ଖରାଦିନେ ଅଧିକ ଥକ୍କା ଲାଗିଲେ କଣ କରିବେ ?

ଫେବ୍ରୁଆରୀରୁ ଢ଼ୁ ଢ଼ୁ ଖରା ହେଲାଣି। ଲୋକେ ଏବେଠୁ ହନ୍ତସନ୍ତ ହେଲେଣି। ବାହାରକୁ ବାହାରିବାକୁ ଡରୁଛନ୍ତି । ଯଦି ଫେବ୍ରୁଆରୀରୁ ଏମିତି ତେବେ ଆଗକୁ ସ୍ଥିତି କଣ ହେବ ତାହା ଚିନ୍ତାଜନକ । କୁହାଯାଏ ଖରାଦିନେ ଥକ୍କାପଣ ଅଧିକ ଲାଗିଥାଏ। ଟିକେ କାର୍ଯ୍ୟ କଲେ ବି ଆପଣ ଥକ୍କି ଯାଉଥିବେ ? ତେଣୁ ସକ୍ରିୟ ରହିବା ପାଇଁ ବିଶେଷଜ୍ଞମାନେ ଆପଣଙ୍କ ଦୈନନ୍ଦିନ ଖାଦ୍ୟରେ ପ୍ରୋଟିନଯୁକ୍ତ ଖାଦ୍ୟ ସାମିଲ କରିବାକୁ ପରାମର୍ଶ ଦିଅନ୍ତି ।
ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନଶୈଳୀ ଯୋଗୁଁ ଅନେକ ଲୋକ ଚାପଗ୍ରସ୍ତ ଏବଂ ଥକ୍କାପଣର ଶିକାର ହେଉଛନ୍ତି । କିଛି ପୋଷକ ତତ୍ତ୍ୱ ରୋଗ ପ୍ରତିରୋଧକ ଶକ୍ତିକୁ ବଢାଇବାରେ ମଧ୍ୟ ସାହାଯ୍ୟ କରେ । ଯାହା ଶରୀରର ମାଂସପେଶୀକୁ ମଜବୁତ କରିଥାଏ ଏବଂ ଥକ୍କାପଣ ଦୂର କରେ ।
ପିସ୍ତା ଏବଂ ବାଦାମ ପ୍ରତିଦିନ କିଛି ପରିମାଣରେ ଖାଇବା ଭଲ । ଏଗୁଡ଼ିକ ହୃଦୟ ପାଇଁ ବେଶ ଲାଭଦାୟକ । ଏଗୁଡ଼ିକୁ ସାଲାଡ ଏବଂ ରନ୍ଧା ଖାଦ୍ୟରେ ପକାଇ ଖାଇପାରିବେ । ବାଦାମରେ କ୍ୟାଲୋରୀ ମଧ୍ୟ ଅଧିକ ଥାଏ ।
ଡ଼ାଲି, ମଟର ଏବଂ ବୁଟରେ ଅଧିକ ମାତ୍ରାରେ ପୁଷ୍ଟିକର ପଦାର୍ଥ ମିଳେ । ଯାହା ଆମ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ । ଏଥିରେ ବିଶେଷ ଭାବରେ ପ୍ରୋଟିନ ଅଧିକ ଥାଏ । ଏଥିରେ ଥିବା ଫାଇବର ଏବଂ ଆଣ୍ଟିଅକ୍ସିଡାଣ୍ଟ ହୃଦରୋଗ ସମସ୍ୟା ଏବଂ କର୍କଟ ଭଳି ଦୀର୍ଘସ୍ଥାୟୀ ରୋଗରୁ ରକ୍ଷା କରେ ।
ସବୁଜ ପନିପରିବାରେ ବହୁତ ମାତ୍ରାରେ ପ୍ରୋଟିନ ଥାଏ । ବିଶେଷକରି ମାଛରେ ପ୍ରୋଟିନ୍ ସହିତ ଓମେଗା-3 ଫ୍ୟାଟି ଏସିଡ୍ ମଧ୍ୟ ଅଧିକ ଥାଏ । ଯାହା ହୃଦୟ ପାଇଁ ଭଲ ।
ଅଣ୍ଡାରେ ମଧ୍ୟ ପ୍ରୋଟିନ୍ ଥାଏ । ତଥାପି ଉଚ୍ଚ କୋଲେଷ୍ଟ୍ରଲ୍, ହୃଦରୋଗ ଏବଂ ମଧୁମେହ ଥିବା ଲୋକମାନେ ପ୍ରତିଦିନ କେତେ ପରିମାଣରେ ଅଣ୍ଡା ଖାଇପାରିବେ ସେ ବିଷୟରେ ଡାକ୍ତରଙ୍କ ସହିତ ପରାମର୍ଶ କରିବା ଉଚିତ୍ ।
ସୋୟାବିନରେ ପ୍ରୋଟିନ ଅଧିକ ମାତ୍ରାରେ ରହିଥାଏ । ଏହା ସୋୟା କ୍ଷୀର, ସୋୟା ପେଷ୍ଟ ଏବଂ ଟୋଫୁ ଭାବରେ ମଧ୍ୟ ବ୍ୟବହାର କରାଯାଇପାରିବ ।
ଏଠାରେ ଉଲ୍ଲେଖ କରାଯାଇଥିବା ସୂଚନା ନିର୍ଦ୍ଦିଷ୍ଟ ଗବେଷଣାରୁ ପ୍ରାପ୍ତ ହୋଇଛି । ଯଦି ଆପଣଙ୍କର ପୂର୍ବରୁ କୌଣସି ସ୍ୱାସ୍ଥ୍ୟ ସମସ୍ୟା ଅଛି, ତେବେ ଆପଣଙ୍କୁ ପ୍ରଥମେ ଡାକ୍ତରଙ୍କୁ ଜଣାଇବା ଜରରୀ । ଏହା Argus Newsର ନିଜସ୍ବ ମତ ନୁହେଁ ।