Videos
|
Lifestyle

ସବୁଦିନ ସକାଳୁ ଅଦା ଚା' ପିଇଲେ କଣ ହୁଏ?

Ritu Das
Browse all articles by Ritu Das
·1 year ago·1 min read
ସବୁଦିନ ସକାଳୁ ଅଦା ଚା' ପିଇଲେ କଣ ହୁଏ?

ସାଧାରଣତଃ ଅନେକ ଲୋକ ଚା’ ପିଇବାକୁ ପସନ୍ଦ କରନ୍ତି। ସେମାନଙ୍କ ଦିନ ଆରମ୍ଭ ଚା’ଠାରୁ ହୋଇଥାଏ। ଆଉ ସେ ଯଦି ଅଦା ଚା’ ହୁଏ, ତେବେ ମଜା ଦୁଇ ଗୁଣା ହୋଇଯାଏ। କାରଣ ଅଦା ଚା’ରେ ଏମିତି କିଛି ଔଷଧୀୟ ଗୁଣ ଅଛି, ଯାହା ସ୍ବାଦ ସହିତ ସ୍ଵାସ୍ଥ୍ୟ ପାଇଁ ମଧ୍ୟ ବେଶ୍‌ ଉପକାରୀ ହୋଇଥାଏ। ତେଣୁ ଲୋକେ ସକାଳେ ଅଦା ଚା’ ପିଇବାକୁ ପସନ୍ଦ କରନ୍ତି। ସକାଳୁ ସକାଳୁ ଅଦା ଚା’ ପିଇବା ସ୍ଵାସ୍ଥ୍ୟ ପାଇଁ କେତେ ଉପକାରୀ ଚାଲନ୍ତୁ ଜାଣିବା
ଏହି ଚା’ ସହିତ ଦିନ ଆରମ୍ଭ କରିବା ଦ୍ଵାରା ଆପଣଙ୍କର ହଜମ ପ୍ରକ୍ରିୟାରେ ସୁଧାର ଆସିବ। ଗ୍ୟାସ୍ ଏବଂ ବଦହଜମୀ ଭଳି ସମସ୍ୟା କମିଯିବ। ସେହିପରି ଥଣ୍ଡା, କାଶ ସମୟରେ ଅଦା ଚା’ ପିଇବାର ଲାଭ ବିଷୟରେ ତ ସମସ୍ତେ ଜାଣନ୍ତି।
ଗଳା ସଂକ୍ରଣ କମ କରେ ଏହି ଚା': ଅଦା ଚା’ ପିଇବା ଦ୍ଵାରା ଗଳା ସଂକ୍ରମଣ କମିବା ସହ କଫ ବାହାର କରିବାରେ ସାହାଯ୍ୟ କରିଥାଏ। ଏହା ଗଳା ଯନ୍ତ୍ରଣା ଦୂର କରିଥାଏ।
ଓଜନ କମାଇଥାଏ: ଓଜନ କମାଇବା ପାଇଁ ମଧ୍ୟ ଅଦା ଚା’ ସହାୟକ ହୋଇଥାଏ। ଏହାଦ୍ଵାରା କ୍ୟାଲୋରୀ ଶୀଘ୍ର ବଢ଼ିଥାଏ। ଏହି ଚା’ ଚିନ୍ତା ଓ ଅବସାଦ ଆଦି ଦୂର କରିଥାଏ। ଥକ୍କାପଣ ମଧ୍ୟ ଦୂର କରେ ଅଦା ଚା’।
ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଏ: ଅଦା ଆପଣଙ୍କ ରୋଗ ପ୍ରତିରୋଧକ କ୍ଷମତାକୁ ମଧ୍ୟ ମଜବୁତ କରିଥାଏ। ଏଥିରେ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଏବଂ ଆଣ୍ଟି-ବ୍ୟାକ୍ଟେରିଆଲ ଗୁଣ ରହିଛି, ଯାହା ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରିଥାଏ।
ଏହି ଚା’କୁ ଦିନସାରା ଦୁଇରୁ ତିନି କପ୍ ଆକାରରେ ଗ୍ରହଣ କରାଯାଇପାରେ, କିନ୍ତୁ ଯଦି କାହାର ଗ୍ୟାସ୍, କିମ୍ବା ପେଟ ସମ୍ବନ୍ଧୀୟ ଅନ୍ୟ ସମସ୍ୟା ଥାଏ, ତେବେ ଏହାକୁ କେବଳ ସୀମିତ ପରିମାଣରେ ପିଅନ୍ତୁ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
What happens if you drink ginger tea every morning? | Argus News