ସ୍କ୍ରିଜୋଫ୍ରେନିଆ ହେଲେ କଣ କରିବେ ?

Key Points
ମାନସିକ ରୋଗ ଏକ ବଡ଼ ରୋଗ
ସ୍କ୍ରିଜୋଫ୍ରେନିଆ ହେଲେ କଣ କରିବେ ?
ସୁସ୍ଥ ରହିବାକୁ କିଏ ବା ନ ଚାହେଁ? ହେଲେ ଏଥିପ୍ରତି ଆମକୁ କେତୋଟି ବିଷୟ ପ୍ରତି ଦୃଷ୍ଟି ଦେବାକୁ ପଡ଼ିଥାଏ। ତନ୍ମଧ୍ୟରୁ ପ୍ରଥମ ହେଲା ଜୀବନଶୈଳୀ। ଆମେ ଯଦି ଏକ ସନ୍ତୁଳିତ ଜୀବନଶୈଳୀ ଅନୁସରଣ କରିବା ତେବେ ନିଜକୁ କେତେକାଂଶରେ ସୁସ୍ଥ ରଖିପାରିବା। ଠିକ୍ ସମୟରେ ଖାଦ୍ୟ ଖାଆନ୍ତୁ। ସବୁବେଳେ ସୁଷମ ତଥା ଭିଟାମିନ୍ଯୁକ୍ତ ଖାଦ୍ୟ ଖାଇବା ଦରକାର। ତା’ସହ ରାତିରେ ଅତିକମ୍ରେ ୭-୮ ଘଣ୍ଟା ଶୋଇବା ଆବଶ୍ୟକ। କାରଣ ସୁସ୍ଥ ରହିବା ପଛରେ ନିଦ୍ରାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଆଉ ଏସବୁ ଜିନିଷକୁ ଫଲୋ କରିବା ପରେ ବି ଆମକୁ ମାନସିକ ରୋଗ ମାଡ଼ିବସେ।
ଯେତେପ୍ରକାର ମାନସିକ ରୋଗ ରହିଛି ସେଥିମଧ୍ୟରୁ ସ୍କ୍ରିଜୋଫ୍ରେନିଆ ହେଉଛି ଏକ ଗମ୍ଭୀର ମାନସିକ ସମସ୍ୟା। ଏହା ମଣିଷର ଭାବନା ଆବେଗ, ବ୍ୟବହାର ଏବଂ କାର୍ଯ୍ୟଦକ୍ଷତାକୁ ବିଶେଷଭାବରେ ପ୍ରଭାବିତ କରିଥାଏ। ପ୍ରାରମ୍ଭିକ ଅବସ୍ଥାରେ ରୋଗୀ ଏକୁଟିଆ ରହିବାକୁ ପସନ୍ଦ କରେ। ନିଜର ଦୈନଦିନ କାର୍ଯ୍ୟକୁ ଠିକ୍ଭାବରେ କରିପାରେ ନାହିଁ। ନିଦ କମିଯାଏ। ରୋଗୀ ମନରେ ସବୁବେଳେ ଡର ଓ ଭୟର ଭାବନା ଦେଖାଯାଇଥାଏ। କାରଣ ନ ଥାଇ କଥା ଶୁଭୁଛି, ଶୂନ୍ୟବାଣୀ ହେଉଛି ବୋଲି ମଧ୍ୟ କହିଥାଏ। ନ ଥିବା ବସ୍ତୁ, ବ୍ୟକ୍ତିଙ୍କୁ ଦେଖିପାରୁଛି ବୋଲି କହିଥାଏ।
📱 Get Argus News App
✨ରୋଗୀ ବେଳେବେଳେ ଏସବୁ ଅନୁଭବ ପ୍ରତି ପ୍ରତିକ୍ରିୟା ପ୍ରକାଶ କରେ। ଏହି ପ୍ରତିକ୍ରିୟାରେ ରୋଗୀ ନିଜେ ମନେମନେ କଥାହୁଏ, ଶୂନ୍ୟରେ ଜବାବ ଦିଏ, ମନକୁ ମନ ହସେ ଓ କାନ୍ଦେ। ଭ୍ରାନ୍ତବିଶ୍ୱାସ ଏକ ଅସତ୍ୟ ବା ଭୁଲ ଧାରଣା। ଯାହାକୁ ରୋଗୀମାନେ ନିଜ ମନରେ ଗଣ୍ଠି ବାନ୍ଧି ଧରିବସନ୍ତି ଏବଂ ଏହା ଅନ୍ୟମାନଙ୍କ ଦ୍ୱାରା ଗ୍ରହଣୀୟ ହୋଇ ନ ଥାଏ। ଏକ ସର୍ଭେରୁ ଜଣାପଡ଼ିଛି ଯଦି ପରିବାରରେ ମାତାପିତାଙ୍କ ମଧ୍ୟରୁ ଜଣେ କାହାକୁ ସ୍କ୍ରିଜୋଫ୍ରେନିଆ ହୋଇଥାଏ, ତେବେ ତାଙ୍କ ପିଲାଙ୍କୁ ଏହି ରୋଗ ହେବାର ପ୍ରାୟତଃ ୪୦ରୁ ୫୦ ପ୍ରତିଶତ ଆଶଙ୍କା ଥାଏ। ମସ୍ତିଷ୍କରେ ମୁଖ୍ୟତଃ ‘ଡୋପାମିନ’ ନାମକ ଏକ ରାସାୟନିକ ତତ୍ତ୍ୱର ମାତ୍ରା ବୃଦ୍ଧି ଯୋଗୁ ସ୍କ୍ରିଜୋଫ୍ରେନିଆ ରୋଗ ହୋଇଥାଏ। ଏହା ଜିନ୍ଗତ କାରଣ କିମ୍ବା ପାରିପାର୍ଶ୍ୱିକ ମାନସିକ ଚାପ କାରଣରୁ ହୋଇପାରେ। ଏହି ରୋଗ ଅନେକାଂଶରେ ବଂଶାନୁଗତ ହୋଇଥାଏ।
ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର: