Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବ୍ଲଡ ଗ୍ରୁପ କହିବ ଆପଣଙ୍କ ସ୍ୱଭାବ...

Lifestyle

ବ୍ଲଡ ଗ୍ରୁପ କହିବ ଆପଣଙ୍କ ସ୍ୱଭାବ...

Banajyotshna Ray
Browse all articles by Banajyotshna Ray
·1 year ago·2 min read
ବ୍ଲଡ ଗ୍ରୁପ କହିବ ଆପଣଙ୍କ ସ୍ୱଭାବ...

ବ୍ଲଡ ଗ୍ରୁପ ଆମ ଶରୀର ପାଇଁ ଖୁବ ମହତ୍ତ୍ୱପୂର୍ଣ୍ଣ । କେବଳ ସେତିକି ନୁହେଁ ସମସ୍ତେ ଜାଣିବା ଦରକାର କି ତାଙ୍କର ବ୍ଲଡ ଗ୍ରୁପ କଣ ରହିଛି। ଏହାସହ ସବୁ ବ୍ଲଡ ଗ୍ରୁପର ଭିନ୍ନ ଭିନ୍ନ ସ୍ୱଭାବ ଥାଏ। କୁହାଯାଏ ଗ୍ରୁପ B+ ବ୍ଲଡ ଅଧିକ ଲୋକଙ୍କର ରହିଥାଏ। B+ ବ୍ଲଡ ଗ୍ରୁପର ଲୋକେ ଅନ୍ୟ ଗ୍ରୁପର ଲୋକଙ୍କୁ ରକ୍ତ ଦାନ କରିପାରିବେ। ହେଲେ ସେମାନେ B+ ବ୍ୟକ୍ତିଙ୍କୁ ରକ୍ତ ଦେବା ସବୁଠୁ ଅଧିକ ସୁରକ୍ଷିତ। B+ ଲୋକେ A+,B+, AB+ ଏବଂ O+ ବ୍ଲଡ ଗ୍ରୁପର ଲୋକଙ୍କୁ ରକ୍ତ ପ୍ରଦାନ କରିପାରିବେ। B+ ବ୍ଲଡ ଗ୍ରୁପର ଲୋକେ କିଛି ବିଶେଷ ରୋଗଗୁଡ଼ିକ ପ୍ରତି ସମ୍ବେଦନଶୀଳ ହୋଇପାରନ୍ତି, ଯେପରିକି ମାନସିକ ଚିନ୍ତା, ଉଚ୍ଚରକ୍ତଚାପ ଏବଂ ହର୍ମୋନାଲ ଅସନ୍ତୁଳନ।

ବ୍ୟକ୍ତିତ୍ୱ ଏବଂ ସ୍ୱଭାବ:


B+ ବ୍ଲଡ ଗ୍ରୁପର ଲୋକେ ସାଧାରଣ ଭାବେ ଶକ୍ତିଶାଳୀ ଏବଂ ସକରାତ୍ମକ ଭାବନା ରଖିଥାଆନ୍ତି। ଏମାନଙ୍କର ସ୍ୱଭାବ ଖୁସି ଏବଂ ସାଙ୍ଗ ଭଳି ହୋଇଥାଏ। ହେଲେ ଏମାନେ ବେଳେ ବେଳେ ନିଜକୁ ଏକେଲା ଅନୁଭବ କରିଥାଆନ୍ତି। ଏଥିସହ କଠିନ ପରିସ୍ଥିତିରେ ଏମାନେ ଶାନ୍ତ ଏବଂ ଧର୍ଯ୍ୟ ଧରି ସମସ୍ୟାର ସାମ୍ନା କରିଥାଆନ୍ତି।

B+ ବ୍ଲଡ ଗ୍ରୁପର ବ୍ୟକ୍ତି ଅଧିକ ମାତ୍ରାରେ ତେଲ, ମିଠା ଜିନିଷ ଖାଇବାକୁ ପସନ୍ଦ କରନ୍ତି। ଏମାନେ ତେଲିଆ ଜିନିଷ ଏବଂ ଅତ୍ୟଧିକ ମିଠା ଜିନିଷ ଖାଇବା ଠାରୁ ଦୂରେଇ ରହିବା ଆବଶ୍ୟକ।

B+ ବ୍ଲଡ ଗ୍ରୁପର ବ୍ୟକ୍ତିମାନଙ୍କ ପାଇଁ ଖାଦ୍ୟ ପାଇଁ ସତର୍କତା ଦିଆଯାଇଥାଏ। ସେମାନେ ପ୍ରୋଟିନ, ସବୁଜ ପନିପରିବା ଏବଂ ଫଳର ସେବନ ଅଧିକମାତ୍ରାରେ ସାମିଲ କରିପାରିବେ।

B+ ବ୍ଲଡ ଗ୍ରୁପର ଲୋକଙ୍କୁ କିଛି ରୋଗର ସାମ୍ନା କରିବାର ବିପଦ ଅଧିକ ରହିପାରେ। କିଛି ମାମଲାରେ ସେମାନେ ଅବ୍ୟ ବ୍ଲଡ ଗ୍ରୁପ ମୁକାବିଲାରେ ସୁସ୍ଥ ରହିପାରିବେ। ଉଦାହରଣ ସ୍ୱରୂପ- B+ ଗ୍ରୁପର ଲୋକଙ୍କର ପେଟ ସମସ୍ୟା ରହିଥାଏ। ହୃଦୟ ସମ୍ବନ୍ଧୀୟ ରୋଗ ସହ ପୀଡିତ ହୋଇପାରନ୍ତି ଏମାନେ।

ବ୍ଲଡ ଗ୍ରୁପ କେବଳ ଆମ ଶରୀରର ପ୍ରତିରକ୍ଷା ପ୍ରଣାଳୀକୁ ପ୍ରଭାବିତ କରିନଥାଏ, ଏହା ବ୍ଲଡ ଡୋନେସନ ମାମଲାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ତେଣୁ ସମସ୍ତେ ନିଜ ନିଜ ବ୍ଲଡ ଗ୍ରୁପ ଜାଣିବା ସହ କଣ କରବିା ଉଚିତ କି ନାହିଁ ସେ ବିଷୟରେ ସତର୍କତା ଅବଲମ୍ୱନ କରିବା ଆବଶ୍ୟକ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
What’s your blood group? The answer might reveal some interesting things about you | Argus News