Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Lifestyle

Healthy Diet /  କାକୁଡି ସାଲାଡ  ଖାଇବା ଦ୍ୱାରା କଣ ମିଳିଥାଏ ଲାଭ ? 

Manini Pattanayak
Browse all articles by Manini Pattanayak
·1 year ago·2 min read
 କାକୁଡି ସାଲାଡ  ଖାଇବା ଦ୍ୱାରା କଣ ମିଳିଥାଏ ଲାଭ ? 
Cucumber Health Benefits

Key Points

କାକୁଡି ସାଲାଡରେ ପ୍ରଚୁର ପରିମାଣର ପାଣି, ଭିଟାମିନ୍ ଓ ଖଣିଜ ଲବଣ ଥାଏ। ଏହା ଶରୀରକୁ ହାଇଡ୍ରେଟ୍ ରଖିବା, ପାଚନ ଶକ୍ତି ବଢ଼ାଇବା, ଓଜନ କମାଇବା ଏବଂ ତ୍ୱଚାକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ।

ନୂଆଦିଲ୍ଲୀ:  ଯଦି ଆପଣ  ନିଜ  ଡାଏଟ ଏବଂ ହେଲ୍ଥକୁ ନେଇ ବହୁତ ସଚେତନ୍  ତେବେ ନିଶ୍ଚିତ ଦେଖନ୍ତୁ ଏ ଭିଡିଓକୁ । କାରଣ ଏଥିରେ ଆମେ ଆପଣଙ୍କୁ  ଏପରି ଗୋଟିଏ  ହାଳକା ଫୁଲ୍‌କା ଖାଦ୍ୟ ବିଷୟରେ କହିବୁ ଯାହା ଆପଣଙ୍କୁ  ଖୁବ୍‌ ଲାଭ ଦେବ।  ସାଲାଡ  ପ୍ରାୟତଃ ସମସ୍ତେ  ଜାଣିଥିବେ ଆଉ ଖାଉଥିବେ ମଧ୍ୟ।  କିନ୍ତୁ କେଉଁ ସାଲାଡ ଦେହ ପାଇଁ ଲାଭଦାୟକ  ଏହା ବୋଧ୍‌ ହୁଏ ଆପଣ ଜାଣିନଥିବେ। ଆଜ୍ଞା ଆମେ କହୁଛୁ  କାକୁଡି ସାଲାଡ କଥା।  ଯେ କୌଣସି ସାଲାଡ ବନାନ୍ତୁ କିନ୍ତୁ  କାକୁଡି ସାଲାଡର ରହିଛି ସ୍ୱତନ୍ତ୍ରତା  ।  ଏହା ଶରୀର ପାଇଁ  ଏତେ ଲାଭଦାୟକ ଯେ  ବୋଧ୍‌ ହୁଏ ଏହା କିଛିଙ୍କୁ ଜଣାନଥିବ।  କାକୁଡି ସାଲାଡ ହେଉଛି ଏକ ପୌଷ୍ଟିକ  ଭୋଜନ ଯେଉଁଥିରେ   ଭରପୁର ମାତ୍ରାରେ ପାଣି ଥାଏ।  ପ୍ରତ୍ୟେକ ଦିନ କାକୁଡି ଖାଇବା ଦ୍ୱାରା  ବ୍ଲଡ ପ୍ରେସର ଏବଂ ବ୍ଲଡ ସୁଗର ଲେବଲକୁ କଣ୍ଟ୍ରୋଲ କରିବାସହ କୋଷ୍ଠକାଠିନ୍ୟ ଏବଂ ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ। 
 ଆସନ୍ତୁ ଜାଣିବା କାକୁଡି ସାଲାଡ  ଖାଇବା ଦ୍ୱାରା କଣ ମିଳିଥାଏ ଲାଭ 
 ହାଇଡ୍ରେସନ

 କାକୁଡିରେ ପ୍ରଚୁର ପାଣି ମିଳିଥାଏ ଯାହା ଶରୀରରେ ହାଇଡ୍ରେସନକୁ  ବୃଦ୍ଧି କରିବା ସହ  ଓଜନ ହ୍ରାସ କରିବାରେ  ସାହାଯ୍ୟ କରିଥାଏ। ଯଦି ଆପଣଙ୍କ ପାଣି ପିଇବାରେ ସମସ୍ୟା  ହେଉଛି ତେବେ ଆପଣ   ହାଇଡ୍ରେସନ ସମସ୍ୟାକୁ  ପୁରା କରିବାକୁ  ଡାଏଟରେ   କାକୁଡି ସାଲାଡ  ସାମିଲ କରାଇନିଅନ୍ତୁ। 
 ଡାଇବେଟିସ୍‌ 
କାକୁଡି  ଏକ  ଉତ୍ତମ  ସୁପରଫୁଡ। ଯେଉଁଥିରେ  କାର୍ବୋହାଇଡ୍ରେଟ, କ୍ୟାଲୋରୀ ଏବଂ   ଚିନି ବହୁତ କମ୍‌ ଥାଏ।  ଯେଉଁଥିପାଇଁ ଟାଇବେଟିସ୍‌ ରୋଗୀଙ୍କ ପାଇଁ ଏହାର ସେବନ ଲାଭ ଦେଇଥାଏ।  ଏଥିସହିତ  ଗ୍ଲାଇସେମିକ ଇଣ୍ଡେକ୍ସ  ମଧ୍ୟ କମ୍‌ ହୋଇଥାଏ।  ଏହାର ଅର୍ଥ ବ୍ଲଡ ସୁଗାର  ଶୀଘ୍ର ବଢି ନଥାଏ। 

ହାର୍ଟ ହେଲ୍ଥ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କାକୁଡିରେ ହାଇ ପୋଟାସିୟମ  ଏବଂ  କମ  ସୋଡିୟମ ସାମଗ୍ରୀ ମିଳିଥାଏ  ଯାହା ବ୍ଲଡପ୍ରେସରକୁ  କଣ୍ଟ୍ରୋଲ  କରିବା ସହ ହାର୍ଟକୁ  ସୁସ୍ଥ ରହିବାରେ ସାହାଯ୍ୟ କରିଥାଏ।  ଏଥିସହିତ କାକୁଡିରେ ଥିବା ଫାଇବର ଉଚ୍ଚ କୋଲେଷ୍ଟ୍ରଲ  ରୋକିଥାଏ।  ଏବଂ  ଆଥେରୋସ୍କ୍ଲେରୋସିସ୍ ସହ ଫାଇଟ୍‌ କରି  ହାର୍ଟକୁ ସୁରକ୍ଷା ଦେଇଥାଏ। 

ଅକ୍ସିଡେଟିଭ୍ ଚାପ ସହିତ ଫାଇଟ୍‌

କାକୁଡି ରେ ଉପସ୍ଥିତ ଥିବା  ଆଣ୍ଟିଆକ୍ସିଡେଣ୍ଟ କ୍ଷତିକାରକ  ଫ୍ରୀ ରେଡିକଲ୍ସ ର ସଞ୍ଚୟକୁ  ରୋକି ଥାଏ।  ଏହି   ଫ୍ରୀ ରେଡିକଲ୍ସ   ସଞ୍ଚୟ ହେବା ଦ୍ୱାରା ଶରୀରରେ  ରୋଗ ସୃଷ୍ଟି ହୋଇଥାଏ।  ତେବେ ଫ୍ରୀ ରେଡିକଲ୍ସ   ପାଇଁ  ସୃଷ୍ଟି ହେଉଥିବା ଅକ୍ସିଡେଟିଭ୍ ଚାପକୁ ରୋକିଥାଏ ଏବଂ  ଉତ୍ତମ ସ୍ୱାସ୍ଥ୍ୟ  ପ୍ରଦାନ କରିଥାଏ କାକୁଡି ।   କାକୁଡିର ସାଲାଡର ଏତେ ଲାଭ ଜାଣିବା ପରେ  ଆପଣ ଆଶ୍ଚଯ୍ୟ ନିଶ୍ଚୟ ହେଉଥିବେ ଆଉ  ଭାବୁଥିବେ ଏଥର ଡାଏଟରେ କାକୁଡି ସାଲାଡକୁ ଆଡ କରିବା ପାଇଁ।  ତେବେ ଆଉ ଭାବନ୍ତୁ ନାହିଁ ଶୀଘ୍ର  ପ୍ରତ୍ୟୋକ ଦିନ ଖାଦ୍ୟରେ କାକୁଡି ସାଲାଡକୁ  ଆଡ କରନ୍ତୁ ଦେଖିବେ କିପରି ଫାଇଦା ପାଉଛନ୍ତି। 

Related Topics

Explore more stories

Sponsored
କାକୁଡି ସାଲାଡ ଖାଇବା ଦ୍ୱାରା କଣ ମିଳିଥାଏ ଲାଭ? ଜାଣନ୍ତୁ ସ୍ୱାସ୍ଥ୍ୟ ଉପକାରିତା | Argus News