Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Lifestyle

ମସଲା ଖାଦ୍ୟ ଖାଉଥିଲେ କଣ କରିବେ ଜାଣିରଖନ୍ତୁ ?

Banajyotshna Ray
Browse all articles by Banajyotshna Ray
·1 year ago·1 min read
ମସଲା ଖାଦ୍ୟ ଖାଉଥିଲେ କଣ କରିବେ ଜାଣିରଖନ୍ତୁ ?

Key Points

ଅଜୀର୍ଣ୍ଣ ସମସ୍ୟା ହୋଇଥିଲେ
ପେଟ କାଟୁଛି କାହିଁକି ?
ଜାଣନ୍ତୁ କଣ କରିବେ ଅଜୀର୍ଣ୍ଣ ସମସ୍ୟା ଥିଲେ

ଯାହା ଖାଇଲେ ଜୀର୍ଣ୍ଣ ହେଉନାହିଁ। ସବୁବେଳେ ପେଟ କାଟୁଛି କାହିଁକି ? ଏଭଳି ଅନେକ ସମସ୍ୟାରେ ଗତି କରୁଛନ୍ତି କି ? ତେବେ ଆଜି ଆମେ ଜାଣିବା ପେଟ ଜନୀତ ସମସ୍ୟାର କିଛି ସମାଧାନ। ଆଜିକାଲି ମନଲୋଭା ଖାଦ୍ୟ ଦେଖିଲେ ତାହାକୁ ଖାଇବାକୁ ପ୍ରାୟ ଅନେକେ ମନ ବଳାଇ ଥାଆନ୍ତି। ଏହି ସମୟରେ ନିଜ ଲୋଭକୁ କଣ୍ଟ୍ରୋଲ କରି ନ ପାରି ଆମେ ଅଜୀର୍ଣ୍ଣ ସମସ୍ୟାର ସମ୍ମୁଖୀନ ହୋଇଥାଉ। କାରଣ ସେତେବେଳେ ଜଣେ ଏଭଳି ଖାଦ୍ୟ ଖାଇଥାଆନ୍ତି ଯାହା ସହଜରେ ହଜମ ହୋଇ ନ ଥାଏ।

ସବୁବେଳେ ସୁପାଚ୍ୟ ଖାଦ୍ୟ ଖାଆନ୍ତୁ। ଯଦି ବିଳମ୍ବିତ ରାତ୍ରଭୋଜନ ଅଭ୍ୟାସ ରହିଛି ତେବେ ତାହାକୁ ବଦଳାନ୍ତୁ। କାରଣ ଏହା ହେଉଛି ଅଜୀର୍ଣ୍ଣ ସମସ୍ୟାର ଆଉ ଏକ କାରଣ। ରାତ୍ରଭୋଜନ ଏବଂ ଶୋଇବା ମଧ୍ୟରେ ଅତିକମ୍‌ରେ ଦୁଇ ଘଣ୍ଟା ବ୍ୟବଧାନ ରହିଲେ ଭଲ। ସବୁବେଳେ ଠିକ୍‌ ସମୟରେ ଖାଆନ୍ତୁ। ଖାଇବା ମଧ୍ୟରେ ଯଦି ଅଧିକ ବ୍ୟବଧାନ ରହିଲା, ତେବେ ତାହା ପେଟରେ ଏସିଡିଟି ସୃଷ୍ଟି କରିଥାଏ। ଏହାବ୍ୟତୀତ ଖାଉଥିବା ଖାଦ୍ୟ ମଧ୍ୟ ହଜମ ହୋଇ ନ ଥାଏ। ଏକାଥରେ ପୁଳାଏ ଖାଦ୍ୟ ନ ଖାଇ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ଅଳ୍ପ ଅଳ୍ପ ଖାଇଲେ ଭଲ।

ତେବେ ଏଭଳି ସ୍ବାସ୍ଥ୍ୟ ସମସ୍ୟାଠାରୁ ନିଜକୁ ଦୂରେଇ ନ ରଖିଲେ ପରବର୍ତ୍ତୀ ସମୟରେ ତାହା ଜଟିଳ ଆକାର ଧାରଣ କରିବାର ଆଶଙ୍କା ରହିଛି। ତେଣୁ ସବୁବେଳେ ମସଲାଯୁକ୍ତ ଖାଦ୍ୟ ଯେତେ କମ୍‌ ଖାଇବେ ତାହା ସେତେ ଭଲ। ଆଉ ଏକ କଥା ହେଲା ଖାଇବାର ସମୟ। ସଠିକ ସମୟରେ ଖାଇବ, ମସଲାଯୁକ୍ତ ଖାଦ୍ୟଠାରୁ ଦୂରେଇ ରହିବ ଏସବୁ ଆପଣାଇଲେ ନିଶ୍ଚୟ ଆପଣ ପେଟ ଜୀନ ସମସ୍ୟାଠାରୁ ଦୂରେଇ ରହିବେ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
what-should-you-do-if-you-eat-spicy-food | Argus News