କେଉଁ ସ୍ଥାନର କଳାଯାଈ କଣ ସୂଚାଏ, ଜାଣନ୍ତୁ...

Key Points
ଅର୍ଗସ ବ୍ୟୁରୋ : କଳାଯାଈରୁ ଚିହ୍ନିବେ ନିଜର ଲକ୍ଷଣ । ଆମ ଶରୀରରେ ବିଭିନ୍ନ ଜାଗାରେ କଳାଯାଈ ଛୋଟବେଳୁ ରହିଥାଏ । ଆଉ କିଛି କଳାଯାଈ ବୟସ ବଢିବା ସହ ଧିରେଧିରେ ସୃଷ୍ଟି ହୋଇଥାଏ । ଶରୀରର ବିଭିନ୍ନ ଜାଗାରେ କଳା ଏବଂ ନାଲି ଯାଈ ଦେଖିବାକୁ ମିଳିଥାଏ । ମୁହଁର ଏପରି କିଛି ଅଂଶରେ କଳାଯାଈ ରହିଥାଏ , ଯାହା ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧି କରିଥାଏ । ଆଉ କିଛି ଏପରି ସ୍ଥାନରେ କଳାଯାଈ ରହିଥାଏ, ଯାହା ଖୁବ ଅଶୁଭ ବୋଲି ମନେ କରାଯାଇଥାଏ । ଏହାଛଡା ଜ୍ୟୋତିଷ୍ୟ ଶାସ୍ତ୍ରରେ କଳାଯାଈ ମଣିଷର ବ୍ୟକ୍ତିତ୍ବ ମଧ୍ୟ ଜଣାପଡ଼େ । ତେବେ ଆଶନ୍ତୁ ଜାଣିବା କେଉଁ ସ୍ଥାନରେ କଳାଯାଈ ରହିଲେ କଣ ସୂଚନା ଦେଇଥାଏ ।
ଓଠରେ ଥିବା କଳାଯାଇ
ଉପର ଓଠର ଡାହାଣ ପାର୍ଶ୍ବରେ ଯଦି କଳାଯାଈ ରହିଥାଏ ତେବେ ଜୀବନସାଥୀର ପୂର୍ଣ୍ଣ ସହାୟତା ମିଳିଥାଏ । ଅର୍ଥାତ ତୁମର ଜୀବନସାଥୀ ତୁମ ସହ ସବୁବେଳେ ସବୁ ପରିସ୍ଥିତିରେ ରହିଥାନ୍ତି ।
ସେହପରି ଯଦି ଓଠର ବାମ ପାର୍ଶ୍ବରେ କଳାଯାଈ ଥାଏ, ତେବେ ଜୀବନସାଥୀ ସହ ବାରମ୍ବାର ବିବାଦ ଲାଗି ରହିଥାଏ ।
ଯଦି ତଳ ଓଠର ଡାହାଣ ପଟେ କଳାଯାଈ ଥାଏ ତେବେ ସେହି ବ୍ୟକ୍ତି ନିଜ କ୍ଷେତ୍ରରେ ଖୁବ ପ୍ରସିଦ୍ଧି ଲାଭ କରେ ।ଏହି ବ୍ୟକ୍ତିଙ୍କର ଖାଦ୍ୟ ପ୍ରତି କୌଣସି ଆସକ୍ତି ନଥାଏ । କିନ୍ତୁ ବିପରୀତ ଲିଙ୍ଗ ପ୍ରତି ଆକର୍ଷିତ ଥାଆନ୍ତି ।
ତଳ ଓଠର ବମ ପାର୍ଶ୍ବରେ କଳାଯାଈ ଥିଲେ କିଛି ବିଶେଷ ରୋଗ ହେବାର ସମସ୍ୟା ଦେଖିବାକୁ ମିଳିଥାଏ ।
ନାକରେ ଥିବା କଳାଯାଈ
ନାକର ଉପରିଭାଗରେ ଯଦି କଳାଯାଈ ଥାଏ, ତେବେ ଏହି ବ୍ୟକ୍ତି ନିଜ ଲକ୍ଷସ୍ଥଳରେ ଅଧିକ ଧ୍ୟାନ ଦେଇଥାନ୍ତି । ନାକର ତଳେ ଯଦି କଳାଯାଈ ଥାଏ ତେବେ ଏହି ବ୍ୟକ୍ତି ଅଧିକ ବିଳାସପୂର୍ଣ୍ଣ ଏବଂ ଅତ୍ୟଧିକ ଅଳସୁଆ ହୋଇଥାନ୍ତି ।
ନାକର ଡାହାଣପାର୍ଶ୍ବରେ କଳାଯାଈ ଥିଲେ , ଧନ ସମ୍ପତ୍ତି , ସୁଖର ଅଭାବ ଜୀବନରେ ରହିନଥାଏ ।
ସେହିପରି ଯଦି ବାମ ପାର୍ଶ୍ବରେ କଳାଯାଈ ଥାଏ ତେବେ ସଫଳତା ପାଇବା ପାଇଁ ଅନେକ ସଂଘର୍ଷ କରିବାକୁ ପଡେ ।
ମଥାରେ ଥିବା କଳାଯାଈ
ମଥାର ଡାହାଣ ପାର୍ଶ୍ବରେ କଳାଯାଈ ଥିଲେ ଧନ ସବୁବେଳେ ବଢିବାର ସଂକେତ ଦେଇଥାଏ । ମଥାର ମଧ୍ୟଭାଗରେ କଳାଯାଈ ଥିଲେ ଭାଗ୍ୟବାନ ଏବଂ ନିର୍ମଳ ପ୍ରେମର ସୂଚନା ଦେଇଥାଏ ।
ଗାଲରେ ଥିବା କଳାଯାଈ
ଡାହାଣ ପାର୍ଶ୍ବର ଗାଲରେ କଳାଯାଈ ଥିଲେ ସେହି ବ୍ୟକ୍ତି ଧନବାନ୍ ହୋଇଥାଏ । ଏବଂ ଯଦି ବାମ ପାର୍ଶ୍ବର ଗାଲରେ କଳାଯାଇ ଥାଏ ତେବେ ଏହି ବ୍ୟକ୍ତି ବହୁତ ଖର୍ଚ୍ଚୀ ସ୍ବଭାବର ହୋଇଥାନ୍ତି ।