତୁ କିଛି ମସଲା,ଏବଂ କିଛି ହଳଦୀକୁ ଦହିରେ ମିଶାନ୍ତୁ । ଏହାକୁ ଭଲ ଭାବରେ ମିଶାନ୍ତୁ  ଆପଣ ଏହାକୁ ଯେକୌଣସି ସ୍ନାକ୍ସ, ରୁଟିରେ ଇତ୍ୟାଦିରେ ବୁଡ଼ାଇ ଖାଇପାରିବେ । 

ଯେତେବେଳେ ଅବଶିଷ୍ଟ ଦହି  ଟିକେ ଖଟା ହୋଇଯାଏ ଆପଣ ଏଥିରୁ ଲସି ତିଆରି କରିପାରିବେ । ଦହିରେ କିଛି ପାଣି, ଚିନି, ଗୋଲାପ ପାଣି ମିଶାଇ ଏହାକୁ ଏକ ମିକ୍ସର୍ରେ ମିକ୍ସ କରି ପିଅନ୍ତୁ । ଏହାକୁ ପିଇବା ଦ୍ୱାରା ହଜମ ପ୍ରକ୍ରିୟା ସୁସ୍ଥ ରହିବ 

ଦହିରୁ ଏକ ଫେସ୍ ମାସ୍କ ପ୍ରସ୍ତୁତ କରନ୍ତୁ ଏବଂ ଏହାକୁ ମୁହଁରେ ଲଗାନ୍ତୁ । ଚର୍ମରେ ଦହି ଲଗାଇବା ଦ୍ୱାରା ଚର୍ମ ସଫା ହୋଇଥାଏ  ପିଗମେଣ୍ଟେସନ୍ ଏବଂ ଦାଗ କମିଯାଏ ତାହା ସହ ଚର୍ମ କୋମଳ ରହିଥାଏ । 

ଆପଣ  ଦହିରୁ ଏକ ହେୟାର ମାସ୍କ ତିଆରି କରି ଏହାକୁ ନିଜ କେଶରେ ଲଗାଇ ପାରିବେ । ଏହା କେଶକୁ ସମ୍ପୂର୍ଣ୍ଣ ପୋଷଣ ଯୋଗାଇବ ସହ ଦହି ଏକ ପ୍ରାକୃତିକ କଣ୍ଡିସନର ଭାବରେ କାମ କରେ । 
 

Argus Whatsapp Channel Mobile Top
Sponsored
ways-to-use-curd-in-the-kitchen-skin-and-hair-care-how-to-use-leftover | Argus News