Videos
|
Lifestyle

କ'ଣ କଲେ ହେବନି ବ୍ରେନ ଟ୍ୟୁମର ?

Banajyotshna Ray
Browse all articles by Banajyotshna Ray
·1 year ago·2 min read
କ'ଣ କଲେ ହେବନି ବ୍ରେନ ଟ୍ୟୁମର ?

Key Points

ବ୍ରେନ ଟ୍ୟୁମର ହେବାର ବିପଦ
କେଉଁ ଲୋକଙ୍କଠାରେ ଅଧିକ ରହିଥାଏ ?
ଜାଣନ୍ତୁ କ’ଣ କହୁଛନ୍ତି ଡାକ୍ତର

ବ୍ରେନ ଟ୍ୟୁମର । ଏଭଳି ରୋଗର ନାଁ ଶୁଣିଲା ବେଳକୁ ଭୟରେ ଛାତି ଥରୁଛି। କିନ୍ତୁ ଆଜିକାଲି ଦୁନିଆରେ ଏହି ରୋଗ ପ୍ରାୟ ଅନେକଙ୍କ କ୍ଷେତ୍ରରେ ଦେଖିବାକୁ ମିଳୁଛି। ତେବେ ଆପଣ ଜାଣନ୍ତି କି ଏହି ବ୍ରେନ ଟ୍ୟୁମର କେଉଁ ଲୋକଙ୍କୁ ଅଧିକ ଭୟ। ବ୍ରେନ ଟ୍ୟୁମର ହେଉଛି ମସ୍ତିଷ୍କରେ କୋଷମାନଙ୍କର ଅସ୍ୱାଭାବିକ ବୃଦ୍ଧି। ଯେତେବେଳେ ମସ୍ତିଷ୍କର କୋଷମାନେ ନିୟନ୍ତ୍ରଣ ବିନା ବଢ଼ିବାକୁ ଲାଗନ୍ତି, ସେତେବେଳେ ଏହା ଏକ ଗଣ୍ଠି ବା ଟ୍ୟୁମରର ରୂପ ନିଏ। ଏହି ଟ୍ୟୁମର କେତେକ ସମୟରେ ଧୀରେ ଧୀରେ ବଢ଼େ, କିନ୍ତୁ କିଛି କ୍ଷେତ୍ରରେ ଏହା ଦ୍ରୁତ ଗତିରେ ବ୍ୟାପି ମସ୍ତିଷ୍କର ଅନ୍ୟ ଅଂଶକୁ କ୍ଷତି ପହଞ୍ଚାଇପାରେ।


ମସ୍ତିଷ୍କ ଟ୍ୟୁମର ମସ୍ତିଷ୍କର କାର୍ଯ୍ୟକୁ ବାଧା ସୃଷ୍ଟି କରେ, ଯାହା ଶରୀର ଉପରେ ଅନେକ ପ୍ରକାରର ଖରାପ ପ୍ରଭାବ ପକାଇପାରେ। ଟ୍ୟୁମରର ଆକାର ବଢ଼ିବା ସହ ଏହା ମସ୍ତିଷ୍କର ସ୍ନାୟୁ ଓ ଟିସୁ ଉପରେ ଚାପ ସୃଷ୍ଟି କରେ, ଯାହା ଫଳରେ ମୁଣ୍ଡବିନ୍ଧା, ବାନ୍ତି, ମୂର୍ଚ୍ଛା, ଆଖିର ଦୃଷ୍ଟିଶକ୍ତି କମିବା, କଥା କହିବା ବା ବୁଝିବାରେ ଅସୁବିଧା ଏବଂ ଚାଲିବା ବେଳେ ସନ୍ତୁଳନ ହରାଇବା ଭଳି ଲକ୍ଷଣ ଦେଖାଯାଏ। ନ୍ୟୁରୋସର୍ଜରୀ ବିଭାଗରେ ଡାକ୍ତର କୁହନ୍ତି, କିଛି ଲୋକଙ୍କୁ ମସ୍ତିଷ୍କ ଟ୍ୟୁମରର ବିପଦ ଅନ୍ୟମାନଙ୍କ ତୁଳନାରେ ଅଧିକ ଥାଏ। ଯେଉଁମାନଙ୍କ ପରିବାରରେ ମସ୍ତିଷ୍କ ଟ୍ୟୁମର ବା ଅନ୍ୟ ନ୍ୟୁରୋଲୋଜିକାଲ ରୋଗର ଇତିହାସ ରହିଛି, ସେମାନଙ୍କୁ ଏହାର ବିପଦ ଅଧିକ। ଏହା ବ୍ୟତୀତ, ଯେଉଁମାନେ ଦୀର୍ଘ ସମୟ ଧରି ରେଡିଏସନ ଥେରାପି ନେଇଛନ୍ତି, ଯେପରିକି କର୍କଟ ରୋଗର ଚିକିତ୍ସା କରିଥିବା ଲୋକେ, ସେମାନଙ୍କ ମସ୍ତିଷ୍କ କୋଷ ଅସ୍ୱାଭାବିକ ଭାବେ ବଢ଼ିପାରେ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଶିଳ୍ପ କ୍ଷେତ୍ରରେ କାମ କରୁଥିବା ଲୋକେ, ଯେଉଁଠାରେ ରାସାୟନିକ ପଦାର୍ଥ ଓ ବିଷାକ୍ତ ପଦାର୍ଥର ଅଧିକ ସଂସର୍ଗ ହୁଏ, ସେମାନେ ମଧ୍ୟ ବିପଦ ଜୋନରେ ରହିଛନ୍ତି। ଅଧିକ ସମୟ ଧରି ମୋବାଇଲ କିମ୍ବା ଓ୍ୱାୟାରଲେସ ଡିଭାଇସ ବ୍ୟବହାର କରିବାରୁ ଦୂରେଇ ରୁହନ୍ତୁ। ନିୟମିତ ବ୍ୟାୟାମ କରନ୍ତୁ ଓ ମାନସିକ ଚାପ କମ କରିବାକୁ ଚେଷ୍ଟା କରନ୍ତୁ। ଯଦି ଆପଣ କ୍ଷତିକାରକ ରାସାୟନିକ ପଦାର୍ଥ ବା ପ୍ରଦୂଷଣ ଥିବା ସ୍ଥାନରେ କାମ କରୁଛନ୍ତି, ତେବେ ସୁରକ୍ଷାର ଧ୍ୟାନ ରଖନ୍ତୁ। ମୁଣ୍ଡବିନ୍ଧା, ଚକ୍କର ବା ମୂର୍ଚ୍ଛା ଭଳି ଲକ୍ଷଣ ଥିଲେ ବିଳମ୍ବ ନକରି ତୁରନ୍ତ ଡାକ୍ତରଙ୍କୁ ଦେଖାନ୍ତୁ। ଏହି ସବୁ ଉପାୟ ଯଦି ଆପଣ ଆପଣାଉଛନ୍ତି ତେବେ ଆପଣଙ୍କୁ ବ୍ରେନ ଟ୍ୟୁମର ପରି ରୋଗଠାରୁ ଦୂରେଇ ରହିବେ।


ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର:

what-can-we-do-to-prevent-a-brain-tumor | Argus News