Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Lifestyle

ଅଧିକ ରାଗିଲେ କଣ କରିବେ ?

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଅଧିକ ରାଗିଲେ କଣ କରିବେ ?

ଶରୀର ପାଇଁ ରାଗ ବିଲକୁଲ ଠିକ୍ ନୁହେଁ ବୋଲି ତ ସମସ୍ତେ ଜାଣନ୍ତି । କିନ୍ତୁ ଅନେକ ଥର ମଣିଷକୁ କିଛି କଥା ଖରାପ ଲାଗିଯାଏ, ଯାହାଫଳରେ ସେ ରାଗିବାକୁ ବାଧ୍ୟ ହୋଇଥାଏ । ରାଗିବା ଦ୍ୱାରା ଷ୍ଟ୍ରେସ୍ ହରମୋନ୍ ଅଧିକ ହେବାରେ ଲାଗେ, ଯେଉଁଥିରେ ଟେନସନ୍ ବଢ଼ିଥାଏ । ଏପରି ପରିସ୍ଥିତିରେ ଆପଣଙ୍କ ବ୍ଲଡ଼ ପ୍ରେସର ମଧ୍ୟ ବଢ଼ିପାରେ, ଫଳରେ ବ୍ରେନ୍ ଷ୍ଟ୍ରୋକ୍ ଓ ବ୍ରେନ୍ ହାମରେଜର ସମସ୍ୟା ହୋଇପାରେ । ଏଥିରୁ ରକ୍ଷା ପାଇବା ପାଇଁ ଆପଣଙ୍କୁ ଖୁସିରେ ରହିବା ଓ ରାଗକୁ ଶାନ୍ତ କରିବା ଦିଗରେ ଅଧିକ ଯତ୍ନବାନ୍ ହେବାକୁ ପଡିବ ।

କେତେଜଣ ବ୍ୟକ୍ତି କଥା କଥାକେ ରାଗି ଯାଇଥାଆନ୍ତି। ପ୍ରାୟ ଅନେକ ଛୋଟବଡ଼ କଥାକୁ ନେଇ କ୍ରୋଧ ପ୍ରକାଶ କରିବାର ବହୁ ଉଦାହରଣ ରହିଛି। ତେବେ ଏହାକୁ ନିୟନ୍ତ୍ରଣରେ ରଖିବା ନିହାତି ଦରକାର। କାରଣ ତାହା ପରୋକ୍ଷରେ କେତେକ ସ୍ବାସ୍ଥ୍ୟ ସମସ୍ୟାକୁ ଡାକି ଆଣିଥାଏ। ଯୋଗ ଦ୍ୱାରା ରାଗ ବା କ୍ରୋଧକୁ ଶାନ୍ତ କରାଯାଇ ପାରିବ । ଯଦି ଆପଣଙ୍କୁ ବି ଅଧିକ ରାଗ ଆସୁଛି, ତେବେ ଆପଣ ଦୈନନ୍ଦିତ ଅଭ୍ୟାସରେ ଯୋଗ କରିବା ଅଭ୍ୟାସ ସାମିଲ କରନ୍ତ ।ଏହା ବ୍ୟତୀତ ଯଦି ଆପଣ ବ୍ୟାୟାମ କରନ୍ତି, ତେବେ ଆପଣ ରାଗ କମ୍ ହୋଇଯିବ । ପ୍ରାରମ୍ଭରେ ଆପଣ ଅଳ୍ପ ଚାଲିବା ଆରମ୍ଭ କରିପାରିବେ । ଏଥିରେ ଆପଣଙ୍କ ଷ୍ଟ୍ରେସ୍ ହରମୋନ୍ ହ୍ରାସ ହେବ ଓ ଆପଣ ଖୁସି ରହିବେ ।

ଏହାସହ ରାଗକୁ ନିୟନ୍ତ୍ରଣରେ ରଖିବାକୁ ବେଜିଂ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ଏକ ଅଭିନବ ଉପାୟ ବାହାର କରିଛନ୍ତି। ପ୍ରାୟ ତିନି ବର୍ଷ ଧରି ଏହା ଉପରେ ଗବେଷଣା କରି ସେମାନେ ଏକ ହାଇଟେକ୍‌ ଡିଭାଇସ୍‌ ପ୍ରସ୍ତୁତ କରିଛନ୍ତି। ଯଦି ଜଣେ ବ୍ୟକ୍ତି ରାଗିଯାଆନ୍ତି, ତେବେ ଏହି ଡିଭାଇସ୍‌ କୁ ବାହୁରେ କିଛି ସମୟ ବାନ୍ଧିଦେଲେ ତାଙ୍କର ରାଗ କେତେକାଂଶରେ ପ୍ରଶମିତ ହୋଇଯାଇଥାଏ ବୋଲି ଉକ୍ତ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଏହି ଡିଭାଇସ୍‌ରେ ଏଭଳି ଶକ୍ତି ରହିଛି ଯାହା ମନର ଉତ୍ତେଜନାକୁ ଧୀରେ ଧୀରେ କମାଇଥାଏ। ତେଣୁ ରାଗକୁ କଣ୍ଟ୍ରୋଲ କରିବାର ଏହା ହେଉଛି ଏକ ସହଜ ଉପାୟ ।


ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
what-to-do-if-you-get-too-angry | Argus News